ଟୁଲକିଟ୍ ବିବାଦ : ଦିଶା ରବିଙ୍କ ଗିରଫଦାରୀ ନେଇ ପୋଲିସକୁ ଦିଲ୍ଲୀ ମହିଳା ଆୟୋଗର ନୋଟିସ୍
21 ବର୍ଷ ବୟସ୍କା ସାମାଜିକ କର୍ମୀ ଦିଶା ରବିଙ୍କ ଗିରଫଦାରୀ ପ୍ରସଙ୍ଗରେ ଡେପୁଟି କମିଶନରଙ୍କ ସମେତ ଦିଲ୍ଲୀ ପୋଲିସ, ସାଇବର କ୍ରାଇମ ସେଲକୁ ଦିଲ୍ଲୀ ମହିଳା କମିଶନ ନୋଟିସ ପଠାଇଛନ୍ତି । ଏହି ନୋଟିସରେ ଏଫଆଇଆରର ନକଲ ଦାଖଲ କରିବା ପାଇଁ ଉଲ୍ଲେଖ କରାଯାଇଛି ।
ନୂଆଦିଲ୍ଲୀ : ଟୁଲକିଟ୍ ବିବାଦରେ ଫସିଥିବା ସାମାଜିକ କର୍ମୀ ଦିଶା ରବିଙ୍କ ଗିରଫଦାରୀକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି । ଲୋକମାନେ ସେମାନଙ୍କ ସମର୍ଥନରେ ସ୍ଲୋଗାନ ଦେଉଛନ୍ତି । ଜାନୁଆରୀ 13 ରେ ଦିଶା ରବିଙ୍କୁ ବେଙ୍ଗାଲୁରୁରୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ସେ ଖାଲିସ୍ତାନକୁ ସମର୍ଥନ କରୁଥିବା ନେଇ ଅଭିଯୋଗ ହୋଇଛି । ଏହି ସମୟରେ ଦିଲ୍ଲୀ ମହିଳା ଆୟୋଗ ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛି ।

21 ବର୍ଷ ବୟସ୍କା ସାମାଜିକ କର୍ମୀ ଦିଶା ରବିଙ୍କ ଗିରଫଦାରୀ ପ୍ରସଙ୍ଗରେ ଡେପୁଟି କମିଶନରଙ୍କ ସମେତ ଦିଲ୍ଲୀ ପୋଲିସ, ସାଇବର କ୍ରାଇମ ସେଲକୁ ଦିଲ୍ଲୀ ମହିଳା କମିଶନ ନୋଟିସ ପଠାଇଛନ୍ତି । ଏହି ନୋଟିସରେ ଏଫଆଇଆରର ନକଲ ଦାଖଲ କରିବା ପାଇଁ ଉଲ୍ଲେଖ କରାଯାଇଛି । ଟ୍ରାନଜିଟ୍ ରିମାଣ୍ଡ ଏବଂ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପାଇଁ ଏହାକୁ ସ୍ଥାନୀୟ କୋର୍ଟରେ ଉପସ୍ଥାପନ ନକରିବା ନେଇ ମଧ୍ୟ ପୋଲିସକୁ ଜବାବ ମାଗିଛି ଦିଲ୍ଲୀ ମହିଳା କମିଶନ ।
ଏହି ମାମଲାରେ ମହିଳା ଆୟୋଗ ସମ୍ବିଧାନର ଧାରା 22 (1) କୁ ଦର୍ଶାଇଛନ୍ତି । ଏଥି ସହ 19 ଫେବୃଆରୀ ସୁଦ୍ଧା ଦିଲ୍ଲୀ ପୋଲିସକୁ ଏହି ମାମଲା ସମ୍ପର୍କରେ ସମସ୍ତ ସୂଚନା ଦେବାକୁ କୁହାଯାଇଛି । ଷଡଯନ୍ତ୍ର ଓ ଦେଶଦ୍ରୋହ ମାମଲା ପୋଲିସ ଦିଶା ରବିଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଦିଲ୍ଲୀ ପୋଲିସର ସୂଚନାନୁସାରେ, କୃଷକ ଆନ୍ଦୋନ ସମୟରେ ଦିଲ୍ଲୀରେ ଗଣତନ୍ତ୍ର ଦିବସ ହିଂସା ହେବାର 15 ଦିନ ପୂର୍ବରୁ ଖଲିସ୍ତାନୀ ସମର୍ଥିତ ପୋଏଟିକ୍ ଜଷ୍ଟିସ ଫାଉଣ୍ଡେସନର ଜୁମ୍ ମିଟିଂରେ ଅଂଶଗ୍ରହଣ କରିଥିଲେ । ପୋଲିସ କହିଛି ଯେ ଦିଶା ରବି, ଓକିଲ ନିକିତା ଯାଦବ ଏବଂ ଶାନ୍ତନୁ ଟୁଲକିଟ୍ ପ୍ରସ୍ତୁତ କରିବା ସହ ଏହାକୁ ଅନ୍ୟମାନଙ୍କ ସହ ସେୟାର କରିଥିଲେ । ଯାହା ପରେ ବିଶ୍ୱ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଟ୍ୱିଟରେ ସେୟାର କରିଥିଲେ । ଏହା ନେଇ ଦିଲ୍ଲୀ ପୋଲିସ ଏଫଆଇଆର ଦାଖଲ କରିଥିଲା ।
ଏଥି ସହିତ, ପୁରା ମାମଲାକୁ ନେଇ ଦିଲ୍ଲୀ ପୋଲିସ କମିଶନର କହିଛନ୍ତି ଯେ, ଆଇନ ପ୍ରକ୍ରିୟା ଅନୁଯାୟୀ ଦିଶା ରବିଙ୍କୁ ଗିରଫ କରାଯାଇଛି । କାନୁନ 22 ବର୍ଷ କିମ୍ବା 50 ବର୍ଷ ବୟସ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖେ ନାହିଁ । ଗିରଫକୁ ଠିକ୍ ବୋଲି ବିବେଚନା କରି କୋର୍ଟ ପାଞ୍ଚ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଯେଉଁମାନେ କହୁଛନ୍ତି ଗିରଫଦାରୀରେ କମି ରହିଛି, ସେମାନେ ସମ୍ପୂର୍ଣ୍ଣ ଭୁଲ୍ ।












Click it and Unblock the Notifications