ଦିଲ୍ଲୀରେ ଚିହ୍ନଟ ହେଲା ମଙ୍କିପକ୍ସର ତୃତୀୟ ମାମଲା, ନାଇଜେରିଆ ଯୁବକ ଆକ୍ରାନ୍ତ
ଜାତୀୟ ରାଜଧାନୀରେ ତୃତୀୟ ମାମଲା ସାମ୍ନାକୁ ଆସିଛି । ରାଜଧାନୀରେ ରହୁଥିବା ଜଣେ ନାଇଜେରିଆ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି ।
ନୂଆଦିଲ୍ଲୀ : ସାରା ଦେଶରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି । ଏହି ସମୟରେ ଜାତୀୟ ରାଜଧାନୀରେ ତୃତୀୟ ମାମଲା ସାମ୍ନାକୁ ଆସିଛି । ରାଜଧାନୀରେ ରହୁଥିବା ଅନ୍ୟ ଜଣେ ନାଇଜେରିଆ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି । ଏହାପୂର୍ବରୁ ସୋମବାର ଦିନ ଅନ୍ୟ ଜଣେ ନାଇଜେରିଆ ଯୁବକଙ୍କ ଠାରେ ମଙ୍କିପକ୍ସ ଭାଇରସ ଚିହ୍ନଟ ହୋଇଥିଲା ।
ସୋମବାର ମଙ୍କପକ୍ସ ଆକ୍ରାନ୍ତ ନିଶ୍ଚିତ ହୋଇଥିବା 35 ବର୍ଷୀୟ ନାଇଜେରିଆ ବ୍ୟକ୍ତିଙ୍କର କୌଣସି ସାମ୍ପ୍ରତିକ ଯାତ୍ରା ରେକର୍ଡ ନାହିଁ । ସୋମବାର ଦିନ ଏହି ଆକ୍ରାନ୍ତଙ୍କୁ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଡାକ୍ତରଖାନାର ଡାକ୍ତର ସୁରେଶ କୁମାର ରୋଗୀ ବିଷୟରେ କହିଛନ୍ତି ଯେ, ତାଙ୍କ ଜଙ୍ଘ, ମୁହଁ ଇତ୍ୟାଦିରେ ଘା 'ହୋଇଛି । ବର୍ତ୍ତମାନ ତାଙ୍କ ଠାରେ ଜ୍ୱର ଏବଂ ଚର୍ମରେ ସାମାନ୍ୟ ଫୁଲା ଅଛି । ତାଙ୍କୁ ଆଇସୋଲେସନ୍ କରି ତାଙ୍କ ଉପରେ ନଜର ରଖାଯାଉଛି ।
ଏହି ସମୟରେ ଖୁସି ଖବର ହେଉଛି ଦିଲ୍ଲୀର ମଙ୍କିପକ୍ସର ପ୍ରଥମ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ତାଙ୍କୁ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରିଥିଲେ । 25 ଦିନ ପରେ ରୋଗୀ ଭଲ ହୋଇଛନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications