ମହିଳାଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତର ମିଳିଲା ଲୋକେସନ୍, ପାଇଲଟ ଏବଂ କର୍ମଚାରୀଙ୍କୁ ସମନ
ଆମେରିକାରୁ ନୂଆଦିଲ୍ଲୀକୁ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି ।
ନୂଆଦିଲ୍ଲୀ: ଆମେରିକାରୁ ନୂଆଦିଲ୍ଲୀକୁ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏଥି ସହ ଦିଲ୍ଲୀ ପୋଲିସ ଏୟାର ଇଣ୍ଡିଆର ବିମାନର ପାଇଲଟଙ୍କ ସମେତ କ୍ରୁ ସଦସ୍ୟଙ୍କୁ ସମନ ଜାରି କରିଛି ।

ନିକଟରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରୀମାନଙ୍କ ମଧ୍ୟରେ ଝଗଡା ହେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣା 26 ନଭେମ୍ବର ବୋଲି କୁହାଯାଉଛି । ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ ।
ପରେ ଏୟାର ଇଣ୍ଡିଆ ଏହି ବିଷୟରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲା । ଏହା ସହିତ ବିମାନ ସେବା ମଧ୍ୟ ଅନୁସନ୍ଧାନ ପାଇଁ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲା । ତାଙ୍କୁ 'ନୋ ଫ୍ଲାଇଟ୍ ତାଲିକାରେ' ରଖିବାକୁ ସୁପାରିଶ କରି ଏହି କମିଟି ଅଭିଯୁକ୍ତ ଶଙ୍କରଙ୍କୁ 30 ଦିନ ଯାତ୍ରା କରିବାକୁ ବାରଣ କରିଥିଲା । ସେହିଭଳି ଶୁକ୍ରବାର ଦିନ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରାଯାଇଛି । ପାଇଲଟଙ୍କ ସମେତ ଦିଲ୍ଲୀ ପୋଲିସ ଫ୍ଲାଇଟ୍ କ୍ରୁ ମେମ୍ବରଙ୍କୁ ସମନ ଜାରି କରିଛି ।
ଅଭିଯୁକ୍ତ ଯାତ୍ରୀଙ୍କ ଶେଷ ଲୋକେସନ୍ ବେଙ୍ଗାଲୁରୁ ଥିଲା ବୋଲି ପୋଲିସ୍ ଜାଣିବାକୁ ପାଇଛି । ଅଭିଯୁକ୍ତ ଯାତ୍ରୀଙ୍କ ବୟସ ପ୍ରାୟ 70 ବର୍ଷ ।












Click it and Unblock the Notifications