ଅମ୍ଳଜାନ ସଙ୍କଟ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ବୟାନ, ଏହା କରୋନାର ଦ୍ୱିତୀୟ ତରଙ୍ଗ ନୁହଁ ସୁନାମୀ
ଶୀଘ୍ର ଅମ୍ଳଜାନ ଯୋଗାଣ ନେଇ ଶନିବାର ଦିନ ମହାରାଜା ଆଗ୍ରସେନ୍ ହସ୍ପିଟାଲର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଏହି ଶୁଣାଣି ସମୟରେ କୋର୍ଟ ଦିଲ୍ଲୀ ସରକାର ଉପରେ ଅସନ୍ତୋଷ ବ୍ୟକ୍ତ କରି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ କରିବାକୁ କହିଛନ୍ତି ।
ନୂଆଦିଲ୍ଲୀ : ସାରା ଦେଶରେ କରୋନା ଲହର ବଢିଚାଲିଥିବା ବେଳେ ଜାତୀୟ ରାଜଧାନୀରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ରୋଗୀଙ୍କ ପାଇଁ ଅମ୍ଳଜାନ ସଙ୍କଟ ଜାରି ରହିଛି । ଅମ୍ଳଜାନ ଯୋଗାଣ ଅଭାବରୁ ଡାକ୍ତରଖାନା ସମେତ କରୋନା ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀଘ୍ର ଅମ୍ଳଜାନ ଯୋଗାଣ ନେଇ ଶନିବାର ଦିନ ମହାରାଜା ଆଗ୍ରସେନ୍ ହସ୍ପିଟାଲର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଏହି ଶୁଣାଣି ସମୟରେ କୋର୍ଟ ଦିଲ୍ଲୀ ସରକାର ଉପରେ ଅସନ୍ତୋଷ ବ୍ୟକ୍ତ କରି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ କରିବାକୁ କହିଛନ୍ତି ।

ଜଷ୍ଟିସ୍ ବିପିନ୍ ସାଙ୍ଗି ଏବଂ ଜଷ୍ଟିସ୍ ରେଖା ପଲ୍ଲୀଙ୍କ ଏକ ଖଣ୍ଡପୀଠ ଅମ୍ଳଜାନ ଅଭାବ ସମ୍ପର୍କରେ ମହାରାଜା ଆଗ୍ରସେନ୍ ହସ୍ପିଟାଲର ଆବେଦନ ଶୁଣିବା ପରେ ଦିଲ୍ଲୀ ସରକାର ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏକ ଅମ୍ଳଜାନ ଉତ୍ପାଦନ ସ୍ଥାପନ କରିବାକୁ ମଧ୍ୟ କହିଛନ୍ତି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ରାହୁଲ ମେହେରା କୋର୍ଟଙ୍କୁ କହିଛନ୍ତି ଯେ, ଯାହା ଅଛିଛି, ଆମେ ଯୋଗାଇଦେବୁ, କିନ୍ତୁ ବାୟୁରୁ ଅମ୍ଳଜାନ ତିଆରି କରିପାରିବୁ ନାହିଁ । ଏହା ଉପରେ ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ, ସରକାରଙ୍କର ମଧ୍ୟ ଦାୟିତ୍ୱ ରହିଛି । ଦିଲ୍ଲୀ ସରକାର ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ କରିବା ଉଚିତ୍ । ଏଥି ସହିତ କୋର୍ଟ ମଧ୍ୟ କହିଛନ୍ତି ଯେ, ଯଦି କେହି ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି କରନ୍ତି, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ।
ବରିଷ୍ଠ ଓକିଲ ରାହୁଲ ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ଯେ, ଗତକାଲି ଦିଲ୍ଲୀକୁ ପ୍ରାୟ 296 ମେଟ୍ରିକ୍ ଟନ୍ ଅମ୍ଳଜାନ ଯୋଗାଇ ଦିଆଯାଇଥିଲା । ଆମର 480 MT ଆବଶ୍ୟକତା ଥିବା ସତ୍ତ୍ୱେ ଆବଶ୍ୟକୀୟ ଅମ୍ଳଜାନ ଉପଲବ୍ଧ ହେଉନାହିଁ । ଯଦି ଠିକ୍ ସମୟରେ ଅମ୍ଲଜାନ ନମିଳେ ତେବେ 24 ଘଣ୍ଟା ମଧ୍ୟରେ ସମଗ୍ର ସିଷ୍ଟମ୍ ବିଗିଡ଼ି ଯିବ । ଏହା ସହିତ ଦିଲ୍ଲୀ ସରକାରୀ ଓକିଲ ତାଙ୍କ କୋଟା ଅମ୍ଳଜାନ ପାଇବାକୁ ଦାବି କରିଥିଲେ ।
ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଏହା କରୋନାର ଦ୍ୱିତୀୟ ଲହର ନୁହେଁ ବରଂ ସୁନାମୀ । ନୂଆ ମାମଲା ତୀବ୍ର ଭାବେ ବୃଦ୍ଧି ପାଉଛି । ଏଥି ସହିତ ମେ 'ମଧ୍ୟଭାଗରେ ଏହା ଶିଖରରେ ପହଞ୍ଚିବ ବୋଲି କୋର୍ଟ କହିଛନ୍ତି । ତେବେ ଆମେ କିପରି ଏହି କରୋନା ବିରୁଦ୍ଧରେ ନିଜକୁ ରକ୍ଷା କରିବାକୁ ପ୍ରସ୍ତୁତ ହେଉଛୁ ? ଏହା ସହିତ ଦିଲ୍ଲୀ ଏହାର କୋଟାର 480 ମେଟ୍ରିକ୍ ଅମ୍ଳଜାନ େବେ ପାଇବ ସେ ନେଇ ନିର୍ଦ୍ଦିଷ୍ଟ ତାରିଖ ଦେବା ନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଅମ୍ଳଜାନ ଦିଲ୍ଲୀରେ ପହଞ୍ଚୁନାହିଁ । ଆମେ ରୋଗୀଙ୍କୁ ଏହିପରି ମରିବାକୁ ଦେଇ ପାରିବୁ ନାହିଁ ।












Click it and Unblock the Notifications