Get Updates
Get notified of breaking news, exclusive insights, and must-see stories!

ବ୍ରିଜ ଭୂଷଣ ସିଂହଙ୍କୁ କାହିଁକି ସୁରକ୍ଷା ଦେଉଛି ଦିଲ୍ଲୀ ପୋଲିସ୍ : ସ୍ୱାତୀ ମାଲିୱାଲ

swati maliwal

ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତର ମନ୍ତରରେ ଧାଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ଭେଟିବାକୁ ଯାଇଥିବା ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ରାତିରେ ପୋଲିସ ଗିରଫ କରିଛି । ପୋଲିସର କାର୍ଯ୍ୟାନୁଷ୍ଠାନରେ କ୍ରୋଧିତ ସ୍ୱାତୀ ମାଲିୱାଲ କହିଛନ୍ତି ଯେ ପୋଲିସ କାହିଁକି ବ୍ରଜ ଭୂଷଣ ସିଂହଙ୍କୁ ସୁରକ୍ଷା ଦେଉଛି ?

ସ୍ୱାତୀ ମାଲିୱାଲ କହିଛନ୍ତି ଯେ ମୁଁ ମହିଳା କୁସ୍ତିଯୋଦ୍ଧାଙ୍କୁ ଭେଟିବାକୁ ଆସିଥିଲି, ଏହା ମୋର କର୍ତ୍ତବ୍ୟ । ବିନେଶ ଫୋଗଟ, ସାକ୍ଷୀ ମଲିକ ମୋତେ କହିଥିଲେ ଯେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିଲା । ସେଠାରେ ଯେଉଁ ପୋଲିସ କର୍ମଚାରୀ ଥିଲେ ମଦ୍ୟପାନ କରିଥିଲେ ଏବଂ ଅସଦାଚରଣ କରିଥିଲେ । ମୁଁ ତାଙ୍କ ସୁରକ୍ଷା ପାଇଁ ଚିନ୍ତିତ । ଖାଲି ସେତିକି ନୁହେଁ, ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣ ସିଂହଙ୍କୁ କାହିଁକି ବଞ୍ଚାଉଛି, ତାଙ୍କୁ କାହିଁକି ଗିରଫ କରାଯାଉ ନାହିଁ ?

ଏହାପୂର୍ବରୁ ସ୍ୱାତୀ ମାଲିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ମୋତେ ଗିରଫ କରାଯାଇଛି । ସ୍ୱାତୀ ମାଲିୱାଲ ପ୍ରତିବାଦକାରୀଙ୍କୁ ଭେଟିବା ପାଇଁ ଜନ୍ତର ମନ୍ତରରେ ପହଞ୍ଚିଥିଲେ, ପୋଲିସ ତାଙ୍କୁ ଗିରଫ କରିଥିଲା ।

ଉଲ୍ଲେଖଥାଉକି, ଗତକାଲି ରାତିରେ ଦିଲ୍ଲୀ ପୋଲିସ ଏବଂ ରେସଲରଙ୍କ ମଧ୍ୟରେ ଧସ୍ତାଧସ୍ତି ଖବର ସାମ୍ନାକୁ ଆସିଛି । କୁସ୍ତିଯୋଦ୍ଧାମାନେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ପୋଲିସ ସେମାନଙ୍କୁ ଆକ୍ରମଣ କରିଛି, ଦୁଇ ରେସଲରଙ୍କ ମୁଣ୍ଡ ଫଟେଇ ଦେଇଛି । ମହିଳା କୁସ୍ତିଯୋଦ୍ଧାମାନଙ୍କୁ ହଇରାଣ କରାଯାଇଛି, ଦୁର୍ବ୍ୟବହାର କରାଯାଇଛି ।

ପୋଲିସ ସହ ସଂଘର୍ଷ ପରେ ରେସଲର ବଜରଙ୍ଗ ପୁନିଆ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି କୁସ୍ତିଯୋଦ୍ଧାଙ୍କ ଦାବି ଶୀଘ୍ର ଶୁଣିବାକୁ କହିଛନ୍ତି । ପୁନିଆ ଚିଠିରେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ପୋଲିସ ଦୁଇଜଣ କୁସ୍ତିଯୋଦ୍ଧାଙ୍କ ମୁଣ୍ଡ ଫଟେଇ ଦେଇଛି । ରେସଲର ମାନଙ୍କୁ ଆକ୍ରମଣ କରୁଛନ୍ତି । ବିଭିନ୍ନ ସ୍ଥାନରୁ ଗିରଫ ହୋଇଥିବା ଆମର ସାଥୀମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ପୁନିଆ ଚିଠିରେ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+