ଦିଲ୍ଲୀରେ ପ୍ରବେଶ କରିବାକୁ କୋଭିଡ୍ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ପଞ୍ଜାବର ଯାତ୍ରୀମାନଙ୍କୁ 26 ଫେବୃଆରୀରୁ 15 ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀ ପ୍ରବେଶ କରିବା ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ ।

ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣର ମାମଲା । ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିବାକୁ ହେଲେ ସେହି ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଆସନ୍ତା ଶୁକ୍ରବାର ଠାରୁ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

corona-virus

ଖବର ଅନୁଯାୟୀ, ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ପଞ୍ଜାବର ଯାତ୍ରୀମାନଙ୍କୁ 26 ଫେବୃଆରୀରୁ 15 ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀ ପ୍ରବେଶ କରିବା ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ତଥାପି ଏନେଇ ସରକାରୀ ନିଶ୍ଚିତକରଣକୁ ଅପେକ୍ଷା କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ, ମହାରାଷ୍ଟ୍ରରେ COVID-19 ସଂକ୍ରମଣ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି । ଏଥିସହିତ କେରଳ ଓ ପଞ୍ଜାବରେ ମଧ୍ୟ ପ୍ରତିଦିନ ବୃଦ୍ଦଇ ପାଉଥିବା ସଂକ୍ରମଣ ହାର ଚିନ୍ତାର କାରଣ ହୋଇଛି ବୋଲି ଅଧିକାରୀ ଜଣକ କହିଛନ୍ତି ।

ସେହିପରି ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ଦୈନିକ ସଂକ୍ରମଣ ମାମଲାରେ ବୃଦ୍ଧି ହୋଇଛି ବୋଲି କେନ୍ଦ୍ରୀୟ ଅଧିକାରୀ ଜଣକ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଭୟକୁ ନେଇ ଅନେକ ରାଜ୍ୟ ମଧ୍ୟ ଆନ୍ତଃ ରାଜ୍ୟ ଭ୍ରମଣ ଉପରେ ନୂତନ ପ୍ରତିବନ୍ଧକ ଲଗାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+