For Quick Alerts
Turn On Notification  
For Daily Alerts
Oneindia App Download

ଅମ୍ଳଜାନ ଅଭାବକୁ ନେଇ କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ୍ : ତୁମେ ଅନ୍ଧ ହୋଇପାର, ଆମେ ନୁହେଁ

'କ୍ଷମା କରନ୍ତୁ ଶର୍ମା ଜୀ । ଆପଣ ଅନ୍ଧ ହୋଇପାରନ୍ତି, କିନ୍ତୁ ଆମେ ନୁହଁ । ଆପଣ ଏତେ ଅସମ୍ବେଦନଶୀଳ ହୋଇପାରୁଛନ୍ତି ? ଏହା ଏକ ଭାବପ୍ରବଣ ବିଷୟ । ଜୀବନ ବିପଦରେ ।'

|

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ଅମ୍ଳଜାନ ଅଭାବକୁ ନେଇ ରାଜଧାନୀ ଦିଲ୍ଲୀ କ୍ରମାଗତ ଭାବରେ ସଂଘର୍ଷ କରୁଛି । ଅଦାଲତର ନିରନ୍ତର ହସ୍ତକ୍ଷେପ ସତ୍ତ୍ୱେ ଦିଲ୍ଲୀର ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ମିଳୁନାହିଁ । ଅମ୍ଳଜାନର ଅଭାବ ସମ୍ପର୍କରେ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟ ମଧ୍ୟରେ ଅମ୍ଳଜାନ ଅଭାବରୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ କରିଥିଲେ । ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ଆପଣ ଅନ୍ଧ ହୋଇପାରନ୍ତି, କିନ୍ତୁ ଆମେ ନୁହେଁ ।

Delhi-High-Court

ଅମ୍ଳଜାନ ଅଭାବରୁ ଦିଲ୍ଲୀର ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି ବୋଲି ହାଇକୋର୍ଟରେ ଆମିକସ୍ କ୍ୟୁରି ରାଜାସେଖର ରାଓ ସୂଚନା ଦେଇଛନ୍ତି । ହାଇକୋର୍ଟରେ ଆମିକସ୍ କ୍ୟୁରି ପରାମର୍ଶ ଦେଇଛନ୍ତି ଯେ, ଅମ୍ଳଜାନକୁ କିଛି ସ୍ଥାନରେ ସଂରକ୍ଷଣ କରାଯାଇପାରିବ, ଯାହାଦ୍ୱାରା ଅଭାବର ସଙ୍କଟ କମିପାରିବ । ହାଇକୋର୍ଟ ଏଏସଜି ଚେତନ ଶର୍ମାଙ୍କୁ କହିଛନ୍ତି ଯେ, ଯଦି ମହାରାଷ୍ଟ୍ରରେ କମ୍ ବ୍ୟବହାର ହେଉଛି ତେବେ, ଏହାକୁ ଦିଲ୍ଲୀ ପଠାଯାଇପାରିବ । ଏହି ପରାମର୍ଶ ଭଲ ଭାବରେ ନିଆଯାଇଛି ବୋଲି ASG କହିଛନ୍ତି ।

କେନ୍ଦ୍ର ସରକାରଙ୍କୁ ତାଗିଦ୍ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ସୁପ୍ରିମକୋର୍ଟ 700 ମେଟ୍ରିକ୍ ଟନ୍ (ଅମ୍ଳଜାନ) ଯୋଗାଇବା ନେଇ ଆପଣଙ୍କୁ (କେନ୍ଦ୍ର) ନିର୍ଦ୍ଦେଶ ଦେଇଥିଲେ । ଯଦି ସରକାର ଏହି ନିର୍ଦ୍ଦେଶ ପାଳନ କରିନାହାନ୍ତି ତେବେ, କୋର୍ଟକୁ ଅବମାନନା କରୁଛ । ବର୍ତ୍ତମାନ ଏହା ତୁମର କାମ, ସେଠାରେ ଟ୍ୟାଙ୍କର୍ ଉପଲବ୍ଧ କିନ୍ତୁ ସରକାର ଏହି କାମ କରିବାକୁ ପ୍ରସ୍ତୁତ ନୁହଁ । ଏହା ଉପରେ ଏଏସଜି ଚେତନ ଶର୍ମା କହିଛନ୍ତି ଯେ ଆମେ ଆଜି ସୁପ୍ରିମକୋର୍ଟରେ ଆମର ଅନୁପାଳନ ରିପୋର୍ଟ ଦାଖଲ କରୁଛୁ । ଆମେ ଆଶା କରୁଛୁ ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପର୍ଯ୍ୟାପ୍ତ ଅମ୍ଳଜାନ ରହିବ ।

ଏହି ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ଓକିଲ ରାହୁଲ ମେହେରା କହିଛନ୍ତି ଯେ, କେନ୍ଦ୍ରକୁ 590 ମେଟ୍ରିକ୍ ଟନ୍ ଅମ୍ଳଜାନ ଯୋଗାଇବାକୁ ହେବ । ଦିଲ୍ଲୀ ସରକାର କୋର୍ଟରେ ଅଭିଯୋଗ କରିଛନ୍ତି ଯେ, ଅମ୍ଳଜାନ, ଟ୍ୟାଙ୍କର୍ ଯୋଗାଣ ସଠିକ୍ ଭାବେ ବ୍ୟବହୃତ ହେଉନାହିଁ, ଯେଉଁଥିରେ ଏସ୍.ଜି ଚେତନ ଶର୍ମା ସେମାନଙ୍କୁ ବୟାନବାଜିରେ ନ ଆସିବାକୁ କହିଥିଲେ । ଏହା ପରେ ହାଇକୋର୍ଟ ASG ଚେତନ ଶର୍ମାଙ୍କୁ କହିଥିଲେ, 'କ୍ଷମା କରନ୍ତୁ ଶର୍ମା ଜୀ । ଆପଣ ଅନ୍ଧ ହୋଇପାରନ୍ତି, କିନ୍ତୁ ଆମେ ନୁହଁ । ଆପଣ ଏତେ ଅସମ୍ବେଦନଶୀଳ ହୋଇପାରୁଛନ୍ତି ? ଏହା ଏକ ଭାବପ୍ରବଣ ବିଷୟ । ଜୀବନ ବିପଦରେ ।' ହାଇକୋର୍ଟ କହିଛନ୍ତି ଯେ ଯଦି ମହାରାଷ୍ଟ୍ରରେ ଅମ୍ଳଜାନର ବ୍ୟବହାର କମ୍, ତେବେ ସେଠାରୁ ଟ୍ୟାଙ୍କର୍ ଦିଲ୍ଲୀ ପଠାଯାଇପାରିବ ।

ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ ଯଦି ଆପଣ (କେନ୍ଦ୍ର) ଅମ୍ଳଜାନ ଟ୍ୟାଙ୍କରର ପରିଚାଳନାକୁ ଆଇଆଇଟି କିମ୍ବା ଆଇଆଇଏମ୍ ଉପରେ ନ୍ୟସ୍ତ କରନ୍ତି ତେବେ ଆଇଆଇଟି କିମ୍ବା ଆଇଆଇଏମ୍ ବହୁତ ଭଲ କାମ କରିବ । ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ସମଗ୍ର ଦେଶ ଅମ୍ଳଜାନ ପାଇଁ କାନ୍ଦୁଛି । ଅମ୍ଳଜାନ ଯୋଗାଣ ଉପରେ ଆଇଆଇଏମ୍ ବିଶେଷଜ୍ଞ ତଥା ଦକ୍ଷ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରିବାକୁ କୋର୍ଟ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Delhi High Court Slammed Center For Lack Of Oxygen Says You May Be Blind We Are Not
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X