For Quick Alerts
Turn On Notification  
For Daily Alerts
Oneindia App Download

ଫ୍ୟାକ୍ଟ ଚେକର ଜୁବୈରଙ୍କ ବିରୋଧରେ ବିଦେଶୀ ପାଣ୍ଠି ସଂଗ୍ରହ ଅଭିଯୋଗ, ଅନେକ ଧାରା ଲଗାଇଲା ଦିଲ୍ଲୀ ପୋଲିସ

ଦିଲ୍ଲୀ ପୋଲିସର ସୂଚନାନୁସାରେ, ଜୁବେର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବା ସହିତ ବହୁ ବିଦେଶୀ ପାଣ୍ଠି ସଂଗ୍ରହ କରିଛନ୍ତି । ଏହି କାରଣରୁ ବର୍ତ୍ତମାନ ତାଙ୍କ ଉପରେ 201, 120B, 35 FCRA ଲାଗୁ କରାଯାଇଛି ।

|

ନୂଆଦିଲ୍ଲୀ : ଫ୍ୟାକ୍ଟ ଚେକର ମହମ୍ମଦ ଜୁବୈରଙ୍କ ସମସ୍ୟା ବଢିବାରେ ଲାଗିଛି । ଶନିବାର ଦିନ ଦିଲ୍ଲୀ ପୋଲିସ ତାଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରି 14 ଦିନ ନ୍ୟାୟିକ ହେପାଜତ ମାଗିଥିଲା । ଏହା ବ୍ୟତୀତ ଜୁବୈରଙ୍କ ବିରୋଧରେ ବିଦେଶୀ ପାଣ୍ଠି ସଂଗ୍ରହ ଅଭିଯୋଗ ହୋଇଛି । ଯେଉଁଥିପାଇଁ FIR ରେ ନୂତନ ଧାରା ଲାଗୁ କରାଯାଇଛି । ଅନ୍ୟପକ୍ଷରେ ଜୁବୈରଙ୍କ ଓକିଲ ମଧ୍ୟ ପଟିଆଲା ହାଉସ କୋର୍ଟରେ ଜାମିନ ଆବେଦନ କରିଛନ୍ତି ।

zubair

ଦିଲ୍ଲୀ ପୋଲିସର ସୂଚନାନୁସାରେ, ଜୁବେର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବା ସହିତ ବହୁ ବିଦେଶୀ ପାଣ୍ଠି ସଂଗ୍ରହ କରିଛନ୍ତି । ଏହି କାରଣରୁ ବର୍ତ୍ତମାନ ତାଙ୍କ ଉପରେ 201, 120B, 35 FCRA ଲାଗୁ କରାଯାଇଛି । ଏହା ବ୍ୟତୀତ ତାଙ୍କ ଉପରେ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ପୋଲିସ ଟିମ୍ ତାଙ୍କଠାରୁ ଏକ ମୋବାଇଲ୍ ଫୋନ୍ ଏବଂ ହାର୍ଡ ଡିସ୍କ ଜବତ କରିଛି । ତେବେ ହି ସମୟରେ ଖବର ମଧ୍ୟ ଆସୁଛି ଯେ ଜୁବୈରଙ୍କ ବିଷୟରେ ଅଭିଯୋଗ କରିଥିବା ଟ୍ୱିଟର ବ୍ୟବହାରକାରୀ ତାଙ୍କ ଆକାଉଣ୍ଟ ଡିଲିଟ କରିଛନ୍ତି । ଦିଲ୍ଲୀ ପୋଲିସ ମଧ୍ୟ ଏ ସମ୍ପର୍କରେ ସୂଚନା ପାଇବାକୁ ଚେଷ୍ଟା କରୁଛି ।

ଅନ୍ୟପକ୍ଷରେ, ବିଦେଶୀ ପାଣ୍ଠି ପ୍ରସଙ୍ଗ ସାମ୍ନାକୁ ଆସିବା ମାତ୍ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମଧ୍ୟ ସକ୍ରିୟ ହୋଇଛି । ସୂଚନାନୁସାରେ ଗତ ତିନି ମାସ ମଧ୍ୟରେ ଜୁବୈରଙ୍କ ଏକ ଆକାଉଣ୍ଟରେ 56 ଲକ୍ଷ ଟଙ୍କା ଆସିଥିଲା । ଯେଉଁଥିପାଇଁ ଦିଲ୍ଲୀ ପୋଲିସ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଇଡିକୁ ହସ୍ତାନ୍ତର କରିଛି । ଏହା ବ୍ୟତୀତ FIR ର ଏକ କପି ମଧ୍ୟ ଦିଆଯାଇଛି, ଯାହା ଦ୍ୱାରା ବିଦେଶୀ ପାଣ୍ଠି ଅଭିଯୋଗର ସମ୍ପୂର୍ଣ୍ଣ ସତ୍ୟତା ବାହାରକୁ ଆସିପାରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Delhi Police increased several sections Against Mohammed Zubair for Receiving foreign funding and Destruction of Evidence
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X