ଟୁଲକିଟ୍ ବିବାଦ : ଦିଲ୍ଲୀ କୋର୍ଟ ଦିଶା ରବିଙ୍କୁ ଦେଲେ FIR କପି, ଶୀତବସ୍ତ୍ର, ଓକିଲ ଏବଂ ପରିବାରଙ୍କୁ ଭେଟିବାକୁ ମିଳିଲା ଅନୁମତି

ରାଜଧାନୀ ଦିଲ୍ଲୀର କୋର୍ଟ ସାମାଜିକ କର୍ମୀ ଦିଶା ରବିଙ୍କୁ ଏଫ୍ଆଇଆର୍ କପି ଦେଇଛନ୍ତି ।ଏଥିସହିତ ତାଙ୍କୁ ଶୀତବସ୍ତ୍ର, ମାସ୍କ, ବହି ଆଦି ନେବାକୁ ଅନୁମତି ଦେଇଛନ୍ତି । ଏହା ବାଦ୍ କୋର୍ଟ ତାଙ୍କ ମା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଭେଟିବାକୁ ମଧ୍ୟ ଅନୁମତି ଦେଇଛନ୍ତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର କୋର୍ଟ ସାମାଜିକ କର୍ମୀ ଦିଶା ରବିଙ୍କୁ ଏଫ୍ଆଇଆର୍ କପି ଦେଇଛନ୍ତି । ଏଥିସହିତ ତାଙ୍କୁ ଶୀତବସ୍ତ୍ର, ମାସ୍କ, ବହି ଆଦି ନେବାକୁ ଅନୁମତି ଦେଇଛନ୍ତି । ଏହା ବାଦ୍ କୋର୍ଟ ତାଙ୍କ ମା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଭେଟିବାକୁ ମଧ୍ୟ ଅନୁମତି ଦେଇଛନ୍ତି । ଗିରଫଦାରୀର ଏଫଆଇଆର କପି ସହ ଏହି ଅନ୍ୟାନ୍ୟ ଦସ୍ତାବିଜ୍ ଦିଶାଙ୍କୁ ଦେବା ପାଇଁ କୋର୍ଟ ପକ୍ଷରୁ ଅନୁମତି ମିଳିଛି । ପଟିଆଲା ହାଉସ କୋର୍ଟର ବିଚାରପତି ପଙ୍କଜ ଶର୍ମା ଦିଶାଙ୍କ ପିଟିସନ ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି ।

disha-ravi

ପୋଲିସ୍ ହେପାଜତ ସମୟରେ ଦିଶା ରବିଙ୍କୁ ତାଙ୍କ ଓକିଲ ଏବଂ ପରିବାର ଲୋକଙ୍କୁ ଭେଟିବାକୁ ଅନୁମତି ଦିଆଯାଇଛି । ଏହି ଆଦେଶ ଫେବୃଆରୀ 19 ପର୍ଯ୍ୟନ୍ତ ରହିବ । ତାଙ୍କୁ ଆଇନ ପରାମର୍ଶଦାତାଙ୍କ ସହ 30 ମିନିଟ୍ ଏବଂ ତାଙ୍କ ପରିବାର ସହିତ 15 ମିନିଟ୍ ଭେଟିବା ନେଇ ସମୟ ଦିଆଯାଇଛି । ରିମାଣ୍ଡ କାଗଜପତ୍ର, ଏଫ୍ଆଇଆର୍ ଏବଂ ଅନ୍ୟାନ୍ୟ ଦଲିଲ ପାଇଁ ଦିଶାଙ୍କ ପକ୍ଷରୁ କୋର୍ଟରେ ଅନୁରୋଧ କରାଯାଇଥିଲା ।

ଦିଲ୍ଲୀ ପୋଲିସକୁ ଦିଲ୍ଲୀ ମହିଳା କମିଶନର ନୋଟିସ୍

21 ବର୍ଷ ବୟସ୍କା ସାମାଜିକ କର୍ମୀ ଦିଶା ରବିଙ୍କ ଗିରଫଦାରୀ ପ୍ରସଙ୍ଗରେ ଡେପୁଟି କମିଶନରଙ୍କ ସମେତ ଦିଲ୍ଲୀ ପୋଲିସ, ସାଇବର କ୍ରାଇମ ସେଲକୁ ଦିଲ୍ଲୀ ମହିଳା କମିଶନ ନୋଟିସ ପଠାଇଛନ୍ତି । ଏହି ନୋଟିସରେ ଏଫଆଇଆରର ନକଲ ଦାଖଲ କରିବା ପାଇଁ ଉଲ୍ଲେଖ କରାଯାଇଛି । ଟ୍ରାନଜିଟ୍ ରିମାଣ୍ଡ ଏବଂ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପାଇଁ ଏହାକୁ ସ୍ଥାନୀୟ କୋର୍ଟରେ ଉପସ୍ଥାପନ ନକରିବା ନେଇ ମଧ୍ୟ ପୋଲିସକୁ ଜବାବ ମାଗିଛି ଦିଲ୍ଲୀ ମହିଳା କମିଶନ ।

ଏହି ମାମଲାରେ ମହିଳା ଆୟୋଗ ସମ୍ବିଧାନର ଧାରା 22 (1) କୁ ଦର୍ଶାଇଛନ୍ତି । ଏଥି ସହ 19 ଫେବୃଆରୀ ସୁଦ୍ଧା ଦିଲ୍ଲୀ ପୋଲିସକୁ ଏହି ମାମଲା ସମ୍ପର୍କରେ ସମସ୍ତ ସୂଚନା ଦେବାକୁ କୁହାଯାଇଛି । ଷଡଯନ୍ତ୍ର ଓ ଦେଶଦ୍ରୋହ ମାମଲା ପୋଲିସ ଦିଶା ରବିଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଗିରଫଦାରୀ ନେଇ ଦିଲ୍ଲୀ ପୋଲିସର ବୟାନ

ଦିଲ୍ଲୀ ପୋଲିସର ସୂଚନାନୁସାରେ, କୃଷକ ଆନ୍ଦୋନ ସମୟରେ ଦିଲ୍ଲୀରେ ଗଣତନ୍ତ୍ର ଦିବସ ହିଂସା ହେବାର 15 ଦିନ ପୂର୍ବରୁ ଖଲିସ୍ତାନୀ ସମର୍ଥିତ ପୋଏଟିକ୍ ଜଷ୍ଟିସ ଫାଉଣ୍ଡେସନର ଜୁମ୍ ମିଟିଂରେ ଅଂଶଗ୍ରହଣ କରିଥିଲେ । ପୋଲିସ କହିଛି ଯେ ଦିଶା ରବି, ଓକିଲ ନିକିତା ଯାଦବ ଏବଂ ଶାନ୍ତନୁ ଟୁଲକିଟ୍ ପ୍ରସ୍ତୁତ କରିବା ସହ ଏହାକୁ ଅନ୍ୟମାନଙ୍କ ସହ ସେୟାର କରିଥିଲେ । ଯାହା ପରେ ବିଶ୍ୱ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଟ୍ୱିଟରେ ସେୟାର କରିଥିଲେ । ଏହା ନେଇ ଦିଲ୍ଲୀ ପୋଲିସ ଏଫଆଇଆର ଦାଖଲ କରିଥିଲା ।

ଏଥି ସହିତ, ପୁରା ମାମଲାକୁ ନେଇ ଦିଲ୍ଲୀ ପୋଲିସ କମିଶନର କହିଛନ୍ତି ଯେ, ଆଇନ ପ୍ରକ୍ରିୟା ଅନୁଯାୟୀ ଦିଶା ରବିଙ୍କୁ ଗିରଫ କରାଯାଇଛି । କାନୁନ 22 ବର୍ଷ କିମ୍ବା 50 ବର୍ଷ ବୟସ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖେ ନାହିଁ । ଗିରଫକୁ ଠିକ୍ ବୋଲି ବିବେଚନା କରି କୋର୍ଟ ପାଞ୍ଚ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଯେଉଁମାନେ କହୁଛନ୍ତି ଗିରଫଦାରୀରେ କମି ରହିଛି, ସେମାନେ ସମ୍ପୂର୍ଣ୍ଣ ଭୁଲ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+