ଦିଲ୍ଲୀରେ 7-10 ଦିନ ପାଇଁ ଟିକା ଅଛି, ଯଦି ବୟସ ସୀମା ହଟାଯାଏ, ତେବେ ସମସ୍ତଙ୍କୁ 2 ମାସ ମଧ୍ୟରେ ଟିକା ଦିଆଯିବ : କେଜ୍ରିୱାଲ
ଦିଲ୍ଲୀରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆମକୁ ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ପଡିବ, ନଭେମ୍ବରରେ ଶେଷ ଲହର ଆସିଥିଲା, ତେଣୁ ଆମେ ସେହି ସ୍ତର ପାଇଁ ପ୍ରସ୍ତୁତ ହେଉଛୁ ।
ନୂଆଦିଲ୍ଲୀ : ଦେଶର ଅନେକ ରାଜ୍ୟରେ କରୋନାର ଅବସ୍ଥା ଅନିୟନ୍ତ୍ରିତ ମନେହେଉଛି । ଦିଲ୍ଲୀରେ ମଧ୍ୟ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ଯେଉଁଠାରେ ଦିନକୁ ଦିନ ବଢୁଥିବା କରୋନା ମାମଲା ସରକାର ଏବଂ ଚିକିତ୍ସା ବିଭାଗର ଚିନ୍ତା ବଢାଇଛି । ଲୋକମାନେ କରୋନା ବିଷୟରେ ଆଦୌ ସଚେତନ ନୁହଁନ୍ତି, ଯାହାର ଫଳାଫଳ ଦିଲ୍ଲୀରେ ସ୍ପଷ୍ଟ ଦେଖାଯାଉଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀର ଡାକ୍ତରଖାନା ପରିଦର୍ଶନ କରି ସେଠାରେ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକ ନାୟକ ଜୟ ପ୍ରକାଶ (LNJP) ଡାକ୍ତରଖାନା ପରିଦର୍ଶନ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, ଦିଲ୍ଲୀରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆମକୁ ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ପଡିବ, ନଭେମ୍ବରରେ ଶେଷ ଲହର ଆସିଥିଲା, ତେଣୁ ଆମେ ସେହି ସ୍ତର ପାଇଁ ପ୍ରସ୍ତୁତ ହେଉଛୁ ।
ଏହା ବ୍ୟତୀତ କେଜ୍ରିୱାଲ କହିଛନ୍ତି ଯେ, ଯଦି ଆମର ଯଥେଷ୍ଟ କରୋନା ଟିକା ରହିବ ଏବଂ ବୟସ ସୀମା ହଟାଯାଏ, ତେବେ ଆମେ 2-3 ମାସ ମଧ୍ୟରେ ଦିଲ୍ଲୀର ସମସ୍ତ ଲୋକଙ୍କୁ ଟିକା ଦେଇପାରିବା । ଏଥିସହିତ ସେ କହିଛନ୍ତି ଯେ, ଦିଲ୍ଲୀରେ 7-10 ପାଇଁ ଟିକା ଅଛି । ଯଦି ଆମକୁ ସଠିକ୍ ସଂଖ୍ୟକ ଡୋଜ ଯୋଗାଇ ଦିଆଯାଏ, ବୟସ ସୀମା ହଟାଯାଏ, ଏବଂ ଆମକୁ ଅଧିକ ସଂଖ୍ୟକ ଟୀକାକରଣ କେନ୍ଦ୍ର ଖୋଲିବାକୁ ଅନୁମତି ଦିଆଯାଏ, ତେବେ ଆମେ 2-3 ମାସ ମଧ୍ୟରେ ସମଗ୍ର ଦିଲ୍ଲୀକୁ ଟୀକାକରଣ କରିପାରିବୁ ।
ଏହା ସହ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି ଯେ, ଦିଲ୍ଲୀରେ କୌଣସି ପ୍ରକାର ଲକଡାଉନ୍ ହେବନାହିଁ । ଏଥି ସହିତ ସେ ଖୁବ୍ ଶୀଘ୍ର ନୂତନ ପ୍ରତିବନ୍ଧକ ଲଗାଇବାକୁ କହିଛନ୍ତି । ଆପଣଙ୍କୁ କହୁରଖୁଛୁ, ଶୁକ୍ରବାର ଦିନ ଦିଲ୍ଲୀରେ 8,521 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏଥିସହିତ 39ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।












Click it and Unblock the Notifications