ବଢୁଛି ଦିଲ୍ଲୀ ବାୟୁ ପ୍ରଦୂଷଣ, ଅକ୍ଟୋବର 8 ପର୍ଯ୍ୟନ୍ତ ନୋଏଡାରେ ସ୍କୁଲ ବନ୍ଦ
ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ନୋଏଡା ଏବଂ ଗ୍ରେଟର ନୋଏଡାରେ ସମସ୍ତ ବିଦ୍ୟାଳୟ ନଭେମ୍ବର 4 ରୁ ନଭେମ୍ବର 8 ପର୍ଯ୍ୟନ୍ତ ବନ୍ଦ କରାଯାଇଚି । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କ ପାଇଁ ନଭେମ୍ବର 8 ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ୍ ଆୟୋଜନ କରିବାକୁ ନିର୍ଦ୍ଦେଶ ।
ଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗୁରୁବାର ଦିନ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ସ୍ତର ଉଦବେଗଜନକ ସ୍ତରରେ ପହଞ୍ଚିଛି । ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ନୋଏଡା ଏବଂ ଗ୍ରେଟର ନୋଏଡାରେ ସମସ୍ତ ବିଦ୍ୟାଳୟ ନଭେମ୍ବର 4 ରୁ ନଭେମ୍ବର 8 ପର୍ଯ୍ୟନ୍ତ ବନ୍ଦ କରାଯାଇଚି । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କ ପାଇଁ ନଭେମ୍ବର 8 ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ୍ ଆୟୋଜନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଉଲ୍ଲେଖନୀୟ ବିଷୟ ହେଉଛି, ଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ, ଗୌତମ ବୁଦ୍ଧ ନଗରରେ ନୋଏଡା ଏବଂ ଗ୍ରେଟର ନୋଏଡାରେ ଉଚ୍ଚଶିକ୍ଷା କେନ୍ଦ୍ର ସମେତ ପ୍ରାୟ 1800 ବିଦ୍ୟାଳୟ ଅଛି । ଏହି ଆଦେଶ ସମସ୍ତଙ୍କ ପାଇଁ ଲାଗୁ ହେବ ।
ଜିଲ୍ଲା ସ୍କୁଲ ନିରୀକ୍ଷକ (DIOS) ଧର୍ମବୀର ସିଂହ 9 ରୁ 12 ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଯଥା ସମ୍ଭବ ଅନଲାଇନ୍ କ୍ଲାସ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସମସ୍ତ ବିଦ୍ୟାଳୟକୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ ଅନଲାଇନ୍ ମୋଡ୍ ରେ ଶିକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । DIOS କହିଛନ୍ତି ଯେ ସମସ୍ତ ବିଦ୍ୟାଳୟରେ କ୍ରୀଡା ପରି ସମସ୍ତ ବାହ୍ୟ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ରହିବ ।
ଆଜି ସକାଳୁ ଗୁରଗ୍ରାମରେ AQI 535 ପାର୍ କରିଥିବା ବେଳେ ନୋଏଡାରେ ପ୍ରଦୂଷଣ ସ୍ତର 560 ପରେ ରହିଛି । ପ୍ରଦୂଷଣ ଅତିମାତ୍ରାରେ ବଢିଯାଇଥିବାରୁ ବୟସ୍କ ଓ ଛାତ୍ରଛାତ୍ରୀଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଲୋକମାନଙ୍କୁ କମ୍ ଗାଡ଼ି ବ୍ୟବହାର କରିବା ସହ ୱାର୍କ ଫ୍ରମ ହୋମ କରିବାକୁ କୁହାଯାଇଛି ।












Click it and Unblock the Notifications