For Quick Alerts
Turn On Notification  
For Daily Alerts
Oneindia App Download

18 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ଟିକା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

18 ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ମାଗଣା ଟୀକାକରଣ କରାଇବା ନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । 1 କୋଟି 34 ଲକ୍ଷ ଟିକା କିଣିବା ପାଇଁ ଦିଲ୍ଲୀ ସରକାର ଆଜି ଅନୁମତି ଦେଇଛନ୍ତି ।

|

ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କଟ ଜଟିଳ ହେଉଥିବା ବେଳେ ଆସନ୍ତା ମେ ପହିଲାରୁ ସାରା ଦେଶରେ 18 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଟୀକାକରଣ ନେଇ ଘୋଷଣା କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରା ଦେଶରେ କରୋନା ପ୍ରଭାବ ଭୟାବହତା ହୋଇଥିବା ସହ ଜାତୀୟ ରାଜଧାନୀରେ ପରିସ୍ଥିତି ଜଟିଳ ହୋଇପଡିଛି । ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୀକାକରଣ ନେଇ ଏକ ବଡ଼ ଘୋଷଣା କରିଛନ୍ତି ।

Arvind-Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, '18 ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ମାଗଣା ଟୀକାକରଣ କରାଇବା ନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । 1 କୋଟି 34 ଲକ୍ଷ ଟିକା କିଣିବା ପାଇଁ ଦିଲ୍ଲୀ ସରକାର ଆଜି ଅନୁମତି ଦେଇଛନ୍ତି । ଶୀଘ୍ର କିଣା ସରିବା ସହ ଲୋକଙ୍କୁ ଟୀକାକରଣ କରାଇବା ନେଇ ଆମେ ସମସ୍ତ ପ୍ରକାର ଚେଷ୍ଟା କରିବୁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ଏହା ସହିତ ଟିକା ମୂଲ୍ୟକୁ ନେଇ ମଧ୍ୟ ସେ କହିଛନ୍ତି, 'ଆମ ଟିକା ଉତ୍ପାଦକମାନେ କହିଛନ୍ତି ସେମାନେ ରାଜ୍ୟ ସରକାରଙ୍କୁ ଟିକା ଡୋଜ୍ ପ୍ରତି 400 ଏବଂ 600 ଟଙ୍କାରେ ବିକ୍ରି କରିବେ । କିନ୍ତୁ କେନ୍ଦ୍ର ସରକାରଙ୍କ ପାଇଁ ଏହାର ମୂଲ୍ୟ 150 ଟଙ୍କା ରହିଛି ।' ସମସ୍ତଙ୍କ ପାଇଁ ଏହି ମୂଲ୍ୟ ସମାନ ରହିବା ଉଚିତ୍ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ଏହାବ୍ୟତୀତ ସେ କହିଛନ୍ତି, ଟୀକା ଉତ୍ପାଦକମାନେ ଏହାର ମୂଲ୍ୟକୁ 150 ଟଙ୍କାରେ ସୀମିତ ରଖନ୍ତୁ । ଲାଭ କମାଇବା ପାଇଁ ସାରା ଜୀବନ ପଡ଼ିଛି । ଏଭଳି ମହାମାରୀ ସମୟରେ ଏପରି କରିବା ଉଚିତ୍ ନୁହେଁ । ଏହା ସହିତ କେନ୍ଦ୍ର ସରକାର ଏହି ମୂଲ୍ୟ ସମ୍ପର୍କରେ ଆଲୋଚନା କରିବାକୁ ସେ ଅନୁରୋଧ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Delhi govt Will Provide Free Vaccine To People Above 18 years Old
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X