For Quick Alerts
Turn On Notification  
For Daily Alerts
Oneindia App Download

ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ ବୈଜଲଙ୍କ ଇସ୍ତଫା

ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ ବୈଜଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନିକଟରେ ଦାଖଲ କରିଛନ୍ତି ।

|

ନୂଆଦିଲ୍ଲୀ : ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ ବୈଜଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନିକଟରେ ଦାଖଲ କରିଛନ୍ତି । କୁହାଯାଉଛି ଯେ ସେ ତାଙ୍କ ଇସ୍ତଫା ପାଇଁ କିଛି ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ।

 Anil Baijal

ଆପଣଙ୍କୁ କହି ରଖୁଛୁ ଅନିଲ ବୈଜଲଙ୍କୁ 31 ଡିସେମ୍ବର 2016 ରେ ଦିଲ୍ଲୀର ଉପରାଜ୍ୟପାଳ କରାଯାଇଥିଲା । ତାଙ୍କୁ ନଜୀବ ଜଙ୍ଗଙ୍କ ସ୍ଥାନରେ ଏହି ଦାୟିତ୍ୱ ଦିଆଯାଇଥିଲା । ନଜୀବ ଜଙ୍ଗ ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଅନିଲ ବୈଜଲଙ୍କୁ ଦିଲ୍ଲୀର ଉପ ରାଜ୍ୟପାଳ କରାଯାଇଥିଲା ।
ସୂଚନାଯୋଗ୍ୟ, ଅନିଲ ବୈଜଲଙ୍କ କାର୍ଯ୍ୟକାଳ ଗତ ବର୍ଷ ଡିସେମ୍ବର 30 ରେ ଶେଷ ହେଉଥିଲା । କିନ୍ତୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କ ସେବା ଅବଧିରେ ସମ୍ପ୍ରସାରଣ କରାଯାଇଥିଲା । ଦିଲ୍ଲୀ ସରକାରଙ୍କ ସହ ଅନିଲ ବୈଜଲଙ୍କ ମଧ୍ୟରେ ଅନେକ ବିବାଦ ଲାଗି ରହିଛି । ନଜୀବ ଜଙ୍ଗଙ୍କ ପରି ଦିଲ୍ଲୀ ସରକାରଙ୍କ ସହ ତାଙ୍କର ବିବାଦ ଜାରି ରହିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Delhi Lieutenant Governor Anil Baijal resign from his post
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X