କଟକଣା ମାନିଲେନି ଲୋକ, ଫୁଟାଇଲେ ମାତ୍ରାଧିକ ବାଣ, ଦୀପାବଳୀ ପରେ ଦିଲ୍ଲୀ-ଏନସିଆରରେ 'ଅତି ଗୁରୁତର' ହେଲା ବାୟୁ ପ୍ରଦୂଷଣ
ଦୀପାବଳୀ ପରେ ଶୁକ୍ରବାର ଦିନ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ବିପଜ୍ଜନକ ବର୍ଗରେ ପହଞ୍ଚିଛି । ଏଟାରେ PM 2.5 ରେକର୍ଡ କରାଯାଇଛି ଯାହା ଅତ୍ୟନ୍ତ ଖରାପ ବର୍ଗରେ ଅଛି ।
ନୂଆଦିଲ୍ଲୀ : ପ୍ରଶାସନର ସମସ୍ତ ନିଷେଧାଦେଶ ଏବଂ ପ୍ରତିବନ୍ଧକ ସତ୍ତ୍ୱେ ଦିଲ୍ଲୀବାସୀ ଦୀପବଳୀରେ ମାତ୍ରାଧିକ ବାଣ ଫୁଟାଇଛନ୍ତି, ଫଳରେ ଆଜି ରାଜଧାନୀର ଜଳବାୟୁ ଅତ୍ୟନ୍ତ ଖରାପ ବର୍ଗରେ ପହଞ୍ଚିଛି । ଆଜି ସକାଳେ ସହରରେ ଏକ ଧୂଆଁର ଚାଦର ଦେଖିବାକୁ ମିଳିଛି ।
ଦୀପାବଳୀ ପରେ ଶୁକ୍ରବାର ଦିନ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ବିପଜ୍ଜନକ ବର୍ଗରେ ପହଞ୍ଚିଛି । ଏଟାରେ PM 2.5 ରେକର୍ଡ କରାଯାଇଛି ଯାହା ଅତ୍ୟନ୍ତ ଖରାପ ବର୍ଗରେ ଅଛି । ଗତ ସନ୍ଧ୍ୟା ଠାରୁ ଦିଲ୍ଲୀର ବାୟୁ ଗୁଣବତ୍ତା କ୍ରମାଗତ ଭାବେ ହ୍ରାସ ପାଇଛି ଏବଂ ରାତି ବଢିବା ସହିତ ବାୟୁ ଗୁଣବତ୍ତା ତୀବ୍ର ଖରାପ ହୋଇଗଲା ଏବଂ AQI ଅତ୍ୟନ୍ତ ଖରାପ ବର୍ଗରେ ପହଞ୍ଚିଲା ।

କେବଳ ଦିଲ୍ଲୀରେ ନୁହଁ ଏନସିଆରର ବାୟୁ ଗୁଣ ମଧ୍ୟ ପ୍ରଭାବିତ ହୋଇଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ ମଙ୍ଗଳବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତା ରେଡ୍ ଜୋନରେ ପହଞ୍ଚିଥିଲା, ଏପରି ପରିସ୍ଥିତିରେ, ଦିପାବଳୀରେ ମାତ୍ରାଧିକ ବାଣ ଫୁଟାଇବା ପରେ ବାୟୁ ଗୁଣବତ୍ତା ସଂପୂର୍ଣ୍ଣ ଖରାପ ହୋଇଯାଇଥିଲା ।
ଆଜି ସକାଳେ ଦିଲ୍ଲୀ ଜନପଥରେ AQI 655.07 ରେ ପହଞ୍ଚିଯାଇଛି । ଏହା ପ୍ରଭାବରେ ବହୁ ଲୋକଙ୍କ ଆଖିରୁ ପାଣି ବାହାରୁଥିବା ବେଳେ ଗଳା ଦରଜ ହେବା ପରି ଲକ୍ଷଣ ମଧ୍ୟ ଦେଖାଯାଉଛି । ଏପରିକି ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଲୋକେ । ଏହାଦ୍ବାରା ଅଧିକ ପ୍ରଭାବିତ ହେଉଛନ୍ତି ବୟସ୍କ ଓ ଛୋଟ ପିଲା । ତେବେ ଏଭଳି ସ୍ଥିତି ଆଗକୁ ଦୁଇ ଦିନ ମଧ୍ୟରେ ଠିକ୍ ହେବ ନାହିଁ ତେଣୁ ଲୋକ ଆହୁରି ଅସୁବିଧାର ସମ୍ମୁଖୀନ ହେବେ ବୋଲି ଚେତାବନୀ ଦିଆଯାଇଛି ।
ପଡୋଶୀ ଜିଲ୍ଲାରେ ଚଳିତ ବର୍ଷ ଫାର୍ମ ନିଆଁ ଲାଗି ନଥିବା ସହ ପ୍ରବଳ ବର୍ଷ ହେବାରୁ ବାୟୁ ପ୍ରଦୂଷଣ ହ୍ରାସ ପାଇଥିଲା । କେବଳ ଦିଲ୍ଲୀ ନୁହେଁ ଦିଲ୍ଲୀର ଆଖପାଖ ଅଞ୍ଚଳରେ ବି ବାୟୁ ପ୍ରଦୂଷଣର ସ୍ଥିତି ସମାନ । ଫରିଦାବାଦରେ ବାୟୁର ଗୁଣବତା 424 ରହିଛି । ସେହିପରି ଭାବରେ ଗଜିଆବାଦରେ AQI 442, ଗୁରଗାଁରେ AQI 423 ଓ ନୋଏଡାରେ AQI ରହିଛି 431 ।
ଏହା ଜଣା ଯେ ବାୟୁ ପ୍ରଦୂଷଣକୁ ଆକଳନ କରିବା ପାଇଁ ସରକାରୀ ଏଜେନ୍ସି ଦ୍ୱାରା ବ୍ୟବହୃତ ସଂଖ୍ୟା ହେଉଛି AQI । ସାଧାରଣତଃ ବାୟୁର ଗୁଣବତ୍ତା 50 ମଧ୍ୟରେ ଥିଲେ ତାହାକୁ ଭଲ କୁହାଯାଇଥାଏ । ବାୟୁର ଗୁଣବତ୍ତା 50-100 ମଧ୍ୟରେ ଥିଲେ ଏହା ସନ୍ତୋଷଜନକ, 100-200 ମଧ୍ୟରେ ମଧ୍ୟମ, 300 ମଧ୍ୟରେ ଥିଲେ ଖରାପ, 301- 400 ମଧ୍ୟରେ ବହୁତ ଖରାପ ଓ 401-500 ମଧ୍ୟରେ ଥିଲେ ତାହାକୁ ଗମ୍ଭୀର ଶ୍ରେଣୀରେ ବିବେଚନା କରାଯାଏ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications