Get Updates
Get notified of breaking news, exclusive insights, and must-see stories!

କୁସ୍ତି ଖେଳାଳିଙ୍କ ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ଠାରୁ ରିପୋର୍ଟ ମାଗିଲେ କୋର୍ଟ

wrestlers protest

ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ଅଡ଼ୁଆ ବଢିବାରେ ଲାଗିଛି । ଗୋଟିଏ ପଟେ ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଦାଙ୍କ ବିରୋଧ ପ୍ରଦର୍ଶନକୁ ବହୁ ସମର୍ଥନ ମିଳୁଥିବା ବେଳେ ଅନ୍ୟ ପକ୍ଷେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏହି ଘଟଣାରେ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଛନ୍ତି ।

କୁସ୍ତିଯୋଦ୍ଧାଙ୍କ ଏହି ଅଭିଯୋଗ ଉପରେ କୋର୍ଟ ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । କୁସ୍ତିଯୋଦ୍ଧାମାନେ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ପରେ କୋର୍ଟ ପୋଲିସଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । ମେ 12 ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+