For Quick Alerts
Turn On Notification  
For Daily Alerts
Oneindia App Download

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା: ଆସନ୍ତା 2 ମାସ ପାଇଁ ମିଳିବ ମାଗଣା ରାସନ, ଅଟୋ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ମିଳିବି 5 ହଜାର ଟଙ୍କା

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆମେ ଆସନ୍ତା 2 ମାସ ପାଇଁ ଦିଲ୍ଲୀର ରାସନ କାର୍ଡଧାରୀଙ୍କୁ ମାଗଣା ରାସନ ଦେବୁ । ସରକାରଙ୍କ ଏହି ଘୋଷଣାରେ ପ୍ରାୟ 72 ଲକ୍ଷ ଲୋକ ଆସନ୍ତା ଦୁଇମାସ ପାଇଁ ମାଗଣା ରାସନ ପାଇବେ ।

|

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆମେ ଆସନ୍ତା 2 ମାସ ପାଇଁ ଦିଲ୍ଲୀର ରାସନ କାର୍ଡଧାରୀଙ୍କୁ ମାଗଣା ରାସନ ଦେବୁ । ସରକାରଙ୍କ ଏହି ଘୋଷଣାରେ ପ୍ରାୟ 72 ଲକ୍ଷ ଲୋକ ଆସନ୍ତା ଦୁଇମାସ ପାଇଁ ମାଗଣା ରାସନ ପାଇବେ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ 5 ହଡାର ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ପ୍ରାୟ 1.5 ଲକ୍ଷ ଡ୍ରାଇଭର ଏହାର ସାହାଯ୍ୟ ପାଇପାରିବେ ।

Arvind-Kejriwal

ଏହାର ଅର୍ଥ ନୁହେଁ ଯେ ଲକଡାଉନ୍ 2 ମାସ ପର୍ଯ୍ୟନ୍ତ ରହିବ: କେଜ୍ରିୱାଲ୍

ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଆମେ ଦିଲ୍ଲୀରେ ଲକଡାଉନ୍ ଜାରି ରଖିଛୁ । କରୋନା ମାମଲା ଦ୍ରୁତ ଗତିରେ ବଢୁ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା, ଏହି ସମୟରେ ଗରିବ ଏବଂ ଶ୍ରମିକମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ଏଭଳି ପରିସ୍ଥିତିରେ ସରକାର ଏହି ଆର୍ଥିକ ସହାୟତା ଓ ମାଗଣା ରାସନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଅତ୍ୟନ୍ତ ମାରାତ୍ମକ । ଲକଡାଉନକୁ ନେଇ କେଜ୍ରିୱାଲ କହିଛନ୍ତି ଯେ, ସରକାରଙ୍କ ଏହି ଘୋଷଣାର ଅର୍ଥ ନୁହେଁ ଯେ ଆଗାମୀ ଦୁଇ ମାସ ପାଇଁ ଦିଲ୍ଲୀରେ ଲକଡାଉନ୍ ଜାରି ରହିବ, ଆମେ ଚାହୁଁଛୁ ପରିସ୍ଥିତି ସୁଧୁରିଯାଉ ଏବଂ ଲକଡାଉନ୍ ହଟିଯାଉ ।

ଦିଲ୍ଲୀର କରୋନା ସ୍ଥିତି

ଆପଣଙ୍କୁ କହିରଖୁଛୁ ଯେ ଦିଲ୍ଲୀରେ କରୋନା ମାମଲା ବଢୁଥିବା ହେତୁ କେଜ୍ରିୱାଲ ସରକାର ଦୁଇଥର ଏକ ସପ୍ରାହ ଲେଖାଏଁ ଲକଡାଉନ୍ ଲଗାଇଛନ୍ତି । ଯଦିଓ ଲକଡାଉନ୍ ଯୋଗୁଁ ଦୈନିକ ମାମଲା ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି, ତଥାପି ସଂକ୍ରମଣରେ ମୃତ୍ୟୁ ହେଉଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମଙ୍ଗଳବାର ଗତ 24 ଘଣ୍ଟା ମଧ୍ୟରେ 18 ହଜାର 43 ଝଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ 448 ରୋଗୀଙ୍କ ମୃତ୍ୟୁ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Delhi Govt Announced To Give Free Ration For Next Two Months
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X