ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରାଘବ ଚଡ୍ଡାଙ୍କ ନାଁ

ନୂଆଦିଲ୍ଲୀ : ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଆଉ ଜଣେ ଆମ୍ ଆଦମୀ ପାର୍ଟିର ନେତାଙ୍କ ନାଁ ସାମ୍ନାକୁ ଆସିଛି । ଏହା ପରେ ଦଳର ଅଡ଼ୁଆ ବୃଦ୍ଧି ପାଇଛି । ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ଏକ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ଦିଲ୍ଲୀର ମଦ ଦୁର୍ନୀତିର ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ନିକଟରେ ପହଞ୍ଚିଥିବା ଜଣାପଡ଼ିଛି । ଇଡିର ଏହି ଚାର୍ଜସିଟରେ ଅନେକ ବଡ଼ ଖୁଲାସା ହୋଇଛି ।
ପୂର୍ବରୁ ଏହି ମାମଲାରେ ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚୁରା କରିଥିବା ବେଳେ ବର୍ତ୍ତମାନ ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ନାମ ସାମ୍ନାକୁ ଆସିଛି । ଇଡିର ଚାର୍ଜସିଟ୍ ଅନୁଯାୟୀ ମନୀଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦ ତାଙ୍କ ବିବୃତ୍ତିରେ ରାଘବ ଚଡ୍ଡାଙ୍କ ନାମ ନେଇଛନ୍ତି ।ଚାର୍ଜସିଟ ଅନୁଯାୟୀ ସି ଅରବିନ୍ଦ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଡେପୁଟି ସିଏମ ମନୀଷଙ୍କ ବାସଭବନରେ ଏକ ବୈଠକ ହୋଇଥିଲା ଯେଉଁଥିରେ ରାଘବ ଚଡ୍ଡା, ପଞ୍ଜାବର ଏକ୍ସାଇଜ୍ କମିଶନର, ଏକ୍ସାଇଜ୍ ଅଫିସର ଏବଂ ବିଜୟ ନାୟାର ଉପସ୍ଥିତ ଥିଲେ । ଚାର୍ଜସିଟରେ ରାଘବ ଚଡ୍ଡାଙ୍କ ନାମ ଉଲ୍ଲେଖ କରାଯାଇଛି । କିନ୍ତୁ ଅଭିଯୁକ୍ତ ଭାବରେ କୌଣସି ନାମ ନାହିଁ ।












Click it and Unblock the Notifications