Get Updates
Get notified of breaking news, exclusive insights, and must-see stories!

ବଢିଲା ମନୀଷ ସିସୋଦିଆଙ୍କ ରିମାଣ୍ଡ, ମାର୍ଚ୍ଚ 6 ପର୍ଯ୍ୟନ୍ତ ରିମାଣ୍ଡରେ ରଖିବ ସିବିଆଇ

ଅବକାରୀ ଦୁର୍ନୀତିରେ ଗିରଫ ହୋଇଥିବା ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ରିମାଣ୍ଡ ବୃଦ୍ଧି ହୋଇଛି । ଏପରିକି ମନୀଷ ସିସୋଦିଆଙ୍କୁ ଜାମିନ ମିଳିନାହିଁ ।

manish sisodia

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତିରେ ଗିରଫ ହୋଇଥିବା ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ରିମାଣ୍ଡ ବୃଦ୍ଧି ହୋଇଛି । ଏପରିକି ମନୀଷ ସିସୋଦିଆଙ୍କୁ ଜାମିନ ମିଳିନାହିଁ । ସିବିଆଇ ମନୀଷଙ୍କୁ ଆଜି ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । କୋର୍ଟ ସିସାଦିଆଙ୍କ ସିବିଆଇ ରିମାଣ୍ଡ 6 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ସହିତ ମାର୍ଚ୍ଚ 10 ରେ ମନୀଷଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।

ଦିଲ୍ଲୀର ଏକ୍ସାଇଜ୍ ପଲିସି ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟରେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଓକିଲ ଦୟନକୃଷ୍ଣନ ଏବଂ ସିଦ୍ଧାର୍ଥ ଅଗ୍ରୱାଲ ହାଜର ହୋଇଥିଲେ ।

ଏଥିସହିତ ସିବିଆଇ ପୁଣି ମନୀଷ ସିସୋଦିଆଙ୍କୁ 3 ଦିନ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ କୋର୍ଟରେ କହିଛି ଯେ ସିସୋଦିଆ ତଦନ୍ତରେ ସହଯୋଗ କରୁନାହାଁନ୍ତି । ଏହା ଉପରେ ମନୀଷଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ ଦୟାନକୃଷ୍ଣନ୍ ରିମାଣ୍ଡର ସମ୍ପ୍ରସାରଣ ପାଇଁ ସିବିଆଇର ଆବେଦନକୁ ବିରୋଧ କରିଥିଲେ । କୃଷ୍ଣନ ଯୁକ୍ତି କରିଛନ୍ତି ଯେ ରିମାଣ୍ଡର ସମ୍ପ୍ରସାରଣ ନେଇ ସିବିଆଇର ଦାବି ଯଥାର୍ଥ ନୁହେଁ ।

ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷଙ୍କ ଜାମିନ ଆବେଦନ ଉପରେ ମାର୍ଚ୍ଚ 10 ପର୍ଯ୍ୟନ୍ତ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି । ମାର୍ଚ୍ଚ 10 ରେ ଅପରାହ୍ନ 2 ଟାରେ ଏହି ଆବେଦନ ଉପରେ ଶୁଣାଣି ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+