ଦିଲ୍ଲୀ-ଏନସିଆର ପ୍ରଦୂଷଣ : ପୁଣି ବିଷାକ୍ତ ହେଲା ଦିଲ୍ଲୀ ବାୟୁ, 339 କୁ ବୃଦ୍ଧି ପାଇଲା AQI

ଗୁରୁବାର ଦିନ ଦିଲ୍ଲୀର AQI ପୁଣି 339 କୁ ବୃଦ୍ଧି ପାଇଛି, ଯାହା ଖରାପ ବର୍ଗରେ ରହିଛି । ଗତକାଲି ଆଜି ବାୟୁ ବେଶୀ ପ୍ରଦୂଷଣ ହୋଇଛି, ବୁଧବାର ଦିନ AQI 280 ଥିଲା ।

ନୂଆଦିଲ୍ଲୀ : ଗୁରୁବାର ଦିନ ଦିଲ୍ଲୀର AQI ପୁଣି 339 କୁ ବୃଦ୍ଧି ପାଇଛି, ଯାହା ଖରାପ ବର୍ଗରେ ରହିଛି । ଗତକାଲି ଆଜି ବାୟୁ ବେଶୀ ପ୍ରଦୂଷଣ ହୋଇଛି, ବୁଧବାର ଦିନ AQI 280 ଥିଲା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଏହି ସୂଚନା ଦେଇଛି ।.

Air Pollution

SAFAR ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ହାଲୁକା ପବନ ଯୋଗୁଁ ଆବସ୍ଥାରେ ଉନ୍ନତି ଆସିପାରେ । କୁହାଯାଉଛି ଯେ ଗତ 24 ଘଣ୍ଟା ମଧ୍ୟରେ ପଞ୍ଜାବର 91 ଟି ସ୍ଥାନରେ, ହରିୟାଣାର 59 ଟି ସ୍ଥାନରେ, ଉତ୍ତରପ୍ରଦେଶର 186 ଟି ସ୍ଥାନରେ ନଡ଼ା ପୋଡା ଯାଇଛି ଏବଂ ଏହି କାରଣରୁ ଦିଲ୍ଲୀ ବାୟୁ ଶ୍ୱାସରୁଦ୍ଧ ହୋଇଯାଇଛି ।

ବୁଧବାର ଦିନ ପ୍ରଦୂଷଣର ଅବସ୍ଥା ସୁଧୁରିବାରୁ ସରକାର ନଭେମ୍ବର 29 ରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଦିଲ୍ଲୀର ସରକାରୀ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ 29 ରୁ ଖୋଲିବ ଏବଂ କର୍ମଚାରୀମାନେ ଅଫିସରୁ କାମ କରିବାକୁ ସକ୍ଷମ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି କରୁଛନ୍ତି । ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଦିଲ୍ଲୀର ବାୟୁ ଗୁଣବତ୍ତା ସଙ୍କଟର ଏକ ବୈଜ୍ଞାନିକ ଅଧ୍ୟୟନର ଆବଶ୍ୟକତା ରହିଛି ଏବଂ ସେହି ଅଧ୍ୟୟନ ଆଧାରରେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+