ଦିଲ୍ଲୀ ପ୍ରଦୂଷଣ : ଆକ୍ସ ମୁଡ୍ ରେ କେଜ୍ରିୱାଲ ସରକାର, ଦିଲ୍ଲୀରେ ଟ୍ରକ ପ୍ରବେଶ ଉପରେ ପ୍ରତିବନ୍ଧକ
ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଉଦବେଗଜନକ ସ୍ତରରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ଆକ୍ସ ମୁଡରେ ଆସିଛି । ଜାତୀୟ ରାଜଧାନୀ ଅଞ୍ଚଳରେ ଟ୍ରକ୍ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଉଦବେଗଜନକ ସ୍ତରରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ଆକ୍ସ ମୁଡରେ ଆସିଛି । ଜାତୀୟ ରାଜଧାନୀ ଅଞ୍ଚଳରେ ଟ୍ରକ୍ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ସହିତ କମ୍ପାନୀମାନଙ୍କୁ ଅଧା କର୍ମଚାରୀଙ୍କୁ ଘରୁ କାମ କରିବାକୁ ପଠାଇବାକୁ କୁହାଯାଇଛି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ତଥାପି, ଅତ୍ୟାବଶ୍ୟକ ସେବାର ଟ୍ରକଗୁଡ଼ିକୁ ପୂର୍ବ ପରି ଏଣ୍ଟ୍ରି ଦିଆଯିବ ବୋଲି କହିଛନ୍ତି । ଏଥିସହିତ ସିଏନଜି ଏବଂ ବୈଦ୍ୟୁତିକ ଟ୍ରକ ମଧ୍ୟ ପ୍ରବେଶ କରିପାରିବ ।

ପରିବେଶ ମନ୍ତ୍ରୀ ଗୋପାଳ ରାୟଙ୍କ ଅନୁଯାୟୀ, ଅଧା କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ପାଇଁ ପଠାଇବାକୁ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଜାରି କରାଯାଇଛି । ସେ କହିଛନ୍ତି ଯେ ସମସ୍ତ ପ୍ରକାର ଡିଜେଲ ଯାନ ଉପରେ ମଧ୍ୟ ନିଷେଧାଦେଶ ଲଗାଯାଇଛି । କିନ୍ତୁ, ଜରୁରୀକାଳୀନ ସେବା ଯାନଗୁଡିକୁ ଏଥିରକୁ ବାଦ୍ ଦିଆଯାଇଛି ।
ଆପଣଙ୍କୁ କହି ରଖୁଛୁ ଦୀପାବଳିର ଗୋଟିଏ ଦିନ ପର ପର୍ଯ୍ୟନ୍ତ, ଦାବି କରାଯାଉଥିଲା ଯେ ଏଥର ପ୍ରଦୂଷଣର ସ୍ତର ଗତ କିଛି ବର୍ଷ ତୁଳନାରେ କମ୍ ରହିଛି । ଏହା ପଛରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ସମେତ ଅନେକ କାରଣ ଦର୍ଶାଯାଇଥିଲା । କିନ୍ତୁ ବର୍ତ୍ତମାନ ଦୀପାବଳିର 10 ଦିନ ପରେ ପ୍ରଦୂଷଣ ଯୋଗୁଁ ପରିସ୍ଥିତି ଅଧିକ ଖରାପ ହୋଇଯାଇଛି ।
ଏହାପୂର୍ବରୁ ସୂଚନା ଦେବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିଲେ ଯେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଯୁଗ୍ମ-ଅଯୁଗ୍ମ(ଅଡ୍-ଇଭିନ୍) ଉପରେ ମଧ୍ୟ ବିଚାର କରାଯାଉଛି । ଏଥି ସହିତ, ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦିଲ୍ଲୀର ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବନ୍ଦ ରହିଛି । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀବାସୀ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନହେବା ନେଇ ଆମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications