Get Updates
Get notified of breaking news, exclusive insights, and must-see stories!

କ୍ଲାସ୍ ଆରମ୍ଭ ପାଇଁ ନିର୍ଦ୍ଦେଶନାମା ଜାରି କଲେ ସରକାର, ପ୍ରତ୍ୟେକ ବିଦ୍ୟାଳୟରେ ନିର୍ମାଣ ହେବ କ୍ୱାରେଣ୍ଟିନ୍ କେନ୍ଦ୍ର

କରୋନା କାରଣରୁ ବନ୍ଦ ଥିବା ବିଦ୍ୟାଳୟ ଓ କଲେଜ ସେପ୍ଟେମ୍ବର ପହିଲାରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ସେପ୍ଟେମ୍ବର 1 ରୁ ବିଦ୍ୟାଳୟଗୁଡ଼ିକ ଖୋଲିବ, କିନ୍ତୁ ପୂର୍ବ ପରି କ୍ଲାସ ଚାଲିବ ନାହିଁ ।

ନୂଆଦିଲ୍ଲୀ : କରୋନା କାରଣରୁ ବନ୍ଦ ଥିବା ବିଦ୍ୟାଳୟ ଓ କଲେଜ ସେପ୍ଟେମ୍ବର ପହିଲାରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ସେପ୍ଟେମ୍ବର 1 ରୁ ବିଦ୍ୟାଳୟଗୁଡ଼ିକ ଖୋଲିବ, କିନ୍ତୁ ପୂର୍ବ ପରି କ୍ଲାସ ଚାଲିବ ନାହିଁ । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ବିଦ୍ୟାଳୟ ଖୋଲିବା ଏବଂ କ୍ଲାସ ଚଳାଇବା ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି । ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ପହିଲାରୁ ବିଦ୍ୟାଳୟଗୁଡ଼ିକ ଖୋଲିବ ।

School

ଜାତୀୟ ରାଜଧାନୀରେ ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରି ସୋମବାର ଦିନ ଡିଡିଏମଏ କହିଛି ଯେ ସର୍ବାଧିକ 50 ପ୍ରତିଶତ ଛାତ୍ରଛାତ୍ରୀ ରହିବା ପାଇଁ ଶ୍ରେଣୀଗୁଡ଼ିକୁ ଅନୁମତି ଦିଆଯିବ । ସେମାନଙ୍କ ମଧ୍ୟରେ ଦୂରତା ରଖି ପିଲାମାନେ ବସିବେ । ସେହି ଅନୁଯାୟୀ ପିଲାମାନଙ୍କୁ ଡକାଯିବ ।

ଏହା ସହିତ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଜରୁରୀକାଳୀନ ବ୍ୟବହାର ପାଇଁ ପରିସରରେ କ୍ୱାରେଣ୍ଟିନ କେନ୍ଦ୍ର ସ୍ଥାପନ କରିବା ନେଇ DDMA ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଗାଇଡଲାଇନରେ ଏହା ସ୍ପଷ୍ଟ ହୋଇଛି ଯେ କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ର, ଶିକ୍ଷକମାନଙ୍କୁ ସ୍କୁଲ ଏବଂ କଲେଜକୁ ଆସିବାକୁ ଅନୁମତି ମିଳିବ ନାହିଁ ।

ଡିଡିଏମଏ କହିଛି ଯେ ବିଦ୍ୟାଳୟଗୁଡ଼ିକୁ COVID-19 ନିୟମ ଅନୁଯାୟୀ କ୍ଲାସଗୁଡିକର ସମୟ ସାରଣୀ ପ୍ରସ୍ତୁତ କରିବାକୁ ପଡିବ । ଛାତ୍ରମାନଙ୍କ ପ୍ରବେଶ ଏବଂ ଛୁଟି ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ସକାଳର ସିଫ୍ଟ ଛାତ୍ରମାନଙ୍କ ଛୁଟି ଏବଂ ଦ୍ୱିତୀୟ ସିଫ୍ଟର ପ୍ରବେଶ ମଧ୍ୟରେ ଏକ ଘଣ୍ଟାର ବ୍ୟବଧାନ ରଖିବାକୁ କୁହାଯାଇଛି । ଆହୁରି ମଧ୍ୟ ଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନ, ବହି ଏବଂ ଷ୍ଟେସନାରୀ ଜିନିଷ ପରସ୍ପର ସହିତ ଅଂଶୀଦାର ନକରିବାକୁ ପରାମର୍ଶ ଦିଆଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ ଗତ ସପ୍ତାହରେ ଡିଡିଏମଏର ଏକ କମିଟି ଦିଲ୍ଲୀର ସ୍କୁଲ ଖୋଲିବା ନେଇ ଏକ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିଲା, ଯାହା ଅଫଲାଇନ୍ କ୍ଲାସ ପୁନଃଆରମ୍ଭ କରିବାକୁ ସୁପାରିଶ କରିଥିଲା । ଏହା ପରେ ଶୁକ୍ରବାର ଦିନ ନିଷ୍ପତ୍ତି ନିଆଯାଇଛି ଯେ ସେପ୍ଟେମ୍ବର 1 ରୁ ପର୍ଯ୍ୟାୟକ୍ରମେ ବିଦ୍ୟାଳୟଗୁଡ଼ିକ ଖୋଲାଯିବ । 9 ରୁ 12 ଶ୍ରେଣୀର ଛାତ୍ରମାନଙ୍କ ପାଇଁ କ୍ଲାସ୍ ସେପ୍ଟେମ୍ବର 1 ରୁ ଆରମ୍ଭ ହେବ । 6 ରୁ 8 ଶ୍ରେଣୀଗୁଡିକ ଏକ ସପ୍ତାହ ପରେ ଆରମ୍ଭ ହେବ ।

ଦିଲ୍ଲୀର ଡେପୁଟି ସିଏମ୍ ମନୀଷ ସିସୋଦିଆ କହିଛନ୍ତି ଯେ ଶିକ୍ଷାଦାନ ଏବଂ ଶିକ୍ଷଣ କାର୍ଯ୍ୟକଳାପ ମିଶ୍ରିତ ଢଙ୍ଗରେ ଚାଲିବ । କୌଣସି ପିଲାଙ୍କୁ ଶାରୀରିକ ଭାବରେ ଯୋଗଦେବାକୁ ବାଧ୍ୟ କରାଯିବ ନାହିଁ ଏବଂ ବାଧ୍ୟତାମୂଳକ ଉପସ୍ଥାନ ହେବ ନାହିଁ । ଛାତ୍ରମାନେ ଶାରୀରିକ ଭାବରେ କ୍ଲାସରେ ଯୋଗଦେବା ପାଇଁ ପିତାମାତାଙ୍କ ସମ୍ମତି ଆବଶ୍ୟକ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+