ଏ ବର୍ଷ ବି ଦିଲ୍ଲୀରେ ଫୁଟିବନି ବାଣ, କ୍ରୟ, ବିକ୍ରୟ ଏବଂ ସଂରକ୍ଷଣ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର
ଗତ ତିନି ବର୍ଷ ଭଳି, ଏହି ବର୍ଷ ମଧ୍ୟ ଦିପାବଳୀ ସମୟରେ ଦିଲ୍ଲୀର ପ୍ରଦୂଷଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବାଣ ସଂରକ୍ଷଣ, ବିକ୍ରୟ ଏବଂ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ ।
ନୂଆଦିଲ୍ଲୀ : କରୋନା ସଙ୍କଟ ମଧ୍ୟରେ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି (ବୁଧବାର) ଏକ ବଡ଼ ଘୋଷଣା କରିଛନ୍ତି । କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ଗତ ତିନି ବର୍ଷ ଭଳି, ଏହି ବର୍ଷ ମଧ୍ୟ ଦିପାବଳୀ ସମୟରେ ଦିଲ୍ଲୀର ପ୍ରଦୂଷଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବାଣ ସଂରକ୍ଷଣ, ବିକ୍ରୟ ଏବଂ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ ।

ଉଲ୍ଲେଖନୀୟ କଥା ହେଉଛି, କେଜ୍ରିୱାଲ ସରକାର ଦିଲ୍ଲୀରେ ପ୍ରଦୂଷଣକୁ ନେଇ ଅନେକ କଠୋର ପଦକ୍ଷେପ ନେଇଛନ୍ତି, ଯେଉଁଥିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗତ ତିନି ବର୍ଷ ଧରି ଦିପାବଳୀରେ ଜାତୀୟ ରାଜଧାନୀରେ ବାଣ ବିକ୍ରୟ, ବ୍ୟବହାର ଏବଂ ଷ୍ଟୋର୍ ଉପରେ ନିଷେଧାଦେଶ ଜାରି କରାଯାଇଛି । ଚଳିତ ବର୍ଷ ମଧ୍ୟ ଏହି କଟକଣା ଜାରି ରହିବ ।
ଟ୍ୱିଟ୍ କରି ସିଏମ୍ ଅରବିନ୍ଦ କେଜ୍ରିୱାଲ ଏହି ସୂଚନା ଦେଇଛନ୍ତି, "ଗତ 3 ବର୍ଷ ମଧ୍ୟରେ ଦିପାବଳୀ ସମୟରେ ଦିଲ୍ଲୀର ପ୍ରଦୂଷଣର ବିପଜ୍ଜନକ ଅବସ୍ଥାକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ସମସ୍ତ ପ୍ରକାର ବାଣ ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି । ଯାହାଦ୍ୱାରା ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ।"
पिछले 3 साल से दीवाली के समय दिल्ली के प्रदूषण की खतरनाक स्तिथि को देखते हुए पिछले साल की तरह इस बार भी हर प्रकार के पटाखों के भंडारण, बिक्री एवं उपयोग पर पूर्ण प्रतिबंध लगाया जा रहा है। जिससे लोगों की जिंदगी बचाई जा सके।
— Arvind Kejriwal (@ArvindKejriwal) September 15, 2021
ଏହା ସହିତ ଅନ୍ୟ ଏକ ଟ୍ୱିଟରେ କେଜ୍ରିୱାଲ କହିଛନ୍ତି, "ଗତ ବର୍ଷ ବ୍ୟବସାୟୀଙ୍କ ଦ୍ୱାରା ବାଣ ଷ୍ଟକ୍ ହେବା ପରେ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଳମ୍ବରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଥିଲା ଯାହା ଦ୍ୱାରା ବ୍ୟବସାୟୀମାନେ କ୍ଷତି ସହିଥିଲେ । ସମସ୍ତ ବ୍ୟବସାୟୀଙ୍କ ପାଇଁ ଏହା ଏକ ଆବେଦନ ଯେ ସଂପୂର୍ଣ୍ଣ ନିଷେଧକୁ ଦୃଷ୍ଟିରେ ରଖି ଏଥର କୌଣସି ପ୍ରକାର ସଂରକ୍ଷଣ କରନ୍ତୁ ନାହିଁ ।"












Click it and Unblock the Notifications