ଗଣତନ୍ତ୍ର ଦିବସରେ ଆତଙ୍କୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର, ଚାରି ଆତଙ୍କୀଙ୍କ ତଲାସ ଜାରି

ଦିଲ୍ଲୀ ପୋଲିସ୍ ଦାବି କରିଛି ଯେ "ପ୍ରଭାବଶାଳୀ ହିନ୍ଦୁ ନେତା" ମାନଙ୍କୁ ଟାର୍ଗେଟ କରିବାକୁ ଷଡଯନ୍ତ୍ର କରାଯାଇଛି । ଏଥିରେ ସମ୍ପୃକ୍ତ ଚାରିଜଣ ଆତଙ୍କବାଦୀ ଦେଶରେ ଲୁଚି ରହିଥାଇ ପାରନ୍ତି ବୋଲି ସୂଚନା ମିଳିଛି ।

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସକୁ ନଜରରେ ରଖି ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ । ଦିଲ୍ଲୀ ପୋଲିସ୍ ଦାବି କରିଛି ଯେ "ପ୍ରଭାବଶାଳୀ ହିନ୍ଦୁ ନେତା" ମାନଙ୍କୁ ଟାର୍ଗେଟ କରିବାକୁ ଷଡଯନ୍ତ୍ର କରାଯାଇଛି । ଏଥିରେ ସମ୍ପୃକ୍ତ ଚାରିଜଣ ଆତଙ୍କବାଦୀ ଦେଶରେ ଲୁଚି ରହିଥାଇ ପାରନ୍ତି ବୋଲି ସୂଚନା ମିଳିଛି । ଏଥି ସହିତ ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ସମଗ୍ର ଦିଲ୍ଲୀରେ ସୁରକ୍ଷାକୁ କଡାକଡି କରାଯାଇଛି ।

Delhi police

ଏହି ସମୟ ମଧ୍ୟରେ ଜାହାଙ୍ଗୀରପୁରୀ ଅଞ୍ଚଳରୁ ଦୁଇଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ସେବେଠାରୁ ଅନ୍ୟ ଚାରିଜଣ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି । ଆତଙ୍କବାଦୀ ଷଡଯନ୍ତ୍ରରେ ଆଠ ଜଣ ସମ୍ପୃକ୍ତ ଥିବା ନେଇ ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି । ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଉତ୍ତର ପୂର୍ବ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ମିଳିଥିବା ଶରୀରର ଅଙ୍ଗଗୁଡ଼ିକର ଯାଞ୍ଚ ବେଳେ ଆତଙ୍କବାଦୀ ଷଡ଼ଯନ୍ତ୍ରର ଖୁଲାସା ହୋଇଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦ୍ୱାରା ଅନୁସନ୍ଧାନରୁ ଜଣାପଡିଛି ଯେ ପୀଡିତ ଜଣଙ୍କ ପରିଚୟ ମିଳିପାରି ନାହିଁ । କ୍ୟାମେରା ଆଗରେ ତାଙ୍କ ମୁଣ୍ଡ କାଟି ଦିଆଯାଇଥିଲା ଏବଂ ଏହାର ଭିଜୁଆଲ୍ ଆତଙ୍କବାଦୀଙ୍କ ପାକିସ୍ତାନ ଭିତ୍ତିକ ଆତଙ୍କୀ ମୁଖ୍ୟଙ୍କ ସହ ସେୟାର କରାଯାଇଥିଲା ।

ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ନୌଶାଦ (56) ଏବଂ ଜଗଜିତ ସିଂହ (29) ବୋଲି ଜଣାପଡିଛି । ଜଗଜିତ ସିଂହ ଖାଲିସ୍ତାନୀ ଆତଙ୍କବାଦୀଙ୍କ ସହ ସାମିଲ ଥିଲା । ଏଥି ସହିତ ନୌଶାଦ ମଧ୍ୟ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ହରକତ-ଉଲ ଅନସର ସହିତ ଜଡିତ ଅଛି ।

ପୋଲିସ ସୂତ୍ର ଅନୁଯାୟୀ ପଞ୍ଜାବ ଏବଂ ଦିଲ୍ଲୀର ଅନେକ ନେତା ଆତଙ୍କବାଦୀ ଗୋଷ୍ଠୀର ଟାର୍ଗେଟରେ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଆକ୍ରମଣ କରିବାର ତାରିଖ ଓ ସମୟ ସ୍ଥିର କରିଥିଲେ । ଖାଲିସ୍ତାନୀ ସଂଗଠନ ଏବଂ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ମଧ୍ୟରେ ଥିବା ଲିଙ୍କର ସମ୍ଭାବନା ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି ।

ପୋଲିସ୍ ସୂତ୍ରରୁ ଏହା ମଧ୍ୟ କୁହାଯାଇଛି ଯେ ମଡ୍ୟୁଲରେ ଆତଙ୍କବାଦୀଙ୍କୁ ଅସ୍ତ୍ର ଯୋଗାଇବା ପାଇଁ ପାକ୍ ଭିତ୍ତିକ ହ୍ୟାଣ୍ଡେଲର୍ମାନେ ଏକ "ଡେଡ୍ ଡ୍ରପ୍ ପଦ୍ଧତି" ବ୍ୟବହାର କରିଛନ୍ତି । ନୌଶାଦ ଏବଂ ଜଗଜିତ ନିକଟରୁ ତିନୋଟି ପିସ୍ତଲ, 2 ଟି ହ୍ୟାଣ୍ଡ ଗ୍ରେନେଡ ଏବଂ ଲାଇଭ କାର୍ଟ୍ରିଜ ଜବତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+