ଘରୁ ହ୍ୟାଣ୍ଡ ଗ୍ରେନେଡ୍ ଜବତ କଲା ଦିଲ୍ଲୀ ପୋଲିସ, ଦୁଇ ସନ୍ଦିଗ୍ଧ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଇନପୁଟରେ ଚଢାଉ
ଖାଲିସ୍ତାନ ସମର୍ଥିତ ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଘରୁ ଗ୍ରେନେଡ ଜବତ କରିଛି । ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ଭଲ୍ସୱା ଡାଏରୀ ଅଞ୍ଚଳରେ ଚଢାଉ କରି ଘରୁ ହ୍ୟାଣ୍ଡ ଗ୍ରେନେଡ୍ ଜବତ କରିଛି ।
ନୂଆଦିଲ୍ଲୀ : ଜାତୀୟ ରାଜଧାନୀରେ ଆତଙ୍କବାଦ ବିରୋଧରେ ପୋଲିସ୍ କୁ ମିଳିଛି ବଡ଼ ସଫଳତା । ଏକ ପ୍ରମୁଖ ଆତଙ୍କବାଦୀ ଷଡଯନ୍ତ୍ରକୁ ଫଣ୍ଡ କରିଥି ଦିଲ୍ଲୀ ପୋଲିସ । ଜାହଙ୍ଗୀରପୁରୀ ଅଞ୍ଚଳର ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଖାଲିସ୍ତାନ ସମର୍ଥିତ ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଘରୁ ଗ୍ରେନେଡ ଜବତ କରିଛି । ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ଭଲ୍ସୱା ଡାଏରୀ ଅଞ୍ଚଳରେ ଚଢାଉ କରି ଘରୁ ହ୍ୟାଣ୍ଡ ଗ୍ରେନେଡ୍ ଜବତ କରିଛି ।

ଭାଲସ୍ୱା ଡାଏରୀ ଅଞ୍ଚଳରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଚଢାଉରେ ଏକ ଘରୁ ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି । UAPA ଅଧୀନରେ ଗିରଫ ହୋଇଥିବା ନୈଶାଦ ଏବଂ ଜଗଜିତ ସିଂହଙ୍କୁ ପଚରାଉଚରା ପରେ ଏହି ଚଢାଉ କରାଯାଇଥିଲା । ଚଢାଉ କରାଯାଇଥିବା ଘରେ କିଛି ରକ୍ତ ଛିଟା ଦେଖିବାକୁ ମିଳିଥିଲା, FSL ଟିମ୍ ଏହି ରକ୍ତ ନମୁନା ନେଇଛି ।
ସୂଚନା ଅନୁଯାୟୀ, ଜାହାଙ୍ଗୀରପୁରୀରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲୁଚି ରହିଥିବା ନେଇ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ସୂଚନା ପାଇଥିଲା । ଏହା ପରେ ନୈଶାଦ ଏବଂ ଜଗଜିତ ଧରାପଡିଥିଲେ । ସେମାନଙ୍କୁ ପଚରାଉଚରା ପରେ ଉଭୟଙ୍କ ଇନପୁଟ ଆଧାରରେ ଏକ ଘରେ ଚଢାଉ କରି ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଥିଲା । ସେହି ଘରୁ ମିଳିଥିବା ରକ୍ତ ନମୁନା ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି ।












Click it and Unblock the Notifications