ସ୍ପାଇସଜେଟ୍ ବିମାନରେ ପୁନର୍ବାର ତ୍ରୁଟି, ବିମାନ ବନ୍ଦରକୁ ଫେରିବାକୁ ପଡିଲା ଦିଲ୍ଲୀରୁ ନାଶିକକୁ ଯାଉଥିବା ବିମାନ

ଗୁରୁବାର ଦିନ ଦିଲ୍ଲୀରୁ ନାଶିକ ଅଭିମୁଖେ ଯାଉଥିବା ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଏହା ତୁରନ୍ତ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା । ସ୍ପାଇସଜେଟ ଅନୁଯାୟୀ ବିମାନ ଏବଂ ବିମାନରେ ଥିବା ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ନୂଆଦିଲ୍ଲୀ : ସ୍ପାଇସଜେଟର ବିମାନରେ ତ୍ରୁଟି ବନ୍ଦ ହେବାର ନାମ ନେଉନାହିଁ । ଗୁରୁବାର ଦିନ ଦିଲ୍ଲୀରୁ ନାଶିକ ଅଭିମୁଖେ ଯାଉଥିବା ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଏହା ତୁରନ୍ତ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା । ସ୍ପାଇସଜେଟ ଅନୁଯାୟୀ ବିମାନ ଏବଂ ବିମାନରେ ଥିବା ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଅନ୍ୟ ଏକ ବିମାନରେ ସେମାନଙ୍କୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ।

spice jet

ଏହି ପ୍ରସଙ୍ଗରେ ଡିଜିସିଏ ର ଜଣେ ଅଧିକାରୀ କହିଛନ୍ତି ଯେ ସ୍ପାଇସଜେଟ B737 ବିମାନ ଗୁରୁବାର ସକାଳେ ଦିଲ୍ଲୀରୁ ନାଶିକ ଅଭିମୁଖେ ଉଡ଼ାଣ ଭରିଥିଲା । ବିମାନଟି ଆକାଶରେ ଥିବା ସମୟରେ ଏହାର ଅଟୋ ପାଇଲଟ୍ ଏକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ପରେ ପାଇଲଟମାନେ ଏୟାର ଟ୍ରାଫିକ ନିୟନ୍ତ୍ରଣକୁ ଏହା ଜଣାଇଥିଲେ, ଯାହା ପରେ ବିମାନକୁ ଦିଲ୍ଲୀ ବିମାନ ବନ୍ଦରକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ସ୍ପାଇସଜେଟର ବୋଇଙ୍ଗ 737 ବିମାନ ସୁରକ୍ଷିତ ଭାବେ ଅବତରଣ କରିଛି । ଏଥିସହ ଡିଜିସିଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପୂର୍ବରୁ ସୋମବାର ଦିନ ମୁମ୍ବାଇ ବିମାନବନ୍ଦରରେ ସ୍ପାଇସଜେଟ୍ ବିମାନରେ ଥିବା ଯାତ୍ରୀଙ୍କ ଜୀବନ ଅସୁବିଧାରେ ପଡ଼ିଥିଲା । ସେହି ସମୟରେ ଦିଲ୍ଲୀରୁ ଏକ ବିମାନ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରେ ଅବତରଣ କରିବା ସମୟରେ ବିମାନର ଟାୟାର ଫାଟି ଯାଇଥିଲା । ଯଦିଓ ବିମାନରେ ଥିବା ସମସ୍ତ ଯାତ୍ରୀ ଏହି ଘଟଣାରେ ସୁରକ୍ଷିତ ଥିଲେ ମଧ୍ୟ ଦୈନନ୍ଦିନ ଏପରି ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+