ଆହୁରି ବିଷାକ୍ତ ହେଉଛି ଦିଲ୍ଲୀ ବାୟୁ, 276 ପାର୍ କଲା AQI
ଜାତୀୟ ରାଜଧନୀ ଦିଲ୍ଲାର ବାୟୁ ଆହୁରି ବିଷାକ୍ତ ହେବାରେ ଲାଗିଛି । ସୋମବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା "ଅତ୍ୟନ୍ତ ଖରାପ" ବର୍ଗକୁ ଛୁଇଁଛି । ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ 276 ଅତିକ୍ରମ କରିଛି ।
ଦିଲ୍ଲୀ : ଜାତୀୟ ରାଜଧନୀ ଦିଲ୍ଲାର ବାୟୁ ଆହୁରି ବିଷାକ୍ତ ହେବାରେ ଲାଗିଛି । ସୋମବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା "ଅତ୍ୟନ୍ତ ଖରାପ" ବର୍ଗକୁ ଛୁଇଁଛି । ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ 276 ଅତିକ୍ରମ କରିଛି । ସୋମବାର ସକାଳ 6 ଟାରେ ଦିଲ୍ଲୀର ଅନେକ ସ୍ଥାନରେ AQI 298 ରହିଥିଲା । ଦୀପାବଳିର ପରଦିନ ସକାଳେ ବାୟୁ ଗୁଣବତ୍ତା ସୂଚକାଙ୍କ ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ରବିବାର ସନ୍ଧ୍ୟାରେ ଦିଲ୍ଲୀରେ ହାରାହାରି 24 ଘଣ୍ଟିଆ AQI 259 ରେକର୍ଡ ହୋଇଛି, ଯାହା ଦିପାବଳୀ ପୂର୍ବରୁ ଗତ ସାତ ବର୍ଷ ମଧ୍ୟରେ ସର୍ବନିମ୍ନ ଅଟେ ।

ତେବେ ତାପମାତ୍ରା ଏବଂ ପବନର ବେଗ ମଧ୍ୟରେ ରାତିରେ ପ୍ରଦୂଷଣ ସ୍ତର ବଢିଚାଲିଥିବା କାରଣ ଲୋକମାନେ ଛୋଟି ଦିୱାଲୀରେ ମଧ୍ୟ ଦିଲ୍ଲୀରେ ବାଣ ଫୁଟାଇଥିଲେ । ଦିଲ୍ଲୀର 35 ଟି ମନିଟରିଂ ଷ୍ଟେସନ ମଧ୍ୟରୁ 19 ଟି ମନିଟରିଂ ଷ୍ଟେସନରେ ବାୟୁ ଗୁଣବତ୍ତା "ଅତ୍ୟନ୍ତ ଖରାପ" ବର୍ଗରେ ରହିଥିବା ରେକର୍ଡ କରାଯାଇଛି । ଏପରିକି ଆନନ୍ଦ ବିହାରରେ ଏହା "ଗୁରୁତର ସ୍ତରରେ" ପହଞ୍ଚିଛି ।
ଦିଲ୍ଲୀର ନିକଟବର୍ତ୍ତୀ ସହର ଗାଜିଆବାଦରେ AQI 300, ନୋଏଡାରେ 299, ଗ୍ରେଟର ନୋଏଡାରେ 282, ଗୁରୁଗ୍ରାମ 249 ଏବଂ ଫରିଦାବାଦରେ 248 ରେକର୍ଡ କରାଯାଇଛି ।
-
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ରଶ୍ମିକା ଏବଂ ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ କାହିଁକି ପହଞ୍ଚିଲେ ରାମ ଚରଣ ? ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ -
ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖୁଛନ୍ତି କି ପନିପରିବା ? ଜାଣନ୍ତୁ ଏହା ଆମ ଶରୀର ପାଇଁ .... -
ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଜିତାପଟ ହାସଲ କରିବି












Click it and Unblock the Notifications