Get Updates
Get notified of breaking news, exclusive insights, and must-see stories!

'ଯାହା କରୁଛ କର, ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଅ', କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶିଳ୍ପ ସଂସ୍ଥାକୁ ଆଉ ଅକ୍ସିଜେନ୍ ନ ଦେଇ ଲୋକଙ୍କୁ ପ୍ରାଥମିକତା ଦୃଷ୍ଟିରେ ଅକ୍ସିଜେନ୍ ଯୋଗାଇଦେବାକୁ କେନ୍ଦ୍ର ସରକାରକୁ କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ନୂଆଦିଲ୍ଲୀ : ଶିଳ୍ପ ସଂସ୍ଥାକୁ ଆଉ ଅକ୍ସିଜେନ୍ ନ ଦେଇ ଲୋକଙ୍କୁ ପ୍ରାଥମିକତା ଦୃଷ୍ଟିରେ ଅକ୍ସିଜେନ୍ ଯୋଗାଇଦେବାକୁ କେନ୍ଦ୍ର ସରକାରକୁ କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମତିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅକ୍ସିଜେନର ଆବଶ୍ୟକତା ଜରୁରୀ ଅଟେ । ଏଥି ପ୍ରତି କେନ୍ଦ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଯଦି ଟାଟା କମ୍ପାନୀ ଅକ୍ସିଜେନ୍ ଯୋଗାଇ ପାରୁଛି, ତେବେ ଅନ୍ୟ କମ୍ପାନୀ କାହିଁକି ଏହା କରିପାରିବେ ନାହିଁ । କଣ ମଣିଷ ପଣିଆର କିଛି ବି ମାନେ ନାହିଁ । କେନ୍ଦ୍ର ସରାକର କଣ ପାଇଁ ଏହି ବିଷୟକୁ ଗମ୍ଭୀରତାର ସହ ନେଉ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ।

Delhi-High-Court

ଆଉ ଏ ମୃତ୍ୟୁ ଦେଖି ହେବନି । ଅଣନିଶ୍ୱାସୀ ହୋଇପଡୁଥିବା ଦିଲ୍ଲୀକୁ ଅକ୍ସିଜେନର ଆବଶ୍ୟକତା ଥିବାବେଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନର ଅଭାବକୁ ନେଇ କେନ୍ଦ୍ରକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମାକ୍ସ ହସ୍ପିଟାଲ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି କଡା ଟିପ୍ପଣୀ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଜଷ୍ଟିସ୍ ବିପିନ ସିଂ ଓ ରେଖା ପଲି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । ଆଜି ଅପରାହ୍ନ 3ଟାରେ ଏହି ମାମଲାର ଆଉ ଥରେ ଶୁଣାଣି ହେବ । ମହାମାରୀର ମୁକାବିଲା କରିବାରେ ଫେଲ୍ ମାରିଛନ୍ତି କେନ୍ଦ୍ର ସରକାର । ବିଭିନ୍ନ ରାଜନୈତିକ ଦଳ ଏଭଳି ଅଭିଯୋଗ ଆଣୁଥିବାବେଳେ ଏବେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+