ବିଷାକ୍ତ ହେଉଛି ଦିଲ୍ଲୀ ବାୟୁ, 436 ରେ ପହଞ୍ଚିଲା AQI, NCR ର ଅବସ୍ଥା ଗମ୍ଭୀର : SAFAR

ଦୀପାବଳୀର ଦୁଇ ଦିନ ପରେ ମଧ୍ୟ ଦେଶର ଜାତୀୟ ରାଜଧାନୀ ବାୟୁରେ କୌଣସି ଉନ୍ନତି ହୋଇନାହିଁ । ରବିବାର ଦିନ ମଧ୍ୟ ରାଜଧାନୀରେ ବାୟୁ 'ଗୁରୁତର ବର୍ଗ' ରେ ଅଛି । ଆଜି ବି ଏଠାରେ AQI 436 ରହିଛି, ଯାହା 'ବିପଜ୍ଜନକ' ବର୍ଗରେ ଅଛି ।

ନୂଆଦିଲ୍ଲୀ : ଦୀପାବଳୀର ଦୁଇ ଦିନ ପରେ ମଧ୍ୟ ଦେଶର ଜାତୀୟ ରାଜଧାନୀ ବାୟୁରେ କୌଣସି ଉନ୍ନତି ହୋଇନାହିଁ । ରବିବାର ଦିନ ମଧ୍ୟ ରାଜଧାନୀରେ ବାୟୁ 'ଗୁରୁତର ବର୍ଗ' ରେ ଅଛି । ଆଜି ବି ଏଠାରେ AQI 436 ରହିଛି, ଯାହା 'ବିପଜ୍ଜନକ' ବର୍ଗରେ ଅଛି । ତଥାପି, ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଜି ଦିଲ୍ଲୀରେ ପ୍ରବଳ ପବନ ହେବାର ଆଶଙ୍କା ରହିଛି, ଯେଉଁଥିପାଇଁ ଲୋକମାନେ ପ୍ରଦୂଷଣରୁ ମୁକ୍ତି ପାଇବେ ଏବଂ ବାୟୁ ଗୁଣବତ୍ତା ଭଲ ହେବ ।

Air Pollution

ଆପଣଙ୍କୁ କହି ରଖୁଛୁ ପୂର୍ବରୁ ପ୍ରଦୂଷଣରେ ପୀଡିତ ଦିଲ୍ଲୀ ଦୀପାବଳୀ ପରେ ବେଶି ପ୍ରଦୂଷିତ ହୋଇଛି, ଯେଉଁ କାରଣରୁ ଏଠାରେ ବାୟୁ ଗୁଣବତ୍ତା ଖରାପ ହୋଇଯାଇଛି ।

ଦୀପାବଳୀ ଦୁଇ ଦିନ ପରେ, ଦିଲ୍ଲୀର ଡାକ୍ତରଖାନାରେ ନିଶ୍ୱାସ ପ୍ରଶ୍ୱାସ ନେବା ଏବଂ ଆଖି ଜଳିବା ଭଳି ରୋଗରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ଅବସ୍ଥା ଆହୁରି ବିଗିଡି ଯାଇଛି । ଆକାଶ ସ୍ୱାସ୍ଥ୍ୟସେବା ଡ଼ ପରିଣୀତା କୌର କହିଛନ୍ତି: "ଦୀପାବଳୀ ପରେ ଆମେ ଶ୍ୱାସକ୍ରିୟାରେ ପୀଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବାର ଦେଖୁଛୁ । ରୋଗୀମାନେ କାଶ, ଛାତିରେ ଯନ୍ତ୍ରଣା ଏବଂ ନାକ ଜନିତ ସମସ୍ୟା ଅଭିଯୋଗ କରୁଛନ୍ତି ।"

କେବଳ ଦିଲ୍ଲୀର ବାୟୁ ନୁହେଁ ସମଗ୍ର ଏନସିଆର ଏହି ସମୟରେ ପ୍ରଦୂଷିତ ହୋଇଛି । ଶନିବାର ଦିନ, ଗାଜିଆବାଦ, ଗ୍ରେଟର ନୋଏଡା ସମେତ ଏନସିଆରର ଅନେକ ସହର 'ଡାର୍କ ରେଡ୍ ଜୋନ୍'ରେ ପଞ୍ଜିକୃତ ହୋଇଥିଲା । ଗତକାଲି, ଗାଜିଆବାଦରେ AQI 466, ଗ୍ରେଟର ନୋଏଡାରେ AQI 414, ନୋଏଡାରେ AQI 461, ଫରିଦାବାଦରେ AQI 449, ବାଲାବର୍ଗରେ AQI 431 ଏବଂ ଗୁରୁଗ୍ରାମରେ AQI 456, ଯାହାକି ଗମ୍ଭୀର ସଙ୍କେତକୁ ଦର୍ଶାଇଛି ।

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଏଜେନ୍ସି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (SAFAR) ପୂର୍ବରୁ ଚେତାବନୀ ଦେଇସାରିଛି ଯେ ଦୀପାବଳୀ ପରେ ଦିଲ୍ଲୀ-ଏନସିଆରର ତାପମାତ୍ରା ହ୍ରାସ ପାଇବ ଏବଂ ପ୍ରଦୂଷଣ ବୃଦ୍ଧି ହେବାର ସମ୍ଭାବନା ରହିଛି, ତେଣୁ ସମସ୍ତଙ୍କୁ ସତର୍କ ରହିବା ଆବଶ୍ୟକ । କାରଣ ପ୍ରଦୂଷଣ ବୃଦ୍ଧି ସହିତ କରୋନା ରୋଗ ମଧ୍ୟ ବଢିପାରେ, ଏଭଳି ପରିସ୍ଥିତିରେ ସମସ୍ତଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+