ଦିଲ୍ଲୀରେ ଗୋଟିଏ ଦିନରେ 300 କରୋନା ମାମଲା, ଜରୁରୀକାଳୀନ ବୈଠକ ଡାକିଲେ କେଜ୍ରିୱାଲ ସରକାର

corona virus

ଦିଲ୍ଲୀ : ଗତ କିଛି ଦିନ ହେବ ସାରା ଦେଶରେ କରୋନା ଦୈନିକ ମାମଲା ବଢିବାରେ ଲାଗିଛି । ଏହି ସମୟରେ ଦେଶର ଜାତୀୟ ରାଜଧାନୀରେ ଦୈନିକ କରୋନା ମାମଲା ସମସ୍ତଙ୍କୁ ବିବ୍ରତ କରିଦେଇଛି । ଦିଲ୍ଲୀରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲ ସରକାର 30 ମାର୍ଚ୍ଚ ଗୁରୁବାର ଦିନ ଜରୁରୀକାଳୀନ ବୈଠକ ଡାକିଛନ୍ତି ।

ପ୍ରାୟ 6 ମାସ ପରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ 300 ଟି କୋଭିଡ -19 ମାମଲା ଚିହ୍ନଟ ହୋଇଛି । ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, 31 ଅଗଷ୍ଟ 2022 ପରେ ପ୍ରଥମ ଥର ପାଇଁ, 29 ମାର୍ଚ୍ଚ 2022 ବୁଧବାର ଦିନ ଦିଲ୍ଲୀରେ ଗୋଟିଏ ଦିନରେ 300 ଟି କୋଭିଡ ମାମଲା ସାମ୍ନାକୁ ଆସିଛି ।

ଦିଲ୍ଲୀରେ କୋଭିଡ ପଜିଟିଭିଟି ହାର 13.89 ପ୍ରତିଶତକୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ କରୋନା ଯୋଗୁଁ ଦୁଇ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

ଦିଲ୍ଲୀରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଆଜି ସ୍ୱାସ୍ଥ୍ୟ ବିଭାଗ ସହ ଜଡିତ ଅଧିକାରୀ ତଥା ବିଶେଷଜ୍ଞ ଡାକ୍ତରଙ୍କ ସହ ଆଲୋଚନା କରିବେ । ଏହି ସଭାରେ ସ୍ୱତନ୍ତ୍ର ସଚିବ, ସ୍ୱାସ୍ଥ୍ୟ ବିଭାଗ, ମହାନିର୍ଦ୍ଦେଶକ ସ୍ୱାସ୍ଥ୍ୟ ସେବା, ଅମ୍ଳଜାନ ପାଇଁ ନୋଡାଲ ଅଧିକାରୀ ଏବଂ LNJP ସମେତ ଅନେକ ଡାକ୍ତରଖାନାର ଡାକ୍ତରୀ ନିର୍ଦ୍ଦେଶକ ଉପସ୍ଥିତ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+