Get Updates
Get notified of breaking news, exclusive insights, and must-see stories!

15 ବର୍ଷରୁ କମ୍ ପିଲା ଏବଂ ଟିକା ନେଇ ନଥିବା ଲୋକଙ୍କୁ ଗଣତନ୍ତ୍ର ଦିବସ ପରେଡକୁ ଅନୁମତି ନାହିଁ

ଦିଲ୍ଲୀ ପୋଲିସ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ 15 ବର୍ଷରୁ କମ୍ ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଦିଆଯିବ ନାହିଁ ।

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅର୍ଥାତ୍ 26 ଜାନୁଆରୀରେ ପରେଡରେ ଅଂଶଗ୍ରହଣ କରିବା ପାଇଁ ଦିଲ୍ଲୀ ପୋଲିସ ନିର୍ଦ୍ଦେଶନାମା ଜାରି କରିଛି । ଯେଉଁମାନେ କରୋନା ଭାଇରସ ଟିକା ନେଇ ନାହାଁନ୍ତି ସେମାନଙ୍କୁ ଗଣତନ୍ତ୍ର ଦିବସ ପରେଡକୁ ଯିବାକୁ ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ କହିଛି । ଯେଉଁମାନେ କୋଭିଡ ଟୀକାକରଣ ସମ୍ପୂର୍ଣ୍ଣ କରିଛନ୍ତି, ସେମାନେ ଗଣତନ୍ତ୍ର ଦିବସରେ ଅର୍ଥାତ୍ 26 ଜାନୁଆରୀ ପରେଡରେ ଅଂଶଗ୍ରହଣ କରିପାରିବେ ।

republic day

ଏଥି ସହିତ, ଦିଲ୍ଲୀ ପୋଲିସ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ 15 ବର୍ଷରୁ କମ୍ ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଦିଆଯିବ ନାହିଁ । ଦିଲ୍ଲୀ ପୋଲିସ ଆହୁରି ମଧ୍ୟ କହିଛି ଯେ ଜାନୁଆରୀ 26 ରେ ରାଜପଥରେ ଆୟୋଜିତ ହେବାକୁ ଥିବା ପରେଡ ଇଭେଣ୍ଟରେ ଲୋକଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଭଳି ସମସ୍ତ COVID- ପ୍ରୋଟୋକଲ ଅନୁସରଣ କରିବାକୁ ପଡିବ ।

ଦିଲ୍ଲୀ ପୋଲିସ ଟ୍ୱିଟ୍ କରି କହିଛି, "ଗଣତନ୍ତ୍ର ଦିବସ ପରେଡରେ ଯୋଗ ଦେବାକୁ ହେଲେ ଆଣ୍ଟି-କରୋନା ଭାଇରସ୍ ଭ୍ୟାକ୍ସିନ୍ ର ଉଭୟ ଡୋଜ ନେବା ଆବଶ୍ୟକ । ସମସ୍ତ ପରିଦର୍ଶକଙ୍କୁ ସେମାନଙ୍କ ଟୀକା ପ୍ରମାଣପତ୍ର ଆଣିବାକୁ ଅନୁରୋଧ କରାଯାଉଛି ।" ଏହାସହ ଏଥିରେ ଦର୍ଶାଯାଇଛି ଯେ ସମାରୋହରେ 15 ବର୍ଷରୁ କମ୍ ପିଲାମାନଙ୍କୁ ଅନୁମତି ଦିଆଯିବ ନାହି ।

ଦିଲ୍ଲୀ ପୋଲିସର ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ଦର୍ଶକଙ୍କ ପାଇଁ ବସିବା ସ୍ଥାନ ସକାଳ 7 ଟାରେ ଖୋଲିବ ଏବଂ ତେଣୁ ଲୋକଙ୍କୁ ସେହି ଅନୁଯାୟୀ ଆସିବାକୁ ଅନୁରୋଧ କରାଯାଇଛି । ପାର୍କିଂ ସୀମିତ ଥିବାରୁ ପରିଦର୍ଶକଙ୍କୁ କାର୍ ପୁଲ କିମ୍ବା ଟ୍ୟାକ୍ସି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଦିଲ୍ଲୀ ପୋଲିସ କହିଛି ।

କେଉଁ ପରିଚୟ ପତ୍ର ଆଣିବେ ?

ଦିଲ୍ଲୀ ପୋଲିସର ସୂଚନାନୁସାରେ, ଗଣତନ୍ତ୍ର ଦିବସ ପରେଡକୁ ଆସୁଥିବା ସମସ୍ତଙ୍କୁ ଏକ ବୈଧ ପରିଚୟ ପତ୍ର ନେବାକୁ କୁହାଯାଇଛି । ଯାହା ଏକ ଫଟୋ ID ହେବା ଉଚିତ୍ । ସୁରକ୍ଷା ଯାଞ୍ଚ ସମୟରେ ସହଯୋଗ କରିବାକୁ ଦିଲ୍ଲୀ ପୋଲିସ ମଧ୍ୟ ଅନୁରୋଧ କରିଛି । ଏହା ବ୍ୟତୀତ କରୋନା ଟୀକାକରଣର ପ୍ରମାଣପତ୍ର ଆଣିବା ସମସ୍ତ ଲୋକଙ୍କ ପାଇଁ ବାଧ୍ୟତାମୂଳକ ରହିବ । ପରେଡ ଦେଖିବାକୁ ଆସୁଥିବା ଲୋକ ଉଭୟ ଡୋଜ୍ ଟିକା ନେବା ବାଧ୍ୟତାମୂଳକ ବୋଲି ଦିଲ୍ଲୀ ପୋଲିସ୍ ନିର୍ଦ୍ଦେଶାବଳୀରେ କୁହାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+