Get Updates
Get notified of breaking news, exclusive insights, and must-see stories!

ଅବକାରୀ ନୀତି ମାମଲାରେ ମନୀଷଙ୍କୁ ମିଳିଲାନି ଜାମିନ

Manish Sisodia

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଲାଗିଛି ବଡ଼ ଝଟକା । ଏହି ମାମଲାରେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଜାମିନ ପ୍ରତ୍ୟାଖ୍ୟାନ ଆଦେଶକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ପୂର୍ବତନ ମନ୍ତ୍ରୀ କହିଛନ୍ତି ।

ମନୀଷ ସିସୋଦିଆ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି । ଅପ୍ରେଲ 3 ରେ କୋର୍ଟରେ ହାଜର ହେବାର କାର୍ଯ୍ୟକ୍ରମ ରହିଛି ।

ଆମ୍ ଆଦମୀ ପାର୍ଟି ନେତା ତାଙ୍କ ଜାମିନ ଆବେଦନରେ ଦର୍ଶାଇଛନ୍ତି ଯେ ଏହି ମାମଲାରେ ତାଙ୍କୁ ହେପାଜତରେ ରଖିବାକୁ କୌଣସି ଠୋସ୍ କାରଣ ନଥିବାରୁ ତାଙ୍କୁ ଜାମିନ୍ ମିଳିବା ଉଚିତ୍ ।

ପୂର୍ବତନ ଶିକ୍ଷା ମନ୍ତ୍ରୀ ଏପରିକି ଜୋର ଦେଇଛନ୍ତି ଯେ ସିବିଆଇ ଡାକିଥଇବା ବେଳେ ସେ ଯାଞ୍ଚରେ ସହଯୋଗ କରିଛନ୍ତି ।

ସିବିଆଇ ଏହି ଆବେଦନକୁ ବିରୋଧ କରି କହିଛି ଯେ ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ ତେବେ ତାଙ୍କର ପ୍ରଭାବ ତଥା ହସ୍ତକ୍ଷେପ ଫଳରେ ତଦନ୍ତରେ ବାଧା ହୋଇପାରେ ।1

ମଦ ନୀତି ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଅଭିଯୋଗରେ ଶ୍ରୀ ସିସୋଦିଆଙ୍କୁ ଫେବୃଆରୀ 26 ରେ ସିବିଆଇ ଗିରଫ କରିଥିଲା । ପୃଥକ ପୃଥକ ଭାବରେ ଅର୍ଥ ହେରଫେର ଅଭିଯୋଗରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଦିଲ୍ଲୀର ଅବକାରୀ ସ୍କାମରେ ଯାଞ୍ଚ ଆରମ୍ଭ କରିଛି । ମାର୍ଚ୍ଚ 9 ରେ ସିସୋଦିଆଙ୍କୁ ଇଡି ଗିରଫ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+