ଜ୍ଞାନବାପୀ ମସଜିଦ ଉପରେ ଫେସବୁକ୍ ପୋଷ୍ଟ ସେୟାର କରି ଗିରଫ ହେଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର
ବାରାଣାସୀର ଜ୍ଞାନବାପୀ ମସଜିଦ କମ୍ପ୍ଲେକ୍ସ ଭିତରୁ ମିଳିଥିବା 'ଶିବଲିଙ୍ଗ'ର ଦାବିକୁ ଦର୍ଶାଇ ସୋଶାଲ ମିଡିଆ ପୋଷ୍ଟ କରିଥିବା ନେଇ ଗତକାଲି ରାତିରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ସହଯୋଗୀ ପ୍ରଫେସରଙ୍କୁ ଗିରଫ କରାଯାଇଛି ।
ନୂଆଦିଲ୍ଲୀ : ବାରାଣାସୀର ଜ୍ଞାନବାପୀ ମସଜିଦ କମ୍ପ୍ଲେକ୍ସ ଭିତରୁ ମିଳିଥିବା 'ଶିବଲିଙ୍ଗ'ର ଦାବିକୁ ଦର୍ଶାଇ ସୋଶାଲ ମିଡିଆ ପୋଷ୍ଟ କରିଥିବା ନେଇ ଗତକାଲି ରାତିରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ସହଯୋଗୀ ପ୍ରଫେସରଙ୍କୁ ଗିରଫ କରାଯାଇଛି ।
ହିନ୍ଦୁ ମହାବିଦ୍ୟାଳୟରେ କାମ କରୁଥିବା ରତନ ଲାଲଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା 153A (ଧର୍ମ, ଜାତି, ଜନ୍ମସ୍ଥାନ, ବାସସ୍ଥାନ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଅଧିନରେ ଉତ୍ତର ଦିଲ୍ଲୀର ସାଇବର ପୋଲିସ ଷ୍ଟେସନର ଅଧିକାରୀମାନେ ଗିରଫ କରିଥିଲେ ।

ଦିଲ୍ଲୀର ଜଣେ ଓକିଲଙ୍କ ପୋଲିସରେ ଅଭିଯୋଗ ପରେ ମଙ୍ଗଳବାର ରାତିରେ ଶ୍ରୀ ଲାଲଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଥିଲା । ତାଙ୍କ ଅଭିଯୋଗରେ ଆଡଭୋକେଟ ବିନୀତ ଜିନ୍ଦଲ କହିଛନ୍ତି ଯେ ଲାଲ ନିକଟରେ ଶିବଲିଙ୍ଗଙ୍କ ଉପରେ ଅପମାନଜନକ, ଉତ୍ତେଜକ ଟ୍ୱିଟ ସେୟାର କରିଛନ୍ତି ।
ନିଜ ପୋଷ୍ଟ୍କୁ ଯଥାର୍ଥ ଦର୍ଶାଇବାକୁ ଯାଇ ପ୍ରଫେସର୍ ଲାଲ୍ ପୂର୍ବରୁ କହିଥିଲେ, ଭାରତରେ ଆପଣ ଯଦି କୌଣସି ବିଷୟରେ କହିବେ, କାହାରି ନା, କାହାରି ଭାବାବେଗକୁ ଆଘାତ କରିବ । ତେଣୁ, ଏଇଟା ନୂଆ କଥା ନୁହେଁ । ମୁଁ ଜଣେ ଐତିହାସିକ ହୋଇଥିବାରୁ ବହୁ ପର୍ଯ୍ୟବେକ୍ଷଣ କରିଛି । ପୋଷ୍ଟ୍ରେ ଏ କଥା ଲେଖିବା ବେଳେ ମୁଁ ଖୁବ୍ ସତର୍କତା ଅବଲମ୍ବନ କରିଛି ।












Click it and Unblock the Notifications