22 ଘଣ୍ଟା ପରେ 6 ଘଣ୍ଟାର ଅପରେସନ କରି କଟା ଆଙ୍ଗୁଠିକୁ ଯୋଡ଼ିଲେ ଦିଲ୍ଲୀର ଡାକ୍ତର
22 ଘଣ୍ଟା ପରେ 6 ଘଣ୍ଟାର ଅପରେସନ କରି କଟା ଆଙ୍ଗୁଠିକୁ ଯୋଡ଼ିଲେ ଦିଲ୍ଲୀର ଡାକ୍ତର, ଦୁବାଇରେ କହିଲେ 24 ଲକ୍ଷ, ଭାରତରେ ହେଲା କେବଳ 3.65 ଲକ୍ଷ ଖର୍ଚ୍ଚ
ନୂଆଦିଲ୍ଲୀ : ଚିକିତ୍ସା କ୍ଷେତ୍ରରେ, ଭାରତର ଡାକ୍ତରମାନେ ବିଶ୍ୱର ସମସ୍ତ ସୁବିଧା ଥିବା ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି । ବର୍ତ୍ତମାନ ଦେଶର ଡାକ୍ତରମାନେ ଏପରି ଏକ ଚମତ୍କାର କାର୍ଯ୍ୟ କରିଛନ୍ତି, ଯାହା ବିଷୟରେ ଜାଣି ଆପଣ ପ୍ରଶଂସା ନକରି ରହି ପାରିବ ନାହିଁ । ଦିଲ୍ଲୀର ଏକ ଡାକ୍ତରଖାନାର ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ କଟା ଆଙ୍ଗୁଠିକୁ ଯୋଡ଼ି ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଅସ୍ତ୍ରୋପଚାର କରିଛନ୍ତି ।
ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେଉଁ କାମ ପାଇଁ ଦୁବାଇର ଡାକ୍ତରମାନେ 24 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ, ତାହା ଦିଲ୍ଲୀର ଡାକ୍ତର ଦଳ ଦ୍ୱାରା ମାତ୍ର 3 ଲକ୍ଷ 65 ହଜାର ଟଙ୍କାରେ କରିଛନ୍ତି । ବ୍ୟକ୍ତି ଯେତେବେଳେ ଦୁବାଇରୁ ଦିଲ୍ଲୀ ବିମାନରେ ନିଜର ଅଙ୍ଗୁଠି ଧରି ଆସିଥିଲେ ଏହି ସମୟ ମଧ୍ୟରେ 300 ମିଲି ରକ୍ତସ୍ରାବ ହୋଇଯାଇଥିଲା ।

ସୂଚନାଯୋଗ୍ୟ, ରାଜସ୍ଥାନର ସନ୍ଦୀପ ସିଂହ ଟଙ୍କା ରୋଜଗାର ପାଇଁ ଦୁବାଇ ଯାଇଥିଲେ । ସନ୍ଦୀପ ଦୁବାଇରେ କାଠ କାମ କରୁଥିଲେ । ସେ କାମ କରୁଥିବା ସମୟରେ ଏକ ଦୁର୍ଘଟଣାରେ ତାଙ୍କ ଆଙ୍ଗୁଠି ହାତରୁ ଅଲଗା ହୋଇଯାଇଥିଲା । ସନ୍ଦୀପଙ୍କ ସାଥୀମାନେ ଶୀଘ୍ର ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଗଲେ ।

ଡାକ୍ତରଖାନାରେ ଯେତେବେଳେ ଡାକ୍ତରମାନେ କଟା ଅଙ୍ଗୁଠି ଦେଖିଲେ, ସେମାନେ ଏହାକୁ ଯୋଡ଼ିବା ପାଇଁ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପଡ଼ିବ ବୋଲି କହିଥିଲେ । ସନ୍ଦୀପ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ଥିଲେ କିନ୍ତୁ ଚିକିତ୍ସା ଖର୍ଚ୍ଚ 24 ଲକ୍ଷ ଟଙ୍କା ବୋଲି ଡାକ୍ତରମାନେ କହିଥିଲେ । ଜୀବିକା ଅନ୍ୱେଷଣରେ ଦୁବାଇରେ ପହଞ୍ଚିଥିବା ସନ୍ଦୀପଙ୍କ ପାଇଁ 24 ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଅସମ୍ଭବ ଥିଲା । ଏହା ପରେ ସନ୍ଦୀପ ଭାରତରେ ତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରି ନିଜ ଦେଶରେ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ ।
ସନ୍ଦୀପଙ୍କ ପରିବାର ସଦସ୍ୟ ଚିକିତ୍ସା ପାଇଁ ଦିଲ୍ଲୀର ଆକାଶ ଡାକ୍ତରଖାନା ସହିତ ପରାମର୍ଶ କରିଥିଲେ, ପରେ ଆକାଶ ଡାକ୍ତରଖାନାର ଡାକ୍ତର ଦଳ ତାଙ୍କୁ ଭାରତ ଆସିବାକୁ କହିଥିଲେ । ଏହା ପରେ ସନ୍ଦୀପ ନିଜର କଟା ଆଙ୍ଗୁଠି ସହିତ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିଥିଲେ । ଦିଲ୍ଲୀରେ ଓହ୍ଲାଇ ସନ୍ଦୀପ ଆକାଶ ହସ୍ପିଟାଲରେ ପହଞ୍ଚିବା ପରେ 6 ଜଣ ଡାକ୍ତରଙ୍କ ଟିମ୍ ଏହି ଅପରେସନ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଥିଲେ ।

ଏଠାରେ ପହଞ୍ଚିବା ପରେ ମଧ୍ୟ ସମସ୍ୟା ଶେଷ ହୋଇନଥିଲା । ସନ୍ଦୀପଙ୍କୁ ଦୁବାଇରୁ ଦିଲ୍ଲୀରେ ପହଞ୍ଚିବା ପାଇଁ ବହୁ ସମୟ ଲାଗିଥିଲା ଏବଂ ଏହି ସମୟ ମଧ୍ୟରେ ବହୁ ରକ୍ତସ୍ରାବ ହୋଇଯାଇଥିଲା । ରକ୍ତସ୍ରାବ ହେତୁ ରୋଗୀକୁ ଅପରେସନ୍ କରିବା ସହଜ ନୁହେଁ, କିନ୍ତୁ ଡାକ୍ତରଙ୍କ ଦଳ ଭଲ ଯତ୍ନ ସହ ଅସ୍ତ୍ରୋପଚାର କରିଥିଲେ ଏବଂ ଆଙ୍ଗୁଠି ଯୋଡ଼ିବାର ଅସମ୍ଭବ କାର୍ଯ୍ୟକୁ ସଫଳତା ପୂର୍ବକ କରିଥିଲେ ।
ସନ୍ଦୀପଙ୍କ କଟିଯାଇଥିବା ଆଙ୍ଗୁଠିକୁ ଠିକ୍ କରିବା ପାଇଁ ଡାକ୍ତରମାନଙ୍କୁ 6 ଘଣ୍ଟାର ଅସ୍ତ୍ରୋପଚାର କରିବାକୁ ପଡିଲା । ଏହି ପ୍ରକାର ଅସ୍ତ୍ରୋପଚାର ଅତ୍ୟନ୍ତ ସୂକ୍ଷ୍ମ, ତେଣୁ ଡାକ୍ତରମାନେ ମାଇକ୍ରୋସ୍କୋପିକ୍ ପଦ୍ଧତି ସହିତ ଅସ୍ତ୍ରୋପଚାରର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ କରିଥିଲେ । ଦୁବାଇରୁ ଆସିବାର ସମୁଦାୟ ସମୟ ଏବଂ ଅସ୍ତ୍ରୋପଚାର ସହିତ ସନ୍ଦୀପଙ୍କ ଆଙ୍ଗୁଠିକୁ 22 ଘଣ୍ଟା ପରେ ସଫଳତାର ସହିତ ଯୋଡ଼ା ଯାଇଥିଲା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications