Get Updates
Get notified of breaking news, exclusive insights, and must-see stories!

18 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ଟିକା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

18 ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ମାଗଣା ଟୀକାକରଣ କରାଇବା ନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । 1 କୋଟି 34 ଲକ୍ଷ ଟିକା କିଣିବା ପାଇଁ ଦିଲ୍ଲୀ ସରକାର ଆଜି ଅନୁମତି ଦେଇଛନ୍ତି ।

ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କଟ ଜଟିଳ ହେଉଥିବା ବେଳେ ଆସନ୍ତା ମେ ପହିଲାରୁ ସାରା ଦେଶରେ 18 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଟୀକାକରଣ ନେଇ ଘୋଷଣା କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରା ଦେଶରେ କରୋନା ପ୍ରଭାବ ଭୟାବହତା ହୋଇଥିବା ସହ ଜାତୀୟ ରାଜଧାନୀରେ ପରିସ୍ଥିତି ଜଟିଳ ହୋଇପଡିଛି । ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୀକାକରଣ ନେଇ ଏକ ବଡ଼ ଘୋଷଣା କରିଛନ୍ତି ।

Arvind-Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, '18 ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ମାଗଣା ଟୀକାକରଣ କରାଇବା ନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । 1 କୋଟି 34 ଲକ୍ଷ ଟିକା କିଣିବା ପାଇଁ ଦିଲ୍ଲୀ ସରକାର ଆଜି ଅନୁମତି ଦେଇଛନ୍ତି । ଶୀଘ୍ର କିଣା ସରିବା ସହ ଲୋକଙ୍କୁ ଟୀକାକରଣ କରାଇବା ନେଇ ଆମେ ସମସ୍ତ ପ୍ରକାର ଚେଷ୍ଟା କରିବୁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ଏହା ସହିତ ଟିକା ମୂଲ୍ୟକୁ ନେଇ ମଧ୍ୟ ସେ କହିଛନ୍ତି, 'ଆମ ଟିକା ଉତ୍ପାଦକମାନେ କହିଛନ୍ତି ସେମାନେ ରାଜ୍ୟ ସରକାରଙ୍କୁ ଟିକା ଡୋଜ୍ ପ୍ରତି 400 ଏବଂ 600 ଟଙ୍କାରେ ବିକ୍ରି କରିବେ । କିନ୍ତୁ କେନ୍ଦ୍ର ସରକାରଙ୍କ ପାଇଁ ଏହାର ମୂଲ୍ୟ 150 ଟଙ୍କା ରହିଛି ।' ସମସ୍ତଙ୍କ ପାଇଁ ଏହି ମୂଲ୍ୟ ସମାନ ରହିବା ଉଚିତ୍ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ଏହାବ୍ୟତୀତ ସେ କହିଛନ୍ତି, ଟୀକା ଉତ୍ପାଦକମାନେ ଏହାର ମୂଲ୍ୟକୁ 150 ଟଙ୍କାରେ ସୀମିତ ରଖନ୍ତୁ । ଲାଭ କମାଇବା ପାଇଁ ସାରା ଜୀବନ ପଡ଼ିଛି । ଏଭଳି ମହାମାରୀ ସମୟରେ ଏପରି କରିବା ଉଚିତ୍ ନୁହେଁ । ଏହା ସହିତ କେନ୍ଦ୍ର ସରକାର ଏହି ମୂଲ୍ୟ ସମ୍ପର୍କରେ ଆଲୋଚନା କରିବାକୁ ସେ ଅନୁରୋଧ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+