Get Updates
Get notified of breaking news, exclusive insights, and must-see stories!

ସର୍ଭିସ୍ ଚାର୍ଜ ଦେବାକୁ ଚାହୁଁ ନଥିଲେ ରେସ୍ତୋରାଁ ଯାଅ ନାହିଁ, ଏପରି କାହିଁକି କହିଲେ ଦିଲ୍ଲୀ ହାଇକୋର୍ଟ

ଲ୍ଲୀ କୋର୍ଟ ରେସ୍ତୋରାଁଗୁଡିକରେ 'ନୋ ସର୍ଭିସ ଚାର୍ଜ ଅର୍ଡର' ଆବେଦନ ଉପରେ ରୋକ୍ ଲଗାଇଛନ୍ତି । ପରବର୍ତ୍ତୀ ସମୟରେ ନଭେମ୍ବର 25 ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ।

ନୂଆଦିଲ୍ଲୀ : ସର୍ଭିସ୍ ଚାର୍ଜ ଦେବାକୁ ଚାହୁଁ ନଥିଲେ ରେସ୍ତୋରାଁକୁ ଯାଅ ନାହିଁ । ଏପରି ଏକ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ରେସ୍ତୋରାଁ ଗୁଡ଼ିକୁ ସ୍ୱୟଂଚାଳିତ ଭାବରେ ବିଲରେ ସେବା ଶୁଳ୍କ ଯୋଡିବାକୁ ବାରଣ କରିଥିଲା ।

ଏହି ଆଦେଶକୁ ଚ୍ୟାଲେଞ୍ଜ କରି ନ୍ୟାସନାଲ୍ ରେସ୍ତୋରାଁ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛି । ଏହି ଆବେଦନ ଶୁଣିବା ପରେ ଦିଲ୍ଲୀ କୋର୍ଟ ରେସ୍ତୋରାଁଗୁଡିକରେ 'ନୋ ସର୍ଭିସ ଚାର୍ଜ ଅର୍ଡର' ଆବେଦନ ଉପରେ ରୋକ୍ ଲଗାଇଛନ୍ତି । ପରବର୍ତ୍ତୀ ସମୟରେ ନଭେମ୍ବର 25 ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ରେସ୍ତୋରାଁ, ହୋଟେଲଗୁଡ଼ିକ ସେପର୍ଯ୍ୟନ୍ତ ସେମାନଙ୍କ ବିଲରେ ସେବା ଶୁଳ୍କ ଜାରି କରିପାରିବେ ।

restaurant

NRAI ଦ୍ୱାରା ଦାଖଲ ହୋଇଥିବା ଆବେଦନ CCPA ର ଜୁଲାଇ 4 ନିର୍ଦ୍ଦେଶାବଳୀକୁ ଚ୍ୟାଲେଞ୍ଜ କରିଥିଲା । ରେସ୍ତୋରାଁଗୁଡିକ ସ୍ୱୟଂଚାଳିତ ଭାବରେ ବିଲରେ ସେବା ଚାର୍ଜ ଯୋଡିବାକୁ ବାରଣ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ବୁଧବାର CCPA ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି । ନିୟମ ଉଲ୍ଲଂଘନ ହେଲେ ଗ୍ରାହକ କିପରି ଏବଂ କେଉଁ ପଦକ୍ଷେପ ଗ୍ରହଣ କରିପାରିବେ ତାହା ନିର୍ଦ୍ଦେଶାବଳୀରେ ମଧ୍ୟ ବର୍ଣ୍ଣନା କରାଯାଇଛି ।

ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ଯଶୱନ୍ତ ବର୍ମା କହିଛନ୍ତି ଯେ ସମସ୍ତ ହୋଟେଲ ମେନୁ ଏବଂ ଅନ୍ୟାନ୍ୟ ସ୍ଥାନରେ ସେବା ଚାର୍ଜ ସଂଗ୍ରହ କରିବା ଉଚିତ୍ । ନ୍ୟାସନାଲ ରେସ୍ତୋରାଁ ଆସୋସିଏସନ୍ ଅଫ୍ ଇଣ୍ଡିଆର ଓକିଲ କୋର୍ଟରେ କହିଛନ୍ତି ଯେ ସେମାନେ 'ଟେକ୍ ହୋମ୍' ଜିନିଷ ଉପରେ ଏହି ଦେୟ ଆଦାୟ କରିବେ ନାହିଁ ।

ସିସିପିଏ ପକ୍ଷରୁ ହାଜ ହୋଇଥିବା ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ଗ୍ରାହକଙ୍କୁ ସେବା ଦେୟ ଦେବାକୁ ବାଧ୍ୟ କରାଯିବା ଉଚିତ ନୁହେଁ । ତେବେ ଏହା ଉପରେ କୋର୍ଟ କହିଛନ୍ତି ଯେ ଏହା ଏକ ପସନ୍ଦ କଥା । ଯଦି ଆପଣ ଦେୟ ଦେବାକୁ ଚାହୁଁନାହାଁନ୍ତି, ତେବେ ରେସ୍ତୋରାଁ ଯାଆନ୍ତୁ ନାହିଁ ବୋଲି କୋର୍ଟ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+