ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରତନ ଲାଲଙ୍କୁ ମିଳିଲା ଜାମିନ, ଜ୍ଞାନବାପୀ ମାମଲାରେ ପୋଷ୍ଟ କରି ହୋଇଥିଲେ ଗିରଫ
ଆପତ୍ତିଜନକ ଟ୍ୱିଟ୍ ସଂପର୍କରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରତନ ଲାଲଙ୍କୁ ଜାମିନ ମିଳିଛି । ବାରାଣାସୀର ଜ୍ଞାନବାପୀ ମସଜିଦରେ ଏକ ଶିବଲିଙ୍ଗ ମିଳିଥିବା ଦାବିକୁ ପରିହାସ କରି ରତନ ଲାଲ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।
ନୂଆଦିଲ୍ଲୀ : ଆପତ୍ତିଜନକ ଟ୍ୱିଟ୍ ସଂପର୍କରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରତନ ଲାଲଙ୍କୁ ଜାମିନ ମିଳିଛି । ବାରାଣାସୀର ଜ୍ଞାନବାପୀ ମସଜିଦରେ ଏକ ଶିବଲିଙ୍ଗ ମିଳିଥିବା ଦାବିକୁ ପରିହାସ କରି ରତନ ଲାଲ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହା ଉପରେ ତାଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ଗିରଫ ପରେ ପୋଲିସ ଆଜି ତାଙ୍କୁ ଦିଲ୍ଲୀର ତୀସ ହାଜାରୀ କୋର୍ଟରେ ହାଜର କରିଥିଲା ଯେଉଁଠାରୁ ସେ ଜାମିନ ପାଇଛନ୍ତି । ପ୍ରଫେସର ରତନ ଲାଲଙ୍କୁ 50,000 ଟଙ୍କା ମୁଲଚାଲିକାରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

କୋର୍ଟରେ ରତନ ଲାଲଙ୍କ ଓକିଲ କହିଛନ୍ତି ଯେ ଏହି ମାମଲାରେ କୌଣସି ମାମଲା ରୁଜୁ କରାଯାଇ ନାହିଁ । ତାଙ୍କୁ ଗିରଫ କରାଯାଇଥିବା ମାମଲାରେ ଏଫଆଇଆର ମଧ୍ୟ ହେବା ଉଚିତ୍ ନୁହେଁ । ଏଭଳି ପରିସ୍ଥିତିରେ ରତନ ଲାଲଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ବାତିଲ କରାଯିବା ଉଚିତ ଏବଂ ତାଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ । ଏଥିସହିତ ପୋଲିସର ଓକିଲ ରତନ ଲାଲଙ୍କୁ ନ୍ୟାୟିକ ହେପାଜତରେ ଜେଲକୁ ପଠାଇବାକୁ କୋର୍ଟରେ ଦାବି କରିଥିଲେ । ଅଭିଯୁକ୍ତଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯିବା ଉଚିତ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା ।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଜଣେ ଓକିଲଙ୍କ ଅଭିଯୋଗକୁ ଆଧାର କରି ମଙ୍ଗଳବାର ରାତିରେ 'ଏଫ୍ଆଇଆର୍' ପଞ୍ଜିକରଣ କରାଯାଇଥିଲା । ଅଭିଯୋଗ ପତ୍ରରେ ଆଡ୍ଭୋକେଟ୍ ବିନୀତ ଜିନ୍ଦଲ୍ କହିଛନ୍ତି, ଶିବଲିଙ୍ଗ ଉପରେ ପ୍ରଫେସର୍ ଲାଲ୍ ନିକଟ ଅତୀତରେ ଟ୍ୱିଟରରେ ଅପମାନସୂଚକ, ହିଂସା ଓ କ୍ରୋଧ ଉଦ୍ରେକକାରୀ ପୋଷ୍ଟ୍ ସେୟାର୍ କରିଥିଲେ ।
ଏହା ପରେ ଆଇପିସିର ଧାରା 153A (ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଏବଂ 295A (ଧାର୍ମିକ ଭାବନାକୁ ଆଘାତ କରିବା) ଅଧୀନରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଯାହା ପରେ ଶୁକ୍ରବାର ରାତିରେ ରତନଲାଲଙ୍କୁ ଗିରଫ କରାଯାଇଥିଲା ।












Click it and Unblock the Notifications