Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ମଦ ଦୁର୍ନୀତି ମାମଲା : ସିସୋଡିଆଙ୍କୁ ମିଳିଲାନି ଆଶ୍ୱସ୍ତି, ମେ 23 ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

Manish Sisodia

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ୱସ୍ତି । ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ମେ 23 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ମାର୍ଚ୍ଚ 9 ରେ ପୂର୍ବତନ ଡେପୁଟି ସିଏମଙ୍କୁ ଇଡି ଗିରଫ କରିଥିଲା । ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ।

ବର୍ତ୍ତମାନ ସିସୋଦିଆ ତିହାର ଜେଲରେ ବିଚାର ବିଭାଗୀୟ ହେପାଜତରେ ରହିଛନ୍ତି । ଗିରଫ ହେବା ପରେ ସିସୋଦିଆ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଅନ୍ୟାନ୍ୟ ପଦପଦବୀ ତ୍ୟାଗ କରିଥିଲେ । ଅରବିନ୍ଦ କେଜ୍ରିୱାଲ ମନ୍ତ୍ରିମଣ୍ଡଳରେ ସିସୋଦିଆ ଶିକ୍ଷା ଓ ଅବକାରୀ ମନ୍ତ୍ରୀ ଦାୟିତ୍ୱରେ ଥିଲେ ।ବର୍ତ୍ତମାନ ସୁଦ୍ଧା ମଦ ନୀତି ମାମଲାରେ 12 ଜଣଙ୍କୁ ଗିରଫ କରିସାରିଛି ଇଡି । ଏହି ମାମଲାରେ ଏଜେନ୍ସି ସିସୋଦିଆଙ୍କୁ ପ୍ରମୁଖ ଷଡଯନ୍ତ୍ରକାରୀ ବୋଲି କହିଛି ।

ଅଭିଯୋଗ ହୋଇଛି ଯେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ କରିବା ପାଇଁ 2021-22 ପାଇଁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ପଲିସି କାର୍ଟେଲାଇଜେସନ୍ ଅନୁମତି ଦେଇଥିଲା ଏବଂ ଏଥିପାଇଁ ଲାଞ୍ଚ ଦେଇଥିବା କେତେକ ଡିଲରଙ୍କୁ ଚୟନ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+