ପ୍ରବଳ ଥଣ୍ଡା କବଳରେ ଦିଲ୍ଲୀ, ଜାନୁଆରୀ 15 ପର୍ଯ୍ୟନ୍ତ ବଢିଲା ସ୍କୁଲ ଛୁଟି
ଶୀତ କହରକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଶିକ୍ଷା ନିର୍ଦ୍ଦେଶାଳୟ ଏକ ସର୍କୁଲାର ଜାରି କରିଛନ୍ତି । ଦିଲ୍ଲୀର ଘରୋଇ ବିଦ୍ୟାଳୟରେ ଶୀତକାଳୀନ ଛୁଟି ଜାନୁୟାରୀ 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବଳ ଥଣ୍ଡା ଲହର ଲାଗି ରହିଛି । ଶୀତ କହରକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଶିକ୍ଷା ନିର୍ଦ୍ଦେଶାଳୟ ଏକ ସର୍କୁଲାର ଜାରି କରିଛନ୍ତି । ଦିଲ୍ଲୀର ଘରୋଇ ବିଦ୍ୟାଳୟରେ ଶୀତକାଳୀନ ଛୁଟି ଜାନୁୟାରୀ 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଛୁଟି ପରେ ଘରୋଇ ବିଦ୍ୟାଳୟରେ ଜାନୁଆରୀ 9 ରୁ କ୍ଲାସ ଆରମ୍ଭ ହେବ । ଏହି ସର୍କୁଲାରରେ ଦର୍ଶାଯାଇଛି ଯେ DOE (ଶିକ୍ଷା ନିର୍ଦ୍ଦେଶାଳୟ) ର ପୂର୍ବ ସର୍କୁଲାର ଜାରି କରି ଦିଲ୍ଲୀର ସମସ୍ତ ଘରୋଇ ବିଦ୍ୟାଳୟକୁ 15 ଜାନୁୟାରୀ 2023 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରବିବାର ପ୍ରବଳ ଥଣ୍ଡା କହର ଯୋଗୁଁ ସଫଦରଜଙ୍ଗ ପାଣିପାଗ କେନ୍ଦ୍ର ଅବଜରଭେଟୋରୀରେ ସର୍ବନିମ୍ନ ତାପମାତ୍ରା 1.9 ଡିଗ୍ରୀ ସେଲସିୟସକୁ ଖସି ଆସିଛି, ଯାହା ଦୁଇ ବର୍ଷ ମଧ୍ୟରେ ଜାନୁଆରୀରେ ସବୁଠାରୁ ଥଣ୍ଡା ଦିନ ଥିଲା ।
ଦିଲ୍ଲୀ-ଏନସିଆରର ଲୋକଙ୍କୁ କୁହୁଡି ବହୁ ଅସୁବିଧାରେ ପକାଇଛି । ଏପରିକି ଦିନ 12 ଟା ପର୍ଯ୍ୟନ୍ତ କୁହୁଡ଼ି ରଥିହିଲା । ଫଳରେ 267 ଟ୍ରେନ୍ ବାତିଲ ହୋଇଥିବାବେଳେ ଅନେକ ବିମାନ ସେମାନଙ୍କର ନିର୍ଦ୍ଧାରିତ ସମୟ ଅପେକ୍ଷା ବହୁତ ବିଳମ୍ବରେ ପହଞ୍ଚିଛନ୍ତି ।
ଆଇଏମଡି ସିନିୟର ବୈଜ୍ଞାନିକ ଆର.କେ ଜେନାମଣି କହିଛନ୍ତି ଯେ ଦିଲ୍ଲୀରେ ଆଜି ଚଳିତ ଋତୁର ସବୁଠାରୁ ଖରାପ କୁହୁଡି ପରିସ୍ଥିତି ଦେଖିବାକୁ ମିଳିଛି । ଘନ କୁହୁଡି ଯୋଗୁଁ ଆଜି ଦିଲ୍ଲୀର ତାପମାତ୍ରା 14-16 ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ । ଜାନୁଆରୀ 11 ଏବଂ 12 ରେ ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ୟୁପିରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବାବେଳେ ଜାନୁଆରୀ 11 ଏବଂ 12 ରେ ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ହେବାର ସମ୍ଭାବନା ରହିଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications