ଅନ୍ ଲକ୍ ଦିଲ୍ଲୀ : ଅଡ- ଇଭିନ୍ ସିଷ୍ଟମ ଶେଷ, ଖୋଲିଲା ଦିଲ୍ଲୀ, ଜାଣନ୍ତୁ କ'ଣ ଖୋଲା ଏବଂ କ'ଣ ବନ୍ଦ
ଆଜିଠାରୁ ଦିଲ୍ଲୀର ବଜାର ପାଇଁ ଅଡ୍-ଇଭିନ୍ ସିଷ୍ଟମ୍ ଶେଷ କରାଯାଇଛି । ଆଜି ସକାଳ 5 ଟାରୁ କିଛି କାର୍ଯ୍ୟକଳାପ ବ୍ୟତୀତ ସମସ୍ତ କାର୍ଯ୍ୟକଳାପ ଆରମ୍ଭ କରିବାକୁ ଅନୁମତି ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ରବିବାର ଘୋଷଣା କରିଛନ୍ତି ।
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଧୀରେ ଧୀରେ ରାଜଧାନୀ ଖୋଲିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ଅଧୀନରେ ଆଜିଠାରୁ ଦିଲ୍ଲୀର ବଜାର ପାଇଁ ଅଡ୍-ଇଭିନ୍ ସିଷ୍ଟମ୍ ଶେଷ କରାଯାଇଛି । ଆଜି ସକାଳ 5 ଟାରୁ କିଛି କାର୍ଯ୍ୟକଳାପ ବ୍ୟତୀତ ସମସ୍ତ କାର୍ଯ୍ୟକଳାପ ଆରମ୍ଭ କରିବାକୁ ଅନୁମତି ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ରବିବାର ଘୋଷଣା କରିଛନ୍ତି ।
କଣ ରହିବ ଖୋଲା
ଆଜି ଠାରୁ ସମସ୍ତ ମଲ୍, ଦୋକାନ, ସାପ୍ତାହିକ ମାର୍କେଟ, ରେସ୍ତୋରାଁ, ବେସରକାରୀ କାର୍ଯ୍ୟାଳୟ, ସର୍ବସାଧାରଣ ପରିବହନ, ସେଲୁନ୍, ବିୟୁଟି ପାର୍ଲର, ଧାର୍ମିକ ସ୍ଥାନ ଆଦି ଖୋଲା ରହିବ ।

କଣ ରହିବ ବନ୍ଦ
ପୂର୍ବପରି ବିଦ୍ୟାଳୟ-କଲେଜ ଶିକ୍ଷାନୁଷ୍ଠାନଗୁଡିକ, ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ସଭା, ସୁଇମିଂ ପୁଲ୍, ଷ୍ଟାଡିୟମ୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ, ସିନେମା ଥିଏଟର, ପାର୍କ, ଅଡିଟୋରିୟମ୍, ସ୍ପା, ଜିମ୍ ଆଦି ଉପରେ କଟକଣା ବଳବତ୍ତର ରହିଛି।
ଏହା ବ୍ୟତୀତ ଜାତୀୟ ତଥା ଆନ୍ତର୍ଜାତୀୟ ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଖେଳାଳିମାନଙ୍କ ଅଭ୍ୟାସ ନିମନ୍ତେ ସୁଇମିଂ ପୁଲ ଏବଂ ସ୍ପୋର୍ଟସ କମ୍ପ୍ଲେକ୍ସ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସ୍ଥାନରେ କରୋନା ଗାଇଡଲାଇନକୁ କଡାକଡି ପାଳନ କରିବା ବାଧ୍ୟତାମୂଳକ କରାଯାଇଛି ।
ଏହି ପର୍ଯ୍ୟାୟରେ ସକାଳ 10 ଟାରୁ ରାତି 8 ଟା ପର୍ଯ୍ୟନ୍ତ ସବୁ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । 50 ପ୍ରତିଶତ ସିଟିଂ କାପାସିଟିରେ ରେସ୍ତୋରାଁ ଖୋଲିବ । ଆଗାମୀ ସପ୍ତାହକୁ ଟ୍ରାଏଲ ବେସିସରେ ଅନଲକ୍ କରିବାକୁ ସରକାର ଯୋଜନା କରିଛନ୍ତି । ସରକାରୀ ଅଫିସରେ ଶତ ପ୍ରତିଶତ ଅଧିକାରୀ ଓ 50 ପ୍ରତିଶତ କର୍ମଚାରୀରେ କାମ ହେବ । ପ୍ରାଇଭେଟ ଅଫିସ 50ପ୍ରତିଶତ କର୍ମଚାରୀରେ ଚାଲିବାକୁ ଅନୁମତି । ସକାଳ 9 ଟାରୁ ସନ୍ଧ୍ୟା 5 ଟା ଯାଏ ଅଫିସ ଖୋଲିବ ।












Click it and Unblock the Notifications