For Quick Alerts
Turn On Notification  
For Daily Alerts
Oneindia App Download

ଦିଲ୍ଲୀରେ ଚିହ୍ନଟ ହେଲା ମଙ୍କିପକ୍ସର ତୃତୀୟ ମାମଲା, ନାଇଜେରିଆ ଯୁବକ ଆକ୍ରାନ୍ତ

ଜାତୀୟ ରାଜଧାନୀରେ ତୃତୀୟ ମାମଲା ସାମ୍ନାକୁ ଆସିଛି । ରାଜଧାନୀରେ ରହୁଥିବା ଜଣେ ନାଇଜେରିଆ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି ।

|

ନୂଆଦିଲ୍ଲୀ : ସାରା ଦେଶରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି । ଏହି ସମୟରେ ଜାତୀୟ ରାଜଧାନୀରେ ତୃତୀୟ ମାମଲା ସାମ୍ନାକୁ ଆସିଛି । ରାଜଧାନୀରେ ରହୁଥିବା ଅନ୍ୟ ଜଣେ ନାଇଜେରିଆ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି । ଏହାପୂର୍ବରୁ ସୋମବାର ଦିନ ଅନ୍ୟ ଜଣେ ନାଇଜେରିଆ ଯୁବକଙ୍କ ଠାରେ ମଙ୍କିପକ୍ସ ଭାଇରସ ଚିହ୍ନଟ ହୋଇଥିଲା ।

ସୋମବାର ମଙ୍କପକ୍ସ ଆକ୍ରାନ୍ତ ନିଶ୍ଚିତ ହୋଇଥିବା 35 ବର୍ଷୀୟ ନାଇଜେରିଆ ବ୍ୟକ୍ତିଙ୍କର କୌଣସି ସାମ୍ପ୍ରତିକ ଯାତ୍ରା ରେକର୍ଡ ନାହିଁ । ସୋମବାର ଦିନ ଏହି ଆକ୍ରାନ୍ତଙ୍କୁ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

monkeypox

ଡାକ୍ତରଖାନାର ଡାକ୍ତର ସୁରେଶ କୁମାର ରୋଗୀ ବିଷୟରେ କହିଛନ୍ତି ଯେ, ତାଙ୍କ ଜଙ୍ଘ, ମୁହଁ ଇତ୍ୟାଦିରେ ଘା 'ହୋଇଛି । ବର୍ତ୍ତମାନ ତାଙ୍କ ଠାରେ ଜ୍ୱର ଏବଂ ଚର୍ମରେ ସାମାନ୍ୟ ଫୁଲା ଅଛି । ତାଙ୍କୁ ଆଇସୋଲେସନ୍ କରି ତାଙ୍କ ଉପରେ ନଜର ରଖାଯାଉଛି ।

ଏହି ସମୟରେ ଖୁସି ଖବର ହେଉଛି ଦିଲ୍ଲୀର ମଙ୍କିପକ୍ସର ପ୍ରଥମ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ତାଙ୍କୁ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରିଥିଲେ । 25 ଦିନ ପରେ ରୋଗୀ ଭଲ ହୋଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Delhi Reports third monkeypox case, Nigerian man tests positive
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X