Toolkit Case : ନିକିତା ଯାଦବ, ଶାନ୍ତନୁ ଏବଂ ଶୁଭମଙ୍କୁ ଆଗୁଆ ଜାମିନ
କୃଷକଙ୍କ ଆନ୍ଦୋଳନ ସହ ଜଡିତ ଟୁଲ୍କିଟ୍ ମାମଲାରେ ନିକିତା ଯାଦବ, ଶୁଭମ୍ ଚୌଧୁରୀ ଏବଂ ଶାନ୍ତନୁ ମୁଲୁକକୁ ପଟିଆଲା ହାଉସ୍ କୋର୍ଟରେ ଜାମିନ ଆବେଦନର ଶୁଣାଣି ହୋଇଛି । ଏହି ସମୟରେ ଦିଲ୍ଲୀ କୋର୍ଟ ଏହି ତିନିଜଣଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଛନ୍ତି ।
ନୂଆଦିଲ୍ଲୀ : କୃଷକଙ୍କ ଆନ୍ଦୋଳନ ସହ ଜଡିତ ଟୁଲ୍କିଟ୍ ମାମଲାରେ ନିକିତା ଯାଦବ, ଶୁଭମ୍ ଚୌଧୁରୀ ଏବଂ ଶାନ୍ତନୁ ମୁଲୁକକୁ ପଟିଆଲା ହାଉସ୍ କୋର୍ଟରେ ଜାମିନ ଆବେଦନର ଶୁଣାଣି ହୋଇଛି । ଏହି ସମୟରେ ଦିଲ୍ଲୀ କୋର୍ଟ ଏହି ତିନିଜଣଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଛନ୍ତି । ଏଥି ସହିତ, ଆଇନଗତ ପ୍ରତିକାର ବ୍ୟବହାର କରିବାରେ ସକ୍ଷମ ହେବା ପାଇଁ ସାତ ଦିନର ଅଗ୍ରୀମ ବିଜ୍ଞପ୍ତି ଦିଆଯିବ ।

ଏଥି ସହିତ କୋର୍ଟ ତିନିଜଣଙ୍କ ଆଗରେ ମଧ୍ୟ ଏକ ସର୍ତ୍ତ ରଖିଛନ୍ତି, ଯେତେବେଳେ ସେମାନଙ୍କୁ ପଚରାଉଚରା ପାଇଁ ଡକାଯିବ, ସେମାନଙ୍କୁ ହାଜର ହେବାକୁ ପଡ଼ିବ । ଏହା ସହ ଦିଲ୍ଲୀ କୋର୍ଟ ତିନିଜଣଙ୍କ ହାଜର ହେବାର ସାତ ଦିନ ପୂର୍ବରୁ ପୋଲିସକୁ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ସାଢେ ତିନି ଘଣ୍ଟା ଶୁଣାଣି ପରେ ଅତିରିକ୍ତ ସେସନ୍ ଜଜ୍ ଧର୍ମେନ୍ଦ୍ର ରାଣା ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଟୁଲକିଟ୍ ସେୟାର ଅଭିଯୋଗରେ ଶୁଭମ୍ ଚୌଧୁରୀଙ୍କ ଜାମିନ ଆବେଦନ ଉପରେ ମାର୍ଚ୍ଚ 16 ରେ ଶୁଣାଣି ହେବାକୁ ଥିଲା, କିନ୍ତୁ ସମୟ ଥିବା ହେତୁ ଗତକାଲି ଶୁଣାଣି ହୋଇଥିଲା । ଏହି ସମୟରେ ଶୁଭମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆପଣଙ୍କୁ କହିରଖୁଛୁ, 26 ଜାନୁଆରୀରେ ଲାଲକିଲ୍ଲା ହିଂସା ଏବଂ କୃଷକ ଆନ୍ଦୋଳନ ସହ ଜଡିତ ଏକ ଟୁଲକିଟ୍ ମାମଲା ସାମ୍ନକୁ ଆସିଥିଲା । ଯାହା ପରେ ଦିଲ୍ଲୀ ପୋଲିସର ରାଡାରରେ ଥିବା ତିନି ଜଣଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସର ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଜୁମ୍ ମିଟିଂ ସମୟରେ ଟୁଲକିଟ୍ ସେୟାର କରାଯାଇଛି । ଖାଲିସ୍ତାନ ସମର୍ଥକ ସଂଗଠନ ସହ ତାଙ୍କର ମଧ୍ୟ ସମ୍ପର୍କ ଥିବା କୁହାଯାଇଥିଲା ।












Click it and Unblock the Notifications