ମାନିଲେନି କଟକଣା, ଦୀପାବଳୀ ପରେ 10 ଗୁଣା ବିଷାକ୍ତ ହେଲା ଦିଲ୍ଲୀ-ନୋଏଡାରେ ବାୟୁ
ଦୀପାବଳି ପରେ ଆହୁରି ଖରାପ ସ୍ତରକୁ ଖସିଛି ଦିଲ୍ଲୀ ବାୟୁର AQI । ଦିଲ୍ଲୀ ସମେତ ନୋଏଡା-ଗୁରୁଗ୍ରାମରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) "ଅତ୍ୟନ୍ତ ଖରାପ" (301-400) ବର୍ଗରେ ପହଞ୍ଚିଛି ।
ଦିଲ୍ଲୀ : ଦୀପାବଳି ପରେ ଆହୁରି ଖରାପ ସ୍ତରକୁ ଖସିଛି ଦିଲ୍ଲୀ ବାୟୁର AQI । ଦିଲ୍ଲୀ ସମେତ ନୋଏଡା-ଗୁରୁଗ୍ରାମରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) "ଅତ୍ୟନ୍ତ ଖରାପ" (301-400) ବର୍ଗରେ ପହଞ୍ଚିଛି । ମଙ୍ଗଳବାର ସକାଳ ସୁଦ୍ଧା, ଜାତୀୟ ବାୟୁ ଗୁଣବତ୍ତା ସୂଚକାଙ୍କ ଦେଖାଉଥିବା ସରକାରୀ ୱେବସାଇଟରେ ତାଲିକାଭୁକ୍ତ 40 ରୁ ଅଧିକ ମନିଟରିଂ ଷ୍ଟେସନରେ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ AQI ଅତ୍ୟନ୍ତ ଖରାପ ବର୍ଗରେ ରହିଥିବା ରେକର୍ଡ ହୋଇଛି ।

ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିର ପ୍ରକୃତ ସମୟ ତଥ୍ୟ ଅନୁଯାୟୀ ଦିଲ୍ଲୀର ଜାହାଙ୍ଗୀରପୁରୀରେ ବାୟୁ ସାଧାରଣ ଅପେକ୍ଷା 10 ଗୁଣ ଅଧିକ ପ୍ରଦୂଷିତ ହୋଇଛି । ଦିଲ୍ଲୀ ଏନସିଆରର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ଦୀପାବଳି ପରଦିନ ସକାଳେ 'ଅତ୍ୟନ୍ତ ଖରାପ' ସ୍ଥିତିରେ ପହଞ୍ଚିଛି ।
ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦୀପାବଳି ରାତିରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ସୋମବାର ରାତି 9 ଟା ସମୟରେ ଆନନ୍ଦ ବିହାରରେ 377 ର AQI ସହିତ "ଅତ୍ୟନ୍ତ ଖରାପ" ବର୍ଗରେ ପହଞ୍ଚିଛି । ଚଳିତ ବର୍ଷ ଦିଲ୍ଲୀରେ ପ୍ରଥମ ଥର ପାଇଁ ଏୟାର କ୍ୱାଲିଟି ଇଣ୍ଡେକ୍ସ "ଅତ୍ୟନ୍ତ ଖରାପ" ବର୍ଗରେ ପହଞ୍ଚିଛି । ନୋଏଡା ସେକ୍ଟର -116 ରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ମଧ୍ୟ 322 ର AQI ଅତିକ୍ରମ କରିଛି । ରାତି 9 ଟାରେ ଗୁରୁଗ୍ରାମରେ AQI 346 ରେକର୍ଡ ହୋଇଥିଲା ।
ଦୀପାବଳି ରତିରେ ସରକାରଙ୍କ କଟକଣା ସତ୍ତ୍ୱେ ବାଣ ଫୁଟାଯିବାରୁ ଦିଲ୍ଲୀ ଏନସିଆରର ଏଭଳି ଅବସ୍ଥା ହୋଇଛି । ସ୍ୱିସ୍ ସଂଗଠନ ଅନୁଯାୟୀ, ନଡ଼ା ଜାଳିବା, ବାଣ ଫୁଟିବା ଏବଂ ମଧ୍ୟମ ପ୍ରତିକୂଳ ପାଗ ଯୋଗୁଁ ଦିଲ୍ଲୀର AQI ଅତ୍ୟନ୍ତ ଖରାପ ହୋଇଯାଇଛି ।
ଦିଲ୍ଲୀର ସର୍ବାଧିକ ତାପମାତ୍ରା 31.2 ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା, ଯାହା ସ୍ୱାଭାବିକଠାରୁ କମ୍ ଥିଲା । ସର୍ବନିମ୍ନ ତାପମାତ୍ରା 14.5 ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା, ଯାହା ସ୍ୱାଭାବିକଠାରୁ ଦୁଇ ଡିଗ୍ରୀ କମ୍ ରହିଛି । ଦିଲ୍ଲୀର ଆର୍ଦ୍ରତା ସ୍ତର 43 ପ୍ରତିଶତରୁ 90 ପ୍ରତିଶତ ମଧ୍ୟରେ ଥିଲା ।












Click it and Unblock the Notifications