Farmers Protest: ଦିଲ୍ଲୀ ହିଂସାକୁ ନେଇ ବିକେୟୁ ନେତା ରାକେଶଙ୍କ ସମେତ 20 ଚାଷୀ ନେତାଙ୍କୁ ଦିଲ୍ଲୀ ପୋଲିସର କାରଣ ଦର୍ଶାଅ ନୋଟିସ

ଜାନୁୟାରୀ 26 ରେ ହିଂସା ଘଟଣାରେ ପୋଲିସ 35 କୃଷକ ନେତାଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଥିବାବେଳେ ଅନେକ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଗୁରୁବାର ଦିଲ୍ଲୀ ପୋଲିସ ଭାରତୀୟ କୃଷକ ସଂଘ (ବି.କେ.ୟୁ) ମୁଖପାତ୍ର ରାକେଶ ଟିକାୟତଙ୍କୁ ନୋଟିସ ଜାରି କରିଛି ।

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଦ୍ୱାରା ହିଂସାତ୍ମକ ଆନ୍ଦୋଳନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ପୋଲିସ ଅଣ୍ଟା ଭିଡ଼ିଛି । ଜାନୁୟାରୀ 26 ରେ ହିଂସା ଘଟଣାରେ ପୋଲିସ 35 କୃଷକ ନେତାଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଥିବାବେଳେ ଅନେକ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହା ମଧ୍ୟରେ ଗୁରୁବାର ଦିନ ଦିଲ୍ଲୀ ପୋଲିସ ଭାରତୀୟ କୃଷକ ସଂଘ (ବି.କେ.ୟୁ) ମୁଖପାତ୍ର ରାକେଶ ଟିକାୟତଙ୍କୁ ନୋଟିସ ଜାରି କରିଛି । ଏହା ବ୍ୟତୀତ ଅନ୍ୟ 20ଜଣ ଚାଷୀ ନେତାଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଦିଲ୍ଲୀ ପୋଲିସ୍ । 26 ଜାନୁଆରୀରେ ଟ୍ରାକ୍ଟର ରାଲି ସମ୍ମୟରେ ପୋଲିସ ସହ ହୋଇଥିବା ଚୁକ୍ତି ଭଙ୍ଗ କରିଥିବାରୁ ତାଙ୍କ ବିରୋଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି କାରଣ ଦର୍ଶାଅ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି ।

Rakesh-BKU-leader

ଆପଣଙ୍କୁ କହିରଖୁଛୁ ଯେ, ଜାନୁଆରୀ 26, ଗଣତନ୍ତ୍ର ଦିବସରେ, ଦିଲ୍ଲୀର ITO ଏବଂ ଲାଲକିଲ୍ଲାରେ ଶହ ଶହ କୃଷକ ହିଂସାତ୍ମକ କାଣ୍ଡ ଭିଆଇଥିଲେ । ପୋଲିସ୍ ଓ କୃଷକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଉଭୟ ପକ୍ଷର ଅନେକ ଲୋକ ଆହତ ହୋଇଛନ୍ତି । କୃଷକ ଆନ୍ଦୋଳନରେ ହିଂସା ପରଠାରୁ ଅନେକ କୃଷକ ସଂଗଠନ ଏହି ଆନ୍ଦୋଳନରୁ ଓହରି ଯାଇଛନ୍ତି । ଏହି ସମୟରେ, ଦିଲ୍ଲୀ ପୋଲିସ ମଧ୍ୟ କୃଷକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିବା ସହ ବି.କେ.ୟୁ ନେତାଙ୍କୁ କାରଣ ଦର୍ଶାଅ ନୋଟିସେ ଜାରି କରିଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସ ମଙ୍ଗଳବାର ଦିନ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡକୁ ଭିତ୍ତି କରି ମାମଲା ରୁଜୁ କରିବା ସହ ଅନେକ ଲୋକଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଲିସ ଅଭିଯୋଗ କରିଛି ଯେ ଟ୍ରାକ୍ଟର ରାଲିରେ କୃଷକ ନେତାମାନେ ଦିଲ୍ଲୀ ପୋଲିସକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି । ଅନ୍ୟପକ୍ଷରେ ଏହାର ଜବାବରେ କୃଷକ ନେତାମାନେ କହିଛନ୍ତି ଯେ ଯାହା ଘଟିଛି, ଏକ ପୂର୍ବପ୍ରସ୍ତୁତ ରଣନୀତି ଅନୁଯାୟୀ ସବୁକିଛି ଘଟିଛି ଏବଂ ଏଥିପାଇଁ ସରକାର ଦାୟୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+