Get Updates
Get notified of breaking news, exclusive insights, and must-see stories!

ଜୁନ୍ 9 ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜୁନ୍ 9 ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ରିମାଣ୍ଡକୁ ପଠାଯାଇଛି ।

ନୂଆଦିଲ୍ଲୀ : ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜୁନ୍ 9 ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ରିମାଣ୍ଡକୁ ପଠାଯାଇଛି । ସୋମବାର ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିବା ପରେ ଇଡି ତାଙ୍କୁ ଆଜି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ଇଡି 14 ଦିନ ପାଇଁ ସତ୍ୟେନ୍ଦ୍ର ଜୈନଙ୍କ ରିମାଣ୍ଡ ଆବେଦନ କରିଥିଲା । 9 ଦିନର ରିମାଣ୍ଡକୁ ଅନୁମୋଦନ କରିବା ସହ ଇଡି ହେପାଜତକୁ ପଠାଇଛନ୍ତି ।

Satyendra Kumar Jain

ଇଡି ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ମେହେତା ଜଜ୍ ଗୀତାଞ୍ଜଳିଙ୍କ କୋର୍ଟକୁ କହିଛନ୍ତି ଯେ ଆମେ ସତ୍ୟେନ୍ଦ୍ର ଜୈନଙ୍କୁ 14 ଦିନ ରିମାଣ୍ଡରେ ନେବାକୁ ଚାହୁଁଛୁ । ମେହେତା ଯୁକ୍ତି କରିଛନ୍ତି ଯେ ଜୈନ ଫେବୃଆରୀ 2015 ରୁ ମେ 2017 ପର୍ଯ୍ୟନ୍ତ ମନ୍ତ୍ରୀ ରହିବା ବେଳେ ତାଙ୍କ ଏବଂ ତାଙ୍କ ପରିବାର ନାମରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଛନ୍ତି । ତାଙ୍କୁ ପଚରାଉଚରା ପାଇଁ 14 ଦିନ ହେପାଜତ ଆବଶ୍ୟକ । ଯୁକ୍ତି ଶୁଣିବା ପରେ କୋର୍ଟ ଜୈନଙ୍କୁ ଜୁନ୍ 9 ପର୍ଯ୍ୟନ୍ତ ଇଡିଙ୍କ ହେପାଜତକୁ ପଠାଇଛନ୍ତି ।

ସତ୍ୟନ୍ଦ୍ର ଜୈନଙ୍କ ଓକିଲ ହୃଷିକେଶ କୁମାର କହିଛନ୍ତି ଯେ କୋର୍ଟ ତାଙ୍କୁ 9 ଦିନ ରିମାଣ୍ଡରେ ପଠାଇଛନ୍ତି । ସତ୍ୟେନ୍ଦ୍ର ଜୈନ ପୁଣି ଜୁନ୍ 9 ରେ ହାଜର ହେବେ । ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମାମଲା । ଏହି ମାମଲାରେ କୌଣସି ନୂତନ ତଥ୍ୟ ସାମ୍ନାକୁ ଆସିନାହିଁ ଏବଂ ଇଡି ପୁରୁଣା ତଥ୍ୟକୁ ବିକୃତ କରି ଦାଖଲ କରିଛି ।
କୋଲକାତା ସ୍ଥିତ ଏକ କମ୍ପାନୀ ସହିତ ହାୱାଲା କାରବାର ମାମଲାରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜନାଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ର ଅପରାଧିକ ବିଭାଗ ଅଧୀନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଛି ।

ଏହି ସମୟରେ, ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଥିବା ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲା ବନ୍ଦ କରି ନାହାଁନ୍ତି ବୋଲି ସିବିଆଇ କହିଛି । ମଙ୍ଗଳବାର ଦିନ ସିବିଆଇ କହିଛି ଯେ ଆୟ ବର୍ହିଭୁତ ସମ୍ପତ୍ତି ମାମଲାରେ କିଛି ଗଣମାଧ୍ୟମ ରିପୋର୍ଟରେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି । ଏହି ରିପୋର୍ଟଗୁଡିକରେ କୌଣସି ସତ୍ୟତା ନାହିଁ, ସିବିଆଇ ଜୈନଙ୍କ ବିରୋଧରେ କ୍ଲୋଜର ରିପୋର୍ଟ ଦାଖଲ କରି ନାହିଁ । ସିବିଆଇ ଅଗଷ୍ଟ 2017 ରେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ମାମଲା ପଞ୍ଜୀକୃତ କରିଥିଲା ଏବଂ ଡିସେମ୍ବର 2018 ରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+