ଦିପାବଳୀ ପୂର୍ବରୁ ଦିଲ୍ଲୀରେ ବିଷାକ୍ତ ହେଲାଣି ବାୟୁ, 262 ପାର୍ ହେଲା AQI, ଏହି ରାଜ୍ୟରେ ବର୍ଷା ସମ୍ଭାବନା
ଦିଲ୍ଲୀର ବାୟୁ ଗୁଣବତ୍ତା 'ଖରାପ' ବର୍ଗରେ ରହିଛି । ଶନିବାର ସକାଳେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 262 ରେ ପହଞ୍ଚିଛି ।
ନୂଆଦିଲ୍ଲୀ : ଦିପାବଳୀ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି । ଅକ୍ଟୋବରରୁ ପ୍ରତିବର୍ଷ ଦିଲ୍ଲୀର ପ୍ରଦୂଷଣ ସ୍ତର ବୃଦ୍ଧି ପାଇଥାଏ । ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟି ଏଣ୍ଡ ୱେଦର ପୋରକାଷ୍ଟ ରିସର୍ଚ୍ଚ (SAFAR) ଅନୁଯାୟୀ ଦିଲ୍ଲୀର ବାୟୁ ଗୁଣବତ୍ତା 'ଖରାପ' ବର୍ଗରେ ରହିଛି । ଶନିବାର ସକାଳେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 262 ରେ ପହଞ୍ଚିଛି । ପାଣିପାଗ ଅପଡେଟ୍ ବିଷୟରେ କହିବାକୁ ଗଲେ ଆଗାମୀ କିଛି ଦିନ ପାଇଁ ଦିଲ୍ଲୀର ପାଣିପାଗ ସଫା ରହିବ । ଏଥି ସହିତ ଦେଶର ଅନେକ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅକ୍ଟୋବର 22 ରେ ତାମିଲନାଡୁ, ପୁଡୁଚେରୀ, କରାଇକାଲ, କେରଳ, ମାହେ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଓଡିଶା-ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ମଧ୍ୟ ବର୍ଷା ହୋଇପାରେ । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, କେରଳ ଏବଂ ମାହେରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ବାବନା ରହିଛି । ତାମିଲନାଡୁ, ପୁଡୁଚେରୀ, କରାଇକାଲ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଏବଂ ଲକ୍ଷ୍ମଦ୍ୱୀପ ଉପରେ ମଧ୍ୟମ ବର୍ଷା ହେବ । ଉପକୂଳ ଆନ୍ଧ୍ରପ୍ରଦେଶ, ୟାନାମ, ରୟାଲାସିମା, ଉପକୂଳ କର୍ଣ୍ଣାଟକ ଏବଂ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ ଉପରେ ବିଚ୍ଛିନ୍ନ ବର୍ଷା ହେବାର ସମ୍ଭାବନା ଅଧିକ । ଓଡିଶା, କୋଙ୍କଣ-ଗୋଆ ଏବଂ ତେଲେଙ୍ଗାନା ଉପରେ ମଧ୍ୟ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications