Get Updates
Get notified of breaking news, exclusive insights, and must-see stories!

ଫ୍ୟାକ୍ଟ ଚେକର ଜୁବୈରଙ୍କ ବିରୋଧରେ ବିଦେଶୀ ପାଣ୍ଠି ସଂଗ୍ରହ ଅଭିଯୋଗ, ଅନେକ ଧାରା ଲଗାଇଲା ଦିଲ୍ଲୀ ପୋଲିସ

ଦିଲ୍ଲୀ ପୋଲିସର ସୂଚନାନୁସାରେ, ଜୁବେର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବା ସହିତ ବହୁ ବିଦେଶୀ ପାଣ୍ଠି ସଂଗ୍ରହ କରିଛନ୍ତି । ଏହି କାରଣରୁ ବର୍ତ୍ତମାନ ତାଙ୍କ ଉପରେ 201, 120B, 35 FCRA ଲାଗୁ କରାଯାଇଛି ।

ନୂଆଦିଲ୍ଲୀ : ଫ୍ୟାକ୍ଟ ଚେକର ମହମ୍ମଦ ଜୁବୈରଙ୍କ ସମସ୍ୟା ବଢିବାରେ ଲାଗିଛି । ଶନିବାର ଦିନ ଦିଲ୍ଲୀ ପୋଲିସ ତାଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରି 14 ଦିନ ନ୍ୟାୟିକ ହେପାଜତ ମାଗିଥିଲା । ଏହା ବ୍ୟତୀତ ଜୁବୈରଙ୍କ ବିରୋଧରେ ବିଦେଶୀ ପାଣ୍ଠି ସଂଗ୍ରହ ଅଭିଯୋଗ ହୋଇଛି । ଯେଉଁଥିପାଇଁ FIR ରେ ନୂତନ ଧାରା ଲାଗୁ କରାଯାଇଛି । ଅନ୍ୟପକ୍ଷରେ ଜୁବୈରଙ୍କ ଓକିଲ ମଧ୍ୟ ପଟିଆଲା ହାଉସ କୋର୍ଟରେ ଜାମିନ ଆବେଦନ କରିଛନ୍ତି ।

zubair

ଦିଲ୍ଲୀ ପୋଲିସର ସୂଚନାନୁସାରେ, ଜୁବେର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବା ସହିତ ବହୁ ବିଦେଶୀ ପାଣ୍ଠି ସଂଗ୍ରହ କରିଛନ୍ତି । ଏହି କାରଣରୁ ବର୍ତ୍ତମାନ ତାଙ୍କ ଉପରେ 201, 120B, 35 FCRA ଲାଗୁ କରାଯାଇଛି । ଏହା ବ୍ୟତୀତ ତାଙ୍କ ଉପରେ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ପୋଲିସ ଟିମ୍ ତାଙ୍କଠାରୁ ଏକ ମୋବାଇଲ୍ ଫୋନ୍ ଏବଂ ହାର୍ଡ ଡିସ୍କ ଜବତ କରିଛି । ତେବେ ହି ସମୟରେ ଖବର ମଧ୍ୟ ଆସୁଛି ଯେ ଜୁବୈରଙ୍କ ବିଷୟରେ ଅଭିଯୋଗ କରିଥିବା ଟ୍ୱିଟର ବ୍ୟବହାରକାରୀ ତାଙ୍କ ଆକାଉଣ୍ଟ ଡିଲିଟ କରିଛନ୍ତି । ଦିଲ୍ଲୀ ପୋଲିସ ମଧ୍ୟ ଏ ସମ୍ପର୍କରେ ସୂଚନା ପାଇବାକୁ ଚେଷ୍ଟା କରୁଛି ।

ଅନ୍ୟପକ୍ଷରେ, ବିଦେଶୀ ପାଣ୍ଠି ପ୍ରସଙ୍ଗ ସାମ୍ନାକୁ ଆସିବା ମାତ୍ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମଧ୍ୟ ସକ୍ରିୟ ହୋଇଛି । ସୂଚନାନୁସାରେ ଗତ ତିନି ମାସ ମଧ୍ୟରେ ଜୁବୈରଙ୍କ ଏକ ଆକାଉଣ୍ଟରେ 56 ଲକ୍ଷ ଟଙ୍କା ଆସିଥିଲା । ଯେଉଁଥିପାଇଁ ଦିଲ୍ଲୀ ପୋଲିସ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଇଡିକୁ ହସ୍ତାନ୍ତର କରିଛି । ଏହା ବ୍ୟତୀତ FIR ର ଏକ କପି ମଧ୍ୟ ଦିଆଯାଇଛି, ଯାହା ଦ୍ୱାରା ବିଦେଶୀ ପାଣ୍ଠି ଅଭିଯୋଗର ସମ୍ପୂର୍ଣ୍ଣ ସତ୍ୟତା ବାହାରକୁ ଆସିପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+