ଦିଲ୍ଲୀ ଦଙ୍ଗା 2020 : କୌଣସି ଉତ୍ତେଜନାର ଫଳାଫଳ ନୁହେଁ, ପୂର୍ବ ପ୍ରସ୍ତୁତ ଥିଲା ଯୋଜନା - ହାଇକୋର୍ଟ
ଫେବୃଆରୀ 2020 ରେ ଉତ୍ତର ପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ସମ୍ପର୍କରେ ହାଇକୋର୍ଟ କହିଛନ୍ତି ଯେ ଏହା କୌଣସି କ୍ଷଣିକ ଉତ୍ତେଜନାର ଫଳାଫଳ ନୁହେଁ । ଏହା ସମ୍ପୂର୍ଣ୍ଣ ଭାବେ ପୂର୍ବରୁ ଯୋଜନା କରାଯାଇ ହିଂସା ଘଟାଯାଇଥିଲା ।
ନୂଆଦିଲ୍ଲୀ : ଫେବୃଆରୀ 2020 ରେ ଉତ୍ତର ପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ସମ୍ପର୍କରେ ହାଇକୋର୍ଟ କହିଛନ୍ତି ଯେ ଏହା କୌଣସି କ୍ଷଣିକ ଉତ୍ତେଜନାର ଫଳାଫଳ ନୁହେଁ । ଏହା ସମ୍ପୂର୍ଣ୍ଣ ଭାବେ ପୂର୍ବରୁ ଯୋଜନା କରାଯାଇ ହିଂସା ଘଟାଯାଇଥିଲା । ପ୍ରମାଣକୁ ଦେଖିଲେ ଏହା କୁହାଯାଇପାରିବ ନାହିଁ ଯେ ଏହି ଦଙ୍ଗା କିଛି ଘଟଣାର ପ୍ରତିକ୍ରିୟା ଥିଲା । ଦଙ୍ଗା ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି ।

ଫେବୃଆରୀ 2020 ରେ ହୋଇଥିବା ଦଙ୍ଗା ବିଷୟରେ ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଏହି ଦଙ୍ଗା ଯୋଜନାବଦ୍ଧ ଭାବରେ କରାଯାଇଥିଲା, କୌଣସି ଘଟଣାରେ ହଠାତ୍ ପ୍ରତିକ୍ରିୟାଶୀଳ ହୋଇ ଏହା ହୋଇନଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା କୋର୍ଟରେ ଦାଖଲ କରାଯାଇଥିବା ଭିଡିଓ ଫୁଟେଜରେ ବିକ୍ଷୋଭକାରୀଙ୍କ ଆଚରଣ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ସରକାରଙ୍କ ସହ ସାଧାରଣ ଲୋକଙ୍କ ଜୀବନକୁ ବାଧିତ କରିବା ପାଇଁ ଏହା ଏକ ଯୋଜନାବଦ୍ଧ ଦଙ୍ଗା ।
ଦିଲ୍ଲୀ ପୋଲିସର ମୁଖ୍ୟ କନଷ୍ଟେବଳ ରତନ ଲାଲଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଇବ୍ରାହିମଙ୍କ ଜାମିନ ଆବେଦନ ଉପରେ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ କହିଛନ୍ତି ଯେ ଘଟଣାସ୍ଥଳରେ ସିସିଟିଭି କ୍ୟାମେରାକୁ ଯୋଜନାବଦ୍ଧ ବାବେ ଜାଣିଶୁଣି ନଷ୍ଟ କରାଯାଇଛି । ଏହା ଏକ ପୂର୍ବ-ଯୋଜନାବଦ୍ଧ ଷଡଯନ୍ତ୍ରକୁ ସୂଚିତ କରୁଛି । ପୋଲିସ ଉପରେ ଆକ୍ରମଣ କରୁଥିବା ଶତାଧିକ ଦଙ୍ଗାକାରୀ ମଧ୍ୟ ଏକ ସୁଚିନ୍ତିତ ଷଡଯନ୍ତ୍ରକୁ ସୂଚିତ କରୁଛନ୍ତି ।

ଇବ୍ରାହିମର ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବାବେଳେ ତାର ଖଣ୍ଡା ସହ ଉପଲବ୍ଧ ଭିଡିଓ ଫୁଟେଜ ତାଙ୍କୁ ଜେଲରେ ରଖିବା ପାଇଁ ଯଥେଷ୍ଟ ବୋଲି କହିଛନ୍ତି । ଶୁଣାଣି ପରେ କୋର୍ଟ ଇବ୍ରାହିମଙ୍କ ସମେତ ତିନି ଜଣଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି ।
କଣ ଥିଲା ଘଟଣା ?
ଆପଣଙ୍କୁ କହି ରଖୁଛୁ, ଫେବୃଆରୀ 2020 ରେ ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳରେ ଭୟଙ୍କର ଦଙ୍ଗା ହୋଇଥିଲା ଯେଉଁଥିରେ 53 ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଶହ ଶହ ଲୋକ ଆହତ ହୋଇଥିଲେ । ଏହି ଦଙ୍ଗା ସହ ଜଡିତ ମାମଲାରେ ଦିଲ୍ଲୀ ପୋଲିସ ଶହ ଶହ ଲୋକଙ୍କୁ ଗିରଫ କରିଛି ଯେଉଁଥିରେ ହାଇକୋର୍ଟରେ ଅନେକ ମାମଲାର ଶୁଣାଣି ଚାଲିଛି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications