ରାଜଧାନୀରେ ଘରେ ପହଞ୍ଚିବ ମଦ : ହୋମ୍ ଡେଲିଭରୀକୁ ସରକାରଙ୍କ ଅନୁମତି
ଦିଲ୍ଲୀରେ ଦେଶୀ ଓ ବିଦେଶୀ ମଦର ହୋମ୍ ଡେଲିଭରୀ ପାଇିଁ ଅନୁମତି ମିଳିଛି । ଦିଲ୍ଲୀବାସୀ ମୋବାଇଲ ଆପ୍ ଓ ଅନଲାଇନ୍ ୱେବ ପୋଟାର୍ଲ ମାଧ୍ୟମରେ ମଦ ମଗାଇପାରିବେ ।
ନୂଆଦିଲ୍ଲୀ : ଦେଶର କରୋନାର ଦ୍ୱିତୀୟ ଲହର ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ପ୍ରକୋପ ହ୍ରାସ ପାଉଥିବାର ଦେଖିବାକୁ ମିଳୁଛି । ଏହାରି ଭିତରେ ଦିଲ୍ଲୀରେ ମଦର ହୋମ୍ ଡେଲିଭରୀ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନୁମତି ଦେଇଛନ୍ତି ।

ତେବେ ଦିଲ୍ଲୀରେ ଦେଶୀ ଓ ବିଦେଶୀ ମଦର ହୋମ୍ ଡେଲିଭରୀ ପାଇିଁ ଅନୁମତି ମିଳିଛି । ଦିଲ୍ଲୀବାସୀ ମୋବାଇଲ ଆପ୍ ଓ ଅନଲାଇନ୍ ୱେବ ପୋଟାର୍ଲ ମାଧ୍ୟମରେ ମଦ ମଗାଇପାରିବେ । କରୋନା ସଂକ୍ରମଣ ବଢୁଥିବାରୁ ପୂର୍ବରୁ ସରକାର ଅନେକ କଟକଣା ଲାଗୁ କରିଥିଲେ । ଫଳରେ ମଦ ବିକ୍ରି ଉପରେ ବି କଟକଣା ଲାଗୁ ହୋଇଥିଲା । କିନ୍ତୁ ଏବେ ସରକାର ମଦ ବିକ୍ରି ଉପରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ସେହିପରି ଦିଲ୍ଲୀ ବ୍ୟତୀତ ଛତିଶଗଡ ସରକାର ମଧ୍ୟ ମଦର ହୋମ୍ ଡେଲିଭରୀ ପାଇଁ ଅନୁମତି ଦେଇସାରିଛନ୍ତି । କରୋନା କାଳରେ ମଦ ଦୋକାନ ଆଗରେ ଭିଡକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନଲକ୍ ପ୍ରକ୍ରିୟାର ପ୍ରଥମ ସପ୍ତାହରେ କାରଖାନା ଏବଂ ନିର୍ମାଣ କାମକୁ ଅନୁମତି ମିଳିଛି ।












Click it and Unblock the Notifications