ବଢିଲା ବିଧାୟକଙ୍କ ଦରମା, ମାସକୁ ମିଳିବି ଏତିକି ଟଙ୍କା ବେତନ
ଦିଲ୍ଲୀ ବିଧାୟକଙ୍କ ବଢିଲା ଦରମା । ଏଣିକି ମାସକୁ ପାଇବେ 90 ହଜାର ଟଙ୍କା ବେତନ । ରାଷ୍ଚ୍ରପତିଙ୍କ ଅନୁମୋଦନ ପରେ ଫେବୃଆରୀ 14 ରୁ ଲାଗୁ ହୋଇଛି ସଂଶୋଧିତ ଦରମା ।

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ବିଧାୟକଙ୍କ ଦରମା ଏବଂ ଭତ୍ତାରେ ବୃଦ୍ଧି ହୋଇଛି । ଏ ନେଇ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଦିଲ୍ଲୀର ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ପାଇଁ ଦିଲ୍ଲୀ ସରକାର ଏକ ପ୍ରସ୍ତାବ ପାରିତ କରିବାର ସାତ ମାସ ପରେ ଏହା ହୋଇଛି । ଦରମାରେ ପ୍ରାୟ 65 ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ପରେ ବିଧାୟକମାନେ ମାସକୁ ମୋଟ 90,000 ଟଙ୍କା ପାଇବେ ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ବର୍ଷ ଜୁଲାଇରେ ବିଧାୟକ, ମନ୍ତ୍ରୀ, ସ୍ପିକର, ଡେପୁଟି ସ୍ପିକର, ବିରୋଧୀ ଦଳର ନେତା ତଥା ମୁଖ୍ୟ ସଚେତକଙ୍କ ଦରମା ସଂଶୋଧନ ପାଇଁ ବିଧାନସଭା ଦ୍ୱାରା ପାରିତ ହୋଇଥିବା ପାଞ୍ଚଟି ପୃଥକ ବିଲ୍ ଅନୁମୋଦନ କରିଥିଲେ । ରାଷ୍ଟ୍ରପତିଙ୍କ ସହମତି ଦିନଠାରୁ ନୂତନ ଦରମା କାର୍ଯ୍ୟକାରୀ ହୋଇଛି ।
ଏହା ପୂର୍ବରୁ ବିଧାୟକମାନେ ପୂର୍ବରୁ ମାସିକ 54,000 ଟଙ୍କା ବେତନ ପାଉଥିଲେ । ଯାହା ବର୍ତ୍ତମାନ 90,000 ଟଙ୍କାକୁ ବୃଦ୍ଧି ହୋଇଛି । ଦିଲ୍ଲୀ ବିଧାୟକଙ୍କ ଦରମା ଏବଂ ଭତ୍ତାରେ ଶେଷ ଥର ପାଇଁ ନଭେମ୍ବର 2011 ରେ ଶୀଲା ଦୀକ୍ଷୀତ ସରକାରରେ ସଂଶୋଧିତ ହୋଇଥିଲା । ଏହା ପରେ 2015 ରେ ବହୁମତ ସହ ନିର୍ବାଚିତ ହେବା ପରେ, ଆପ୍ ବିଧାୟକମାନେ ସେମାନଙ୍କ ବେତନରେ ବୃଦ୍ଧି କରିବା ନେଇ ଦାବି କରିଥିଲେ ।
ଏପରିକି ସାଂସଦମାନଙ୍କର ମୂଳ ଦରମାକୁ 12,000 ରୁ 30 ହଜାରକୁ ଏବଂ ମନ୍ତ୍ରୀଙ୍କ ଦରମା ₹ 20,000 ରୁ, 60 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଦିଲ୍ଲୀ ସରକାରଙ୍କ ଆଇନ, ନ୍ୟାୟ ଏବଂ ବିଧାନସଭା ବିଭାଗ ଗୁରୁବାର ଦିନ ଦରମା ଏବଂ ଭତ୍ତା ବୃଦ୍ଧି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସଂଶୋଧିତ ଦରମା ବୃଦ୍ଧି ଫେବୃଆରୀ 14 ରୁ କାର୍ଯ୍ୟକାରୀ ହୋଇଛି ।












Click it and Unblock the Notifications