'ମଦ ଦୁର୍ନୀତି ହୋଇନାହିଁ, ମିଛ କହି କେସ୍ କରିଛନ୍ତି', ସିବିଆଇ-ଇଡି ଉପରେ ବର୍ଷିଲେ କେଜ୍ରିୱାଲ
ନୂଆଦିଲ୍ଲୀ : ଦିଲ୍ଲୀ ସରକାର ବିରୋଧରେ ଆସିଥିବା ଅବକାରୀ .ଦୁର୍ନୀତି ମାମଲା ରେ ଏବେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁ ଆସିଛି । ତାଙ୍କୁ ପଚରାଉଚୁରା କରିବା ପାଇଁ ସିବିଆଇ ସମନ ଜାରି କରିଛି । ଏହା ପରେ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ କରି ସିବିଆଇ-ଇଡି ଉପରେ ବର୍ଷିଛନ୍ତି । ମଦ ଦୁର୍ନୀତି ହୋଇନାହିଁ ବୋଲି କହିଛନ୍ତି କେଜ୍ରିୱାଲ ।
ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି ଯେ, "ମତେ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଛି । ମୁଁ ନିଶ୍ଚିତ ଭାବରେ ଏହାକୁ ସମ୍ମାନ କରିବି ।" ସେ କହିଛନ୍ତି ଯେ ମନୀଷ ସିସୋଦିଆ ତାଙ୍କ 14 ଟି ଫୋନ୍ ଭାଙ୍ଗିଥିବା ଅଭିଯୋଗ ହୋଇଛି । ତା'ପରେ ଇଡି କହୁଛି ଯେ 4 ଟି ଫୋନ୍ ତାଙ୍କ ପାଖରେ ଅଛି ଏବଂ ସିବିଆଇ କହୁଛି ଗୋଟିଏ ଫୋନ୍ ସେମାନଙ୍କ ପାଖରେ ଅଛି ।

ଦିଲ୍ଲୀ ସିଏମ୍ ଆହୁରି କହିଛନ୍ତି ଯେ ଯଦି ସେ ଫୋନ୍ ଭାଙ୍ଗିଛନ୍ତି ତେବେ ସେ କିପରି ଫୋନ୍ ପାଇଲେ । ଏହି ଲୋକମାନେ ମିଛ କହି ମାମଲା ରୁଜୁ କରି କହିଥିଲେ ଯେ ମଦ ଦୁର୍ନୀତି ହୋଇଛି । କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ଇଡି ଏବଂ ସିବିଆଇ କୋର୍ଟକୁ ବିଭ୍ରାନ୍ତ କରି ସିସୋଦିଆଙ୍କୁ ଫସାଇବାକୁ ମିଛ କହିଛନ୍ତି ।
ସେ କହିଛନ୍ତି ଯେ ଏହି ଦୁଇ କେନ୍ଦ୍ରୀୟ ଏଜେନ୍ସି ପ୍ରତିଦିନ କାହାକୁ ନା କାହାକୁ ଧରୁଛନ୍ତି ଏବଂ ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଛି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, "କେନ୍ଦ୍ରୀୟ ଏଜେନ୍ସିମାନେ ମଦ ନୀତି ଅନୁସନ୍ଧାନରେ କୋର୍ଟରେ ଆମ ବିରୁଦ୍ଧରେ ମିଛ କହୁଛନ୍ତି । ଗିରଫ ଲୋକଙ୍କୁ ନିର୍ଯାତନା ଦିଆଯାଉଛି ।"
ସେ କହିଛନ୍ତି, "ସିବିଆଇ ମନୀଷ ସିସୋଦିଆଙ୍କ ଉପରେ ମଦ ଦୁର୍ମୀତି ମାମଲାରେ ମିଥ୍ୟା ଅଭିଯୋଗ କରିଛି । ମିଛ ବୟାନ ନେବା ପାଇଁ ଲୋକଙ୍କୁ ମାଡ ମରାଯାଇଛି । ଏଜେନ୍ସିମାନେ ପ୍ରମାଣ ପାଇଁ ଲୋକଙ୍କୁ ନିର୍ଯାତନା ଦେଉଛନ୍ତି ।" ସେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଦିଲ୍ଲୀର ମନ୍ତ୍ରୀଙ୍କ ନାଁ ନେବାକୁ ବାଧ୍ୟ କରାଯାଉଛି ।
ସୂଚନା ଥାଉକି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରବିବାର (ଅପ୍ରେଲ 16) ରବିବାର ଦିନ 11 ଟା ସମୟରେ ଏକ୍ସାଇଜ୍ ପଲିସି ମାମଲାରେ ହାଜର ହେବାକୁ କୁହାଯାଇଛି । ଆପଣଙ୍କୁ କହି ରଖୁଛୁ ସିବିଆଇ ସିସୋଦିଆଙ୍କୁ 26 ଫେବୃଆରୀ 2023 ରେ ଗିରଫ କରିଥିଲା । ପରେ ତାଙ୍କୁ ମାର୍ଚ୍ଚ 9 ରେ ତିହାର ଜେଲରେ ଘଣ୍ଟା ଘଣ୍ଟା ପଚରାଉଚରା ପରେ ଇଡି ଗିରଫ କରିଥିଲା ।












Click it and Unblock the Notifications