ରାଜଧାନୀରେ ମାସ୍କ ବାଧ୍ୟତାମୂଳକ, ନିୟମ ଭାଙ୍ଗିଲେ ଗଣିବେ ଜରିମାନା
ଦିଲ୍ଲୀ ସରକାର ଦେଇଥିବା ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସମସ୍ତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ନିତାନ୍ତ ଜରୁରୀ ଏବଂ ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କଠାରୁ 500 ଟଙ୍କା ଜରିମାନା ଆଦାୟ କରାଯିବ ।
ନୂଆଦିଲ୍ଲୀ : ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ମାସ୍କ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି ।

ଦିଲ୍ଲୀ ସରକାର ଦେଇଥିବା ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସମସ୍ତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ନିତାନ୍ତ ଜରୁରୀ ଏବଂ ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କଠାରୁ 500 ଟଙ୍କା ଜରିମାନା ଆଦାୟ କରାଯିବ । ଆପଣଙ୍କୁ କହି ରଖୁଛୁ ଅଗଷ୍ଟ ମାସର ଗତ 10 ଦିନ ମଧ୍ୟରେ ଦିଲ୍ଲୀରେ କରୋନା କାରଣରୁ 40 ଜଣଙ୍କର ମୃତ୍ୟୁ ହୋଇଛି ।
ତେବେ ଏଥର ମାସ୍କ ପିନ୍ଧିବାର ନିୟମରେ ଏକ ପରିବର୍ତ୍ତନ କରାଯାଇଛି । ବେସରକାରୀ ଚାରି ଚକିଆ ଯାନରେ ଏକାଠି ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଜରିମାନା ଲାଗୁ ହେବ ନାହିଁ ବୋଲି ସରକାର କହିଛନ୍ତି । ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଦିଲ୍ଲୀରେ ଘରୋଇ ଗାଡିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗାଡି ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଏହି ନିୟମକୁ ନେଇ ଅନେକ ବିବାଦ ଦେଖାଦେଇଥିଲା ।












Click it and Unblock the Notifications