INX ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ବଡ ଆରାମ, ସିବିଆଇର ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

INX ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆରାମ ମିଳିଛି । ନିମ୍ନ ଅଦାଲତର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସିବିଆଇର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ନୂଆଦିଲ୍ଲୀ : INX ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆରାମ ମିଳିଛି । ନିମ୍ନ ଅଦାଲତର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସିବିଆଇର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଅଭିଯୁକ୍ତଙ୍କ ଦ୍ୱାରା ଦଲିଲଗୁଡ଼ିକର ନକଲ ଯାଞ୍ଚକୁ ଅନୁମତି ଦେବା ଆଦେଶକୁ ଚ୍ୟାଲେଞ୍ଜ କରି ସିବିଆଇର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି ।

 p chidambaram
ପ୍ରକୃତରେ, ନିମ୍ନ କୋର୍ଟର ନିଷ୍ପତ୍ତି ଅନୁଯାୟୀ କଂଗ୍ରେସ ନେତା ପି ଚିଦାମ୍ବରମ୍, ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ ଏବଂ INX ମିଡିଆ ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମାଲଖାନାରେ ରଖାଯାଇଥିବା ଦଲିଲଗୁଡ଼ିକୁ ଯାଞ୍ଚ କରିବାକୁ ଅନୁମତି ଦିଆଯାଇଥିଲା । ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସିବିଆଇ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା । ଯେଉଁଥିରେ ସିବିଆଇ କହିଛି ଯେ INX ମିଡିଆ ମାମଲାର ତଦନ୍ତ ଜାରି ରହିଛି ଏବଂ ଯାଞ୍ଚ ହେତୁ ଏହାର ପ୍ରମାଣ ବଦଳାଇପାରନ୍ତି । ତେଣୁ ନିମ୍ନ ଅଦାଲତ ମାର୍ଚ୍ଚ 5 ର ଆଦେଶକୁ ରଦ୍ଦ କରାଯିବା ଉଚିତ୍ ।

ଜଷ୍ଟିସ ମକ୍ତା ଗୁପ୍ତା ଏହି ପିଟିସନର ଶୁଣାଣି କରି କହିଛନ୍ତି ଯେ ଏହି ଆବେଦନକୁ ଖାରଜ କରାଯାଇଛି । ସ୍ୱତନ୍ତ୍ର ଅଦାଲତ କହିଥିଲେ କି, ନିରପେକ୍ଷ ବିଚାର ଉପରେ ସୁନିଶ୍ଚିତ ହେବାକୁ ତଦନ୍ତ ସମୟରେ ସଂଗ୍ରହ କରିଥିବା କାଗଜପତ୍ର କିଂବା ରେକର୍ଡ କରିଥିବା ବୟାନ ସବୁକୁ 'ସିବିଆଇ' ଫାଇଲ୍‌ କରିବା କିମ୍ବା ଦାଖଲ କରିବା ଆବଶ୍ୟକ । ଅଭିଯୁକ୍ତମାନେ ମଧ୍ୟ ସେ ଦଲିଲପତ୍ରର କପି ପାଇବାକୁ ହକଦାର ।

ସିବିଆଇ ଏହି ମାମଲାକୁ 15 ମଇ 2017 ରେ ପଞ୍ଜୀକୃତ ହୋଇଥିଲା । ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ସମୟରେ ଏହି ମାମଲାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । 2007 ମସିହାରେ INX ମିଡିଆ ଗ୍ରୁପକୁ 305 କୋଟି ଟଙ୍କା ବିଦେଶୀ ଚାନ୍ଦା ପାଇବାକୁ ଦିଆଯାଇଥିବା ବୈଦେଶିକ ନିବେଶ ପ୍ରୋତ୍ସାହନ ବୋର୍ଡ (FIPB) କ୍ଲିୟରାନ୍ସରେ ଅନିୟମିତତା ଅଭିଯୋଗ ଆସିଥିଲା । ଯାହା ପରେ ସିବିଆଇ ଅଗଷ୍ଟ 21, 2019 ରେ ଚିଦାମ୍ବରମଙ୍କୁ ଗିରଫ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+