ପୁଣି ଏକ ଟ୍ରେନ୍ ଅଗ୍ନିକାଣ୍ଡ, ଜଳିଗଲା ବୈଶାଳୀ ଏକ୍ସପ୍ରେସ୍, 19 ଆହତ
Train fire Accident: ଗୋଟିଏ ଦିନରେ 12 ଘଣ୍ଟା ମଧ୍ୟରେ ଦୁଇ ଦୁଇ ଟି ଟ୍ରେନ୍ ଅଗ୍ନିକାଣ୍ଡ । ଦିଲ୍ଲୀ-ସହରସା ବୈଶାଳୀ ଏକ୍ସପ୍ରେସରେ ହୋଇଛି ଅଗ୍ନିକାଣ୍ଡ । ଗୁରୁବାର ସକାଳେ ଉତ୍ତରପ୍ରଦେଶର ଇଟାୱାଠାରେ ସୁପରଫାଷ୍ଟ ଏକ୍ସପ୍ରେସର କୋଚରେ ଅଗ୍ନିକାଣ୍ଡ ଘଟିଛି । ଫଳରେ 19 ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଟ୍ରେନ ଟି ଦିଲ୍ଲୀରୁ ବିହାରର ସାହାରସା ଅଭିମୁଖେ ଯାତ୍ରା କରୁଥିବାବେଳେ ପ୍ୟାଣ୍ଟ୍ରି କାର ନିକଟରେ ଥିବା S6 କୋଚରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ ।
ଇଟାୱା ନିକଟରେ 12 ଘଣ୍ଟାରେ ଟ୍ରେନ ଅଗ୍ନିକାଣ୍ଡର ଏହା ଦ୍ୱିତୀୟ ଘଟଣା । ବୁଧବାର ଦିନ ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସର ତିନି କୋଚରେ ନିଆଁ ଲାଗିଥିଲା । ଏହି ଘଟଣାରେ କିଛି ଲୋକ ସାମାନ୍ୟ ଆହତ ହୋଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥାଇ ପାରେ ବୋଲି ବରିଷ୍ଠ ପୋଲିସ ଅଧୀକ୍ଷକ କହିଛନ୍ତି ।












Click it and Unblock the Notifications